ଆଜିର ଖାସ ଖବର
Sat. May 30th, 2026

ଓଡ଼ିଶାରେ ପ୍ରଥମ: ବିଲଡିଂ ନିର୍ମାଣ କ୍ଷେତ୍ରରେ ଏଆଇର ଏଣ୍ଟ୍ରି

By Odisha Dainikasha Jan4,2025

ଭୁବନେଶ୍ୱର: ବିଶ୍ୱର ଅତ୍ୟାଧୁନିକ ଜ୍ଞାନ କୌଶଳ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ଲାଗିଛି ଏଆଇ ଵା ଆର୍ଟିଫିସିଆଲ ଇଣ୍ଟେଲେଜେନସି l ବିଭିନ୍ନ କ୍ଷେତ୍ରରେ ଏଆଇର ବ୍ୟାପକ ବ୍ୟବହାର ପରେ ବର୍ତ୍ତମାନ ନିରାପଦ ଓ ସୁରକ୍ଷିତ ବିଲଡିଂ ନିର୍ମାଣ ଦିଗରେ ତଦାରଖ ପାଇଁ ଅନେକ ଦେଶମାନେ ଏହାର ବ୍ୟବହାରକୁ ଗୁରୁତ୍ୱ ଦେବାରେ ଲାଗିଛନ୍ତି l ବର୍ତମାନ ଆମଦେଶରେ ଓଡ଼ିଶାରେ ପ୍ରଥମ କରି ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଛି l ହଂକଂ ସ୍ଥିତି ରାସ୍ପେକ୍ଟ ପ୍ରତିଷ୍ଠାନ ଏବଂ ଭୁବନେଶ୍ୱର ସ୍ଥିତି ଡିକେଏମ ସଂସ୍ଥାର ମିଳିତ ପ୍ରାୟସରେ ଓଡ଼ିଶାରେ ଏଆଇ –  ଡ୍ରୋନ୍ ଇନ୍ସପେକ୍ଟର ଟେକ୍ନୋଲୋଜି ମାଧ୍ୟମରେ ବ୍ୟାପକ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି l  ସହରୀକରଣର ପ୍ରସାରଣ ଏବଂ ବଢିଚାଲିଥିବା ବିଲଡିଂ ନିର୍ମାଣକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା ଓ ନିରାପଦ ପାଇଁ ଏଆଇ ବ୍ୟବହାରୀତାକୁ ଗୁରୁତ୍ୱ ଦିଆଯାଉଛି l ଏହା ସହିତ ଏଆଇ ଶିକ୍ଷା ତଥା ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି ପାଇଁ ଡ୍ରୋନ୍ କମ୍ପାନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ଉକ୍ତ ସଂସ୍ଥାନ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି l
ଶୁକ୍ରବାର ଡିକେଏମ୍ କନ୍ସଲଟାଣ୍ଟ ଏବଂ ରା-ସ୍ପେକ୍ଟ ସଂସ୍ଥାନର ମିଳିତ ସହଯୋଗରେ ଏରୋପାୟନିର ପ୍ରତିଷ୍ଠାନ ସହିତ ଏମଓୟୁ ସ୍ଵାକ୍ଷରିତ ହୋଇଛି l
ଏହି ସହଯୋଗଗୁଡିକ ବିଭିନ୍ନ ଯାଞ୍ଚରେ ପ୍ରାଥମିକ ତଥ୍ୟ କ୍ୟାପଚର ପାଇଁ ଡ୍ରୋନ୍ ସେବାଗୁଡିକର ବ୍ୟବହାରକୁ ବତାଇବ l ଏହା ସମଗ୍ର ଭାରତରେ ସେବା ବିସ୍ତାର ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବ |
ଏହା ପୂର୍ବରୁ ଡି.କେ.ଏମ୍ କନ୍ସଲ୍ଟ ଓଡ଼ିଶାରେ କେଏମବିବି କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି ସମେତ ପ୍ରମୁଖ ନାମୀଦାମୀ ଶିକ୍ଷାନୁଷ୍ଠାନ ସହିତ ଏମଓୟୁ ସ୍ୱାକ୍ଷର କରିଛି | ଏହି ସହଭାଗୀତା ଛାତ୍ରମାନଙ୍କୁ ଉନ୍ନତ ଏଆଇ ଟେକ୍ନୋଲୋଜି ବିଷୟରେ ଜ୍ଞାନବିସ୍ତାର କରିବ l
ଏହି ପଦକ୍ଷେପର ଏକ ଅଂଶ ଭାବରେ, ରାସ୍ପେକ୍ଟର ପରିଚାଳନା ନିର୍ଦ୍ଦେଶକ ଡ. ଧନଦା କାନ୍ତ ମିଶ୍ର  ନିଷ୍ଟ ବିଶ୍ୱବିଦ୍ୟାଳୟ, ଆଇଏମଆଇ ଭୁବନେଶ୍ୱର ଏବଂ ସଞ୍ଜୀବନୀ ବିଶ୍ୱବିଦ୍ୟାଳୟରେ ଉନ୍ନତ ଏଇ ଟେକ୍ନୋଲୋଜି ଉପରେ ଅନ୍ତର୍ନିହିତ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ଏଆଇ ଏବଂ ଡ୍ରୋନ ଟେକ୍ନୋଲୋଜିର ଅନୁସନ୍ଧାନ ତଥା ବାସ୍ତବ ଦୁନିଆର ଆହ୍ୱାନରେ ଏହାର ପ୍ରୟୋଗଗୁଡ଼ିକ ସମ୍ପର୍କରେ ପ୍ରେରଣା ଦେଇଥିଲେ।  |

Related Post