ଆଜିର ଖାସ ଖବର
Sat. May 30th, 2026

ଆଜି ପବିତ୍ର ବଡ଼ଦିନ; ଧରା ଅବତରଣ କଲେ ପ୍ରଭୁ ଯୀଶୁ

By Dainikasha Dec25,2024

ଆଜି ହେଉଛି ବଡ଼ଦିନ ବା ପବିତ୍ର ଖ୍ରୀଷ୍ଟମାସ। ସାରା ବିଶ୍ୱରେ ଏହାକୁ ବଡ ଧୂମଧାମରେ ପାଳନ କରାଯାଉଛି। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠରେ ଅବତରଣ କରିଥିବା ପ୍ରଭୁ ଯୀଶୁଙ୍କ ପାଇଁ ବିଭିନ୍ନ ଚର୍ଚ୍ଚରେ ସମୂହ ପ୍ରାର୍ଥନା କରାଯାଉଛି।

ଚର୍ଚ୍ଚ ପରିସରକୁ ଆକର୍ଷଣୀୟ ଆଲୋକମାଳାରେ ସଜାଯାଇଛି। ରଙ୍ଗ ବେରଙ୍ଗର ରଙ୍ଗୀନ ଲାଇଟ୍ ସହ ଖ୍ରୀଷ୍ଟମାସ-ଟ୍ରିକୁ ସୁନ୍ଦର ଭାବେ ସଜାଯାଇଛି। ଗତକାଲି ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ  କରିଥିଲେ। ସବୁ ଚର୍ଚ୍ଚରେ ସମବେତ ପ୍ରାର୍ଥନା ସହ କ୍ୟାରୋଲର ଆୟୋଜନ ହୋଇଥିଲା।

ଗତକାଲି ଭାଟିକାନ୍ ସିଟିରେ ପ୍ରଭୁ ଯୀଶୁଙ୍କ ଜନ୍ମଗ୍ରହଣ ଉତ୍ସବକୁ ଧୁମ୍ ଧାମ୍ ରେ ପାଳନ ହୋଇଛି। ବିଶ୍ୱର କୋଣ ଅନୁକୋଣରୁ ଯୋଗ ଦେଇଥିବା ଖ୍ରୀଷ୍ଟ ଧର୍ମାବଳମ୍ବୀ ମାନେ ପ୍ରଭୁ ଯୀଶୁଙ୍କ ଅଲୌକିକ ମହିମାକୁ ଅନୁଭବ କରିଛନ୍ତି।

ଦେଶର ବିଭିନ୍ନ ସହରରେ ବି ବଡ଼ ଦିନ ପାଳନ ହୋଇଛି। ଗତକାଲି ରାତି ସାରା ଚର୍ଚ୍ଚରେ କ୍ୟାରୋଲ୍ ଗାଇବା ସହ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଇଥିଲା। ବେଙ୍ଗାଲୁରୁ, କୋଲକାତା, ଚେନ୍ନାଇ ସମେତ ଭୁବନେଶ୍ୱର, କଟକର ଚର୍ଚ୍ଚରେ ଆଜି ସ୍ୱତନ୍ତ୍ର ପ୍ରାର୍ଥନା ସହ ସେଲିବ୍ରେସନ୍ ହେବ।

Related Post