ଆଜିର ଖାସ ଖବର
Wed. May 27th, 2026

ନିଷ୍ଟ୍ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

By Admin_Dainkasha Feb28,2026

ନିଷ୍ଟ ବିଶ୍ବବିଦ୍ୟାଳୟ ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସକୁ ଏକ ଭବ୍ୟ ସମାରୋହରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରାଣୀ ବିଜ୍ଞାନର ଅବସରପ୍ରାପ୍ତ ଅଧ୍ୟାପକ ଜି. ବି. ଏନ. ଚୈନୀ ବୈଜ୍ଞାନିକ ନବସୃଜନର ପରମ୍ପରାକୁ ଆଗକୁ ନେବା ପାଇଁ ଭବିଷ୍ୟତ ପୀଢ଼ିକୁ ଅନୁପ୍ରାଣିତ କରିବା ପାଇଁ ବିଜ୍ଞାନକୁ ମୌଳିକ ସ୍ତରରେ ବୁଝିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ସହକାରୀ ଜିଲ୍ଲାପାଳ ଓ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଆଦିତି ଆଚାର୍ୟ୍ୟ ସଫଳତା ର ଗୁରୁମନ୍ତ୍ର ଛାତ୍ରଛାତ୍ରୀ ଙ୍କୁ ପ୍ରେରଣା ମିଳିଥିଲା। ସିଏସଆଇଆର-ଆଇଏମ୍ଏମ୍ଟି ର ପରିବେଶ ଓ ନିରନ୍ତରତା ବିଭାଗର ବରିଷ୍ଠ ପ୍ରମୁଖ ବୈଜ୍ଞାନିକ ଡଃ ମନୀଷ କୁମାର ଏକ ଆକର୍ଷଣୀୟ ବକ୍ତୃତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜକ ଡଃ. ଅମିତ ପଟ୍ଟନାୟକ ଜାତୀୟ ବିଜ୍ଞାନ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ। କୁଳପତି ଡ଼ ପ୍ରିୟଦର୍ଶନ ପାତ୍ର ରମଣ ପ୍ରଭାବର ଆବିଷ୍କାର ଏବଂ ମାନବ ଜାତି ପାଇଁ ଏହାର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ କ୍ଲବ୍ ବାହ୍ୟ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଏହି ଦିବସର ଏକ ପ୍ରମୁଖ ଆକର୍ଷଣ ଥିଲା ବିଜ୍ଞାନ କୁଇଜ୍ ଏବଂ ଗବେଷଣା ପ୍ରଦର୍ଶନୀ (ପୋଷ୍ଟର ପ୍ରେଜେଣ୍ଟେସନ୍) ସାମିଲ ଥିଲା। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅସାଧାରଣ ବୈଜ୍ଞାନିକ ଜ୍ଞାନକୌଶଳ ଓ ଅଭିନବ ଚିନ୍ତାଧାରା ପ୍ରଦର୍ଶନ କରିଥିଲେ। ବିଜ୍ଞାନ କୁଇଜ୍ ପ୍ରତିୟୋଗିତା ରେ : ଖଲ୍ଲିକୋଟ ମହାବିଦ୍ୟାଳୟ ର ଦେବାଶିଷ ମାତୃପ୍ରସାଦ ରଥ ପ୍ରଥମ ପୁରସ୍କାର, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆୟୁଷ ରଞ୍ଜନ ସ୍ୱାଇଁ ଦ୍ୱିତୀୟ ପୁରସ୍କାର, ବିନାୟକ ଆଚାର୍ୟ୍ୟ ମହାବିଦ୍ୟାଳୟ ର ଅଂଶୁମାନ ସାହୁ ତୃତୀୟ ପୁରସ୍କାର ପାଇଥିଲେ । ଗବେଷଣା ପ୍ରଦର୍ଶନୀ (ପୋଷ୍ଟର ପ୍ରେଜେଣ୍ଟେସନ୍) ରେ ବାୟୋଟେକ୍ନୋଲୋଜି ର ଶୁଭଲକ୍ଷ୍ମୀ ନାୟକ ପ୍ରଥମ ପୁରସ୍କାର, ରସାୟନ ବିଜ୍ଞାନ ର ମହାବୀର ନନ୍ଦ ଦ୍ୱିତୀୟ ପୁରସ୍କାର ଏବଂ ରସାୟନ ବିଜ୍ଞାନ ର ମନୀଷା କୁମାରୀ ମହାନ୍ତି ତୃତୀୟ ପୁରସ୍କାର ପାଇଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଥିଲା। ବିଜ୍ଞାନ ବିଭାଗ ଏବଂ ଇଂରାଜୀ ବିଭାଗର ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀଙ୍କ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟ ଏହି କାର୍ଯ୍ୟକ୍ରମର ସଫଳତାକୁ ସୁନିଶ୍ଚିତ କରିଥିଲା। ଏଥିରେ ବିଭିନ୍ନ ବିଭାଗର ମୁଖ୍ୟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ ଓ ସହଯୋଗ କରିଥିଲେ। ଉତ୍ସବ ଶେଷରେ ଡ. ଅବିନାଶ ଦତ୍ତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଂଶ ଗ୍ରହଣକାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

Related Post