ଆଜିର ଖାସ ଖବର
Thu. Apr 16th, 2026

ଯାଜପୁରରେ ଡାଇରିଆ ନିୟନ୍ତ୍ରଣରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ସକ୍ରିୟ ଯୋଗଦାନ

By Admin_Dainkasha Jun20,2025

କଳିଙ୍ଗନଗର, ଜୁନ ୨୦, ୨୦୨୫; ଯାଜପୁର ଜିଲ୍ଲାର ଦାନଗଦି ବ୍ଲକରେ ଡାଇରିଆ ରୋଗ ବ୍ୟାପିବା ପରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସଏଫ) ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ସହ ମିଶି ତ୍ୱରିତ ପଦକ୍ଷେପ ନେଇଛି। ଜୁନ ମାସର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହୋଇଥିବା ଏହି ରୋଗ ପ୍ରତିରୋଧ ପାଇଁ ସଂସ୍ଥା ପକ୍ଷରୁ ଆମ୍ବୁଲାନ୍ସ ସେବା, ଔଷଧ ବଣ୍ଟନ ଓ ସଚେତନତା ଅଭିଯାନକୁ ସକ୍ରିୟ ଭାବେ ହାତକୁ ନିଆଯାଇଛିି।

ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରି ଟିଏସଏଫ ପ୍ରଭାବିତ ଅଞ୍ଚଳରୁ ରୋଗୀମାନଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି) ଓ ଯାଜପୁର ଜିଲ୍ଲା ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ସୁବିଧା ଯୋଗାଇ ଦେଇଛି। ଏଥିସହ ସରକାରୀ ମେଡିକାଲ ଟିମକୁ ଔଷଧ ସହିତ ପ୍ରଭାବିତ ଗ୍ରାମମାନଙ୍କରେ ପହଞ୍ଚାଇବା ପାଇଁ ଅତିରିକ୍ତ ଯାନବାହନର ବ୍ୟବସ୍ଥା କରିଛି।

ଏହା ବ୍ୟତୀତ, ଟିଏସଏଫ ଏକ ଅନ୍ୟ ଯାନ ଯୋଗାଇ ଦେଇଛି, ଯାହାକି ସରକାରୀ ଡାକ୍ତରୀ ଦଳ, ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀକୁ ପ୍ରଭାବିତ ଅଞ୍ଚଳକୁ ପଠାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଏଥିସହ, ଟିଏସଏଫ ନିୟମିତ ଭାବେ ସ୍ଥାନୀୟ ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମମାନ ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମଗୁଡ଼ିକ ମୁଖ୍ୟତଃ ଡାଇରିଆ ଏବଂ କଲେରା ପ୍ରତିରୋଧ ଏବଂ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଇ ଆୟୋଜିତ ହେଉଛି, ଯାହାଦ୍ୱାରା ସ୍ଥାନୀୟ ଲୋକଙ୍କୁ ସଚେତନ କରିବାରେ ସହାୟକ ହେଉଛି । ଏହି ସଚେତନତା ଉପକ୍ରମଗୁଡ଼ିକ ଟିଏସଏଫ କର୍ମଚାରୀ, ସ୍ୱେଚ୍ଛାସେବୀଙ୍କ ପ୍ରୟାସରେ ଆୟୋଜିତ ହେଉଥିବା ବେଳେ ରିସ୍ତା ଏବଂ ପୋଷଣ ପ୍ରୋଜେକ୍ଟର ମଧ୍ୟ ଏଥିରେ ସକ୍ରିୟ ଯୋଗଦାନ ରହିଛି।

Related Post