ଆଜିର ଖାସ ଖବର
Wed. Jul 29th, 2026

ବିଧାୟକଙ୍କ ହାତରେ ଠେଙ୍ଗା ରାଜଧାନୀରେ ଆଇନ ଅସହାୟ ନୁହେଁ ତ ?:CPI(M)

ଭୁବନେଶ୍ୱର, ୦୪/୦୨: ଖଣ୍ଡଗିରି ଯାତ୍ରା ମଞ୍ଚ ରେ ସମ୍ଭାବ୍ୟ ଅଶ୍ଳୀଳ ନୃତ୍ୟ ଆଶଙ୍କା କରି ଭୁବନେଶ୍ୱର ଏକାମ୍ର ବିଧାୟକଙ୍କ ଠେଙ୍ଗା ଧମକ କୁ ସି ପି ଆଇ(ଏମ୍) ତୀବ୍ର ନିନ୍ଦା ଏବଂ ପ୍ରତିବାଦ କରିଛି। ଏହା ହିନ୍ଦୁତ୍ବବାଦୀ/ମନୁବାଦୀ ବିଚାରଧାରା । ଅଶ୍ଲୀଳତା ବିରୋଧ ରେ କହିବାକୁ ଯାଇ ଆଇନ କୁ ହାତକୁ ନେବାର ଅଧିକାର ମାନ୍ୟବର ବିଧାୟକ ଏବଂ ତାଙ୍କ ସମର୍ଥକ ମାନଙ୍କର ନାହିଁ ବୋଲି ସି ପି ଆଇ(ଏମ୍) ରୋକଠୋକ ଭାବେ କହିଛି।

ଏହିଭଳି ସମ୍ବେଦନଶୀଳ ପ୍ରସଙ୍ଗ ରେ ପୁଲିସ୍ ର ନୀରବତା ଏବଂ ନିଷ୍କ୍ରିୟତା ଯୋଗୁଁ ରାଜ୍ୟରେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଛି । ବିଧାୟକଙ୍କ ହାତ ରେ ଠେଙ୍ଗା ରାଜଧାନୀରେ ଆଇନ ଅସହାୟ ନୁହେଁ ତ ? ବିଧାୟକଙ୍କ ଏହିଭଳି ଧମକ ନୀତି କୁ ରାଜ୍ୟବାସୀ ବରଦାସ୍ତ କରିବେ ନାହିଁ ।ରାଜ୍ୟ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଆଇନର ଶାସନ ପ୍ରତିଷ୍ଠା କରିବାକୁ
ସି ପିଆଇ(ଏମ୍)ଦାବି କରିଛି।
ଏହା ସହିତ ବ୍ୟକ୍ତି ସ୍ବାଧୀନତା ଏବଂ ଆତ୍ମ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ ହେଲାଭଳି ଯେ କୌଣସି ପଦକ୍ଷେପ ବିରୋଧ ରେ ପ୍ରତିବାଦ କରାଯିବ ବୋଲି ସି ପି ଆଇ(ଏମ୍)ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଏକ ପ୍ରେସ ବିବୃତ୍ତି ଜରିଆରେ ପ୍ରକାଶ
କରିଛନ୍ତି l

Related Post