ଆଜିର ଖାସ ଖବର
Sun. May 31st, 2026

ପୋଲସରାରେ ଜାତୀୟ ଏକତା ଦିବସ -୨୦୨୫ 

By Admin_Dainkasha Oct31,2025

ପୋଲସରା, ୩୧/୧୦/୨୫ : ସ୍ବାଧୀନ ଭାରତରେ ପ୍ରଥମ ଉପପ୍ରଧାନ ମନ୍ତ୍ରୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୮୭୫ ମସିହା ଅକ୍ଟୋବର ୩୧ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମ ଦିବସକୁ ଦେଶରେ ଏକତା ଦିବସ ଭାବେ ପାଳନ ହେଉଅଛି। ଏହି ଦିବସ ଉପଲକ୍ଷେ ପୋଲସରା ପୋଲିସ ଆଇଆଇସି କୌଶିକ ମାଝୀଙ୍କ ନେତୃତ୍ୱରେ ଏକ ମିନି ମାରାଥନ ଗଣଦୌଡ଼ ୩୧/୧୦/୨୫ ତାରିଖ ସକାଳେ ଆୟୋଜନ ହୋଇଥିଲା। ଏହି ଗଣ ଦୌଡ଼ରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ପୁରୁଷ) ୟୁନିଟ ପ୍ରୋଗ୍ରାମ ଅଫିସର ସେକ୍ ଫରିଦ୍ ଙ୍କ  ତତ୍ତ୍ୱାବଧାନରେ ୫୦ ଜଣ ସ୍ବେଚ୍ଛାସେବୀ ଏହି ଗଣ ଦୌଡ଼ରେ ସାମିଲ ହୋଇ ଥିଲେ। ଏହି ଗଣଦୌଡ଼ ପୋଲିସ୍ ଥାନାରୁ ବାହାରି ବ୍ଲକ ଛକ ପର୍ଯ୍ୟନ୍ତ ଯାଇ ପୁଣି  ପୋଲିସ ଥାନାକୁ ଫେରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପୋଲିସ ଅଧିକାରୀ ବିମଲ୍ କୁମାର ରାୟ , ପ୍ରତାପ ଚନ୍ଦ୍ର ସାହୁ ଓ ଅନ୍ୟାନ୍ୟ ଅଫିସର ବୃନ୍ଦ ସହଯୋଗ କରିବା ସହିତ ଗଣ ଦୌଡ଼ରେ ସାମିଲ ହୋଇଥିଲେ।

Related Post