ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଦୁବୁରି ନିକଟସ୍ଥ ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ପ୍ଲାଣ୍ଟ ପରିସରରେ ଶୁକ୍ରବାର ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।
ଟାଟା ଷ୍ଟିଲ କଳିଙ୍ଗନଗରର ଚିଫ୍ ବ୍ଲାଷ୍ଟ ଫର୍ନେସ #୨, ସୁଭାଷ କୁମାର ସିହ୍ନା କମ୍ପାନୀର ବରିଷ୍ଠ ଅଧିକାରୀ, କର୍ମଚାରୀ ସଂଘ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଏହି ଅବସରରେ ସୁରକ୍ଷା କର୍ମୀମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ୟାରେଡ୍ ଏବଂ ଡ୍ରିଲ୍ ଦେଖି ଉପସ୍ଥିତ ଅତିଥିମାନେ ଖୁସି ବ୍ୟକ୍ତ କରିଥିଲେ। ସୁରକ୍ଷା ଏବଂ ଅଗ୍ନି ସୁରକ୍ଷା ବିଭାଗର କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା ପାଇଁ ସମ୍ମାନିତ କରାଯାଇଥିଲା।
ସେହିପରି ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ), ଫେରୋ ଆଲଏଜ୍ ପ୍ଲାଣ୍ଟ (ଏଫ୍ଏପି) ବ୍ରାହ୍ମଣୀପାଳ ଓ ଫେରୋ ଆଲଏଜ୍ ପ୍ଲାଣ୍ଟ ଯାଜପୁରରେ ମଧ୍ୟ ପତାକା ଉତ୍ତୋଳନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏନ୍ଆଇଏନ୍ଏଲ୍ରେ ଏହାର ଚିଫ୍ ଅପରେସନ୍ ଆଣ୍ଡ ମେଣ୍ଟେନାନ୍ସ ଭିନୀତ ରଞ୍ଜନ ତ୍ରିପାଠୀ ପତାକା ଉତ୍ତୋଳନ କରିଥିଲେ। ଏଫଏପି ବ୍ରାହ୍ମଣିପାଳ ଠାରେ ଏହାର ପ୍ଲାଣ୍ଟ ମୁଖ୍ୟ ଆଦର୍ଶ ଅଗ୍ରୱାଲ ପତାକା ଉତ୍ତୋଳନ କରିଥିବା ବେଳେ ଏଫ୍ଏପି ଯାଜପୁରର ପ୍ଲାଣ୍ଟ ମୁଖ୍ୟ ଆଲୋକ କୁମାର ପଣ୍ଡା ପତାକା ଉତ୍ତୋଳନ କରିଥିଲେ।
