ଆଜିର ଖାସ ଖବର
Sat. May 30th, 2026

ମାଥିଲି ଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ।

By Admin_Dainkasha Oct31,2025

ମାଥିଲି, ତା ୩୧/୧୦(ଆ ନି ସ):ଭାରତରେ ୩୧ ଅକ୍ଟୋବରରେ ପାଳନ କରାଯାଏ। ଏହା ୨୦୧୪ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଇଥିଲା। ଏହି ଦିନଟି ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ପାଳନ କରାଯାଏ, ଯାହାଙ୍କର ଭାରତର ରାଜନୈତିକ ଏକୀକରଣରେ ପ୍ରମୁଖ ଭୂମିକା ଥିଲା।”ଏକ ଭାରତ, ଆତ୍ମନିର୍ଭର ଭାରତ” – ଏକ ଅଖଣ୍ଡ ଭାରତ ପାଇଁ ଏକାଠି ଦୌଡ଼। ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆତ୍ମାକୁ ପାଳନ ପାଇଁ ମାଥିଲି ପୋଲିସ ଦ୍ଵାରା ଏକ ମିନି ମାରାଥନ କାର୍ଯକ୍ରମ ମାଥିଲି ଆ ଇ ଟି ଆ ଇ ଠାରୁ ମାଥିଲି ଥାନା ପର୍ଯ୍ୟନ୍ତ ହୋଇଥିଲା।ମାଥିଲି ଥାନା ଅଧିକାରୀ ଦିପାଞ୍ଜଳି ପ୍ରଧାନ ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସବ୍ ଇନ୍ସପେକ୍ଟର ନରେନ୍ଦ୍ର ଭତ୍ରା, ମନୋରଞ୍ଜନ ପ୍ରଧାନ, ବିକି ସୁନା, ଏ ଏସ ଆଇ ନବିନ ଚନ୍ଦ୍ର ପୂଜାରୀ, ସଦାଶିବ ପୂଜାରୀ, ପ୍ରଦୀପ କୁମାର ନାୟକ ଏବଂ ଆଇ ଟି ଆଇ ର ଅରୁଣ ଶତପଥୀ, ଦିଲ୍ଲୀପ ସାହୁ, ମନୋଜ ମିଶ୍ର, ସୁଲତା ମହାରଣା, ପ୍ରଦ୍ୟୁମ୍ନ ନାୟକ, ତାପସ ବିଶ୍ୱାସ, ରଞ୍ଜନ ନାୟକ, ସୁଧାଂଶୁ ନାୟକ, କାଳୀ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ଟିକୁ ସଫଳତା ର ସହ ପାଳନ କରିଥିଲେ।

Related Post