
ଜୟପୁର
କୋରାପୁଟ ଜିଲ୍ଲା ଜୟପୁର ପୋଲିସ ତରଫରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଜୟପୁର ଏସଡିପିଓ ପାର୍ଥ କଷ୍ୟପ, ଜୟପୁର ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଙ୍କ ସମେତ ସହର ବାସୀ ଉପସ୍ଥିତ ଥିଲେ। ଗଣ ଦୌଡ଼ ଟାଉନ ଥାନା ରୁ ବାହାରି ରାଜା ନଗର ଦେଇ ଜୟପୁର ଟାଉନ ଥାନା କୁ ଫେରିଥିଲେ। ଏହି ଦୌଡ଼ ରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସମେତ ସହର ବାସୀ ଓ ବରିଷ୍ଠ ନାଗରିକ ମାନେ ଭାଗ ନେଇଥିଲେ। ଯେଉଁ ମାନେ ଦୌଡ଼ ରେ କୃତିତ୍ୱ ହୋଇଥିଲେ ସେମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସବୁ ବେଳେ ଏକତା କୁ ବିଶ୍ୱାସ କରୁଥିଲେ। ଆମେ ସବୁ ଭାରତୀୟ ଆମ ମାନଙ୍କ ଭିତରେ ଏକତା ରହିବା ନିହାତି ଆବଶ୍ୟକ ରହିଁଛି। ପୋଲିସ ଓ ଜନ ସାଧାରଣ ଙ୍କ ଭିତରେ କିପରି ସୁସମ୍ପର୍କ ରଖା ଯାଇ ପାରିବ ସେ ନେଇ ଏସଡିପିଓ କହିଥିଲେ।
