
ଭୁବନେଶ୍ୱର, ୧୨/୦୪: ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ଡିକେଏମ୍ କନସଲ୍ଟ ସହିତ ହାଇଦ୍ରାବାଦର ଗୀତାଞ୍ଜଳି କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି (ଜିସିଇଟି) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରୀତ ହୋଇଛି, ଯାହା ନିର୍ମାଣ ଏବଂ ଭିତ୍ତିଭୂମି ପରଖିବାରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗତିଶୀଳ ଶୈକ୍ଷିକ-ଶିଳ୍ପ ସହଯୋଗ ପାଇଁ ପଥ ପ୍ରଶସ୍ତ କରିବ ବୋଲି ଉଭୟ ଅନୁଷ୍ଠାର ବିଶ୍ୱାସ l ଜିସିଇଟିର ନିର୍ଦ୍ଦେଶକ ଡକ୍ଟର ଉଦୟ କୁମାର ସୁଶାରଲା ଏବଂ ଡିକେଏମ୍ କନସଲ୍ଟର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଧନଦା କାନ୍ତା ମିଶ୍ରଙ୍କ ମଧ୍ୟରେ ହୋଇଥିବା ଏମଓୟୁ ତଥା ଉଭୟ ଅନୁଷ୍ଠାନର ସହଭାଗୀତା ଭବିଷ୍ୟତର ଇଞ୍ଜିନିୟରିଂ ବୃତ୍ତିଗତଙ୍କ ମଧ୍ୟରେ ନବସୃଜନ, ଦକ୍ଷତା ବିକାଶ ଏବଂ ସହଜ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସମାନ ପ୍ରତିବଦ୍ଧତାକୁ ସୂଚିତ କରେ।ଏହି ପରିପ୍ରେକ୍ଷୀରେ ଜିସିଇଟି କ୍ୟାମ୍ପସରେ ଡିକେଏମ କନସଲ୍ଟ ତରଫରୁ ଏକ ତିନି ଦିନିଆ କର୍ମଶାଳା ଆୟୋଜନ କରିଥିଲା l ବିଲଡିଂ ନିର୍ମାଣ କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜି ଏବଂ କୃତ୍ରିମ ବୁଦ୍ଧିମତ୍ତାର (ଏଆଇ) ପ୍ରୟୋଗ ବିଷୟରେ ବ୍ୟବହାରିକ ଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥିଲା। ଏହି କର୍ମଶାଳାରେ 120 ରୁ ଅଧିକ ଉତ୍ସାହୀ ଇଞ୍ଜିନିୟରିଂ ଛାତ୍ର ଅଂଶଗ୍ରହଣ କରିଥିଲେ ଏବଂ ତାଲିମ ହାସଲ କରିଥିଲେ।ଏହି ଅବସରରେ ଡିକେଏମ କନସଲ୍ଟର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମିଶ୍ର କହିଛନ୍ତି, “ଆମେ ଗୀତାଞ୍ଜଳି କଲେଜ ଅଫ୍ ଇଞ୍ଜିନିୟରିଂ ଟେକ୍ନୋଲୋଜି ସହିତ ସହଭାଗୀ ହୋଇ ନୂତନ ପିଢ଼ିର ଇଞ୍ଜିନିୟରମାନଙ୍କୁ ସୃଷ୍ଟି କରିବାରେ ଉତ୍ସାହିତ କରିବୁ, ଯେଉଁମାନେ କେବଳ ବୈଷୟିକ ଭାବରେ ଦକ୍ଷ ନୁହେଁ ବରଂ ଭବିଷ୍ୟତ ଗଢିବା ପାଇଁ ମଧ୍ୟ ପ୍ରସ୍ତୁତ ହେଇପାରିବେ,” l ସେହିଭଳି ଗୀତାଞ୍ଜଳି କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ଡକ୍ଟର ସୁଶାରଲା କହିଛନ୍ତି, “ଏହି ବୁଝାମଣାପତ୍ର ଅର୍ଥପୂର୍ଣ୍ଣ ଶିକ୍ଷାଗତ-ଶିଳ୍ପ ସହଯୋଗ ମାଧ୍ୟମରେ ଏକ ଦୃଶ୍ଯାତ୍ମକ ପ୍ରଭାବ ପକାଇବା ପାଇଁ ଆମର ଦୃଷ୍ଟିକୋଣକୁ ମୂର୍ତ୍ତିମନ୍ତ କରେ।”। ଡକ୍ଟର ଜି. ନୀରଜା ରାଣୀ, ଡକ୍ଟର ପି.ରାଜୁ, ଡକ୍ଟର ପ୍ରସନ୍ନ କୁମାର ଏବଂ ପ୍ରଫେସର ଜେ. ଶଙ୍କରଙ୍କ ସମ୍ମାନଜନକ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଡକ୍ଟର ଧନଡା କାନ୍ତ ମିଶ୍ରଙ୍କ ସମେତ ମୋହମ୍ମଦ ସାୟୀଦ ଖାନ, ଆଦିତ୍ୟ ଶତପଥୀ, ମୋହମ୍ମଦ ଆଦନାନ, ଗଦାଧର ପ୍ରଧାନ, କେଶବ ଆନନ୍ଦ ଏବଂ ଆଶୁତୋଷ ପ୍ରମୁଖ ଡିକେଏମ ଟିମ ତରଫରୁ ତିନି ଦିନିଆ ଏଆଇ ଏବଂ ଡ୍ରୋନ ତାଲିମ କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ l
