ଭୁବନେଶ୍ୱର: ଜାତୀୟ ରାଜଧାନୀ ଅଂଚଳ (ଏନସିଆର)ରେ ପୁରୁଣା ଟ୍ରକ ଓ ବସଗୁଡ଼ିକୁ ବଦଳାଇବା ଲାଗି ଜାତୀୟ ରାଜଧାନୀ ଅଂଚଳ ଯୋଜନା ବୋର୍ଡ (ଏଏସିଆରପିବି) ନୀତିକୁ ସମର୍ଥନ କରିବା ପାଇଁ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ ବାଣିଜ୍ୟିକ ଯାନ ନିର୍ମାଣ କରୁଥିବା ମନ୍ତ୍ରା ଇଲେକ୍ଟ୍ରିକ ପକ୍ଷରୁ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (ଏମଓଆରଟିଏଚ) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରା ଇଲେକ୍ଟ୍ରିକର ଇଏମଏଚସିଭି ଓ ଇଏସସିଭି ବ୍ୟବସାୟ ତରଫରୁ ମନ୍ତ୍ରଣାଳୟ ସହିତ ଏହି ବୁଝାମଣା କରାଯାଇଥିଲା।
ଏନସିଆରେ ଚାଲୁଥିବା ଅତି ପୁରୁଣା ଓ ପ୍ରଦୂଷଣକାରୀ ବାଣିଜ୍ୟିକ ଯାନଗୁଡ଼ିକୁ ବଦଳାଇବା ପାଇଁ ଏନସିଆରପିବି ନୀତି ପ୍ରସ୍ତୁତ କରାଯାଇଛି। ଇଲେକ୍ଟ୍ରିକ ବାଣିଜ୍ୟିକ ଯାନ ଆଗୁଆ ଗ୍ରହଣ କରିବାର ଲକ୍ଷ୍ୟ ହେଉଛି ଯାନ ଜନିତ କାର୍ବନ ନିର୍ଗମନକୁ ଶୂନ କରି ବାୟୁ ମାନରେ ଉନ୍ନତି ଆଣିବା ଓ ଭାରତର ବ୍ୟାପକ ଡିକାର୍ବନାଇଜେସନ ଲକ୍ଷ୍ୟକୁ ସମର୍ଥନ କରିବା। ମନ୍ତ୍ରାର ଉଭୟ ସଂସ୍ଥା ଯୋଗ୍ୟ ଫ୍ଲିଟ ଅପରେଟର ଓ ଗ୍ରାହକମାନଙ୍କୁ ସମାଧାନ ଜରିଆରେ ସହାୟତା ପ୍ରଦାନ କରିବେ ଯାହା ଏହି ଅଂଚଳରେ ସ୍ୱଚ୍ଛ ଯାନବାହନ ଚଳାଚଳ ଆଡ଼କୁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ।
ବାଣିଜ୍ୟିକ ଯାନ ବର୍ଗରେ ଉଦ୍ଦେଶ୍ୟକୁ ନେଇ ଗଠିତ ଇଲେକ୍ଟ୍ରିକ ଗମନାଗମନ ସମାଧାନ ପ୍ରଦାନ କରିବା ପାଇଁ ମନ୍ତ୍ରାର ରହିଥିବା ବ୍ୟାପକ ଲକ୍ଷ୍ୟ ସହ ଏହି ଅଭିଯାନ ସମନ୍ୱିତ ରହିଛି। ରାଇନୋ ସିରିଜ ଜରିଆରେ ମଧ୍ୟରୁ ହେଭି ଡ୍ୟୁଟି ଇଲେକ୍ଟ୍ରିକ ଟ୍ରକ ପର୍ଯ୍ୟନ୍ତ ଏବଂ ଏଭିଏଟର ଜରିଆରେ କ୍ଷୁଦ୍ର ବାଣିଜ୍ୟିକ ଇଲେକ୍ଟ୍ରିକ ଟ୍ରକ ପର୍ଯ୍ୟନ୍ତ ସ୍ଥାୟୀ ପରିବହନ ସମାଧାନ ଚାହୁଥିବା ଫ୍ଲିଟ ଅପରେଟରମାନଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରିବାକୁ କମ୍ପାନି ପ୍ରସ୍ତୁତ ରହିଛି।
ଭାରତର ଅନ୍ୟତମ ସବୁଠୁ ପ୍ରଦୂଷିତ ଅଂଚଳରେ ଜୀବାଶ୍ମ ଇନ୍ଧନରେ ଚାଲୁଥିବା ଯାନ ଜନିତ ନିର୍ଗମନକୁ ହ୍ରାସ କରିବାରେ ଭାରତ ସରକାରଙ୍କ ଏହି ଗାଡ଼ି ପରିବର୍ତ୍ତନ ନୀତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଉଛି ଏବଂ ଇଲେକ୍ଟ୍ରିକ ଟ୍ରକର ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ପାଇଁ ଏହା ଅନୁକୂଳ ପରିବେଶ ସୃଷ୍ଟି କରିବ।
ମନ୍ତ୍ରା ଇଲେକ୍ଟ୍ରିକ ଓ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟମଧ୍ୟରେ ଏମ୍ଓୟୁ

