
ସୁନ୍ଦରଗଡ଼:୩୧/୧୦(ଆନିସ): ଅକ୍ଟୋବର ୩୧ ସାରା ଦେଶ ପାଳୁଛି ରାଷ୍ଟ୍ର ନାୟକ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ରାଜ୍ୟ ପୋଲିସର ନିର୍ଦ୍ଦେଶରେ ରାଜ୍ୟରେ ଥିବା ସମସ୍ତ ଥାନା ଅଧିକାରୀଙ୍କ ଦ୍ବାରା ରନ୍ ଫର ୟୁନିଟ୍ ବା ରାଷ୍ଟ୍ରୀୟ ଏକତା ଦିବସ ପାଳନ ହେଉଛି। ଏହି କ୍ରମରେ ଭଷ୍ମା ପୋଲିସ ଦ୍ବାରା ଭଷ୍ମା ଛକ ନିକଟରୁ ଏକ ଗଣ ଦୌଡ଼ ବାହାରି ଅବନକେଲା ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି ଗଣ ଦୌଡ଼ ସକାଳ ୭:୩୦ ରେ ଭସ୍ମା ଥାନା ତରଫରୁ ଆୟୋଜନ କରାଯାଇଥିବା ବେଳେ ୭୦ ରୁ ଅଧିକ ଅଞ୍ଚଳର ଯୁବକ ଯୁବତୀ, ଛାତ୍ର ଛାତ୍ରୀ, ପୋଲିସ ବିଭାଗ ଭାଗ ନେଇ ଥିଲେ । ଗଣ ଦୌଡ଼ରେ ଭଷ୍ମା ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗଣ ଦୌଡ଼ କାର୍ଯ୍ୟକ୍ରମ ସଫଳ ହୋଇଥିଲା l

