ଆଜିର ଖାସ ଖବର
Sat. May 30th, 2026

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ନୂଆପଡା ଏବଂ ଖରିଆର ରୋଡ଼ରେ ଆୟୋଜିତ ଏକତା ଦୌଡରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି

By Admin_Dainkasha Oct31,2025

ଏକ ଭାରତ,ଶ୍ରେଷ୍ଠ ଭାରତ, ଆତ୍ମନିର୍ଭରଶୀଳ ଭାରତ’ ଆମର ସଂକଳ୍ପ: ମନମୋହନ ସାମଲ

ସର୍ଦ୍ଦାର ପଟେଲଙ୍କ ନିଷ୍ଠା, ରାଷ୍ଟ୍ର ପ୍ରେମ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ରାଜ୍ୟ ସଭାପତି 

ନୂଆପଡାରେ ସାମିଲ ହୋଇଥିଲେ ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ, ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ବିଧାୟିକା ସଞ୍ଜଳି ମୁର୍ମୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ଯୁବ ନେତା ଅଭିନନ୍ଦନ ପଣ୍ଡା, ପ୍ରସନ୍ନ ପାଢ଼ୀଙ୍କ ସମେତ ଅନେକ ସ୍ଥାନୀୟ ନେତୃବୃନ୍ଦ ଓ ସାଧାରଣ ଜନତା

ଖରିଆର ରୋଡ଼ରେ ସାମିଲ ହୋଇଥିଲେ ପ୍ରାର୍ଥୀ ଜୟ ଢୋଲକିଆ, ମନ୍ତ୍ରୀ ଡା.କୃଷ୍ଣ ଚନ୍ଦ୍ର ମହାପାତ୍ର, ସାଂସଦ ସୁକାନ୍ତ ପାଣିଗ୍ରାହୀ, ସାଂସଦ ମାଳବିକା ଦେବୀ, ବିଧାୟକ ନବୀନ ଜୈନ,ଏନଏସି ଅଧ୍ୟକ୍ଷା ଡା.ସୋନିଆ ଜୈନ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଯୁବ ନେତା ଅଭିନନ୍ଦନ ପଣ୍ଡାଙ୍କ ସମେତ ଅନେକ ସ୍ଥାନୀୟ ନେତୃବୃନ୍ଦ ଓ ସାଧାରଣ ଜନତା ସମ୍ବଲପୁର /ନୂଆପଡା,୩୧/୧୦(ରାଜାରାମ ଷଡ଼ଙ୍ଗୀ): ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ଓ ଆମ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବାର ପ୍ରୟାସ କରିଥିଲେ ସର୍ଦ୍ଦାର ପଟେଲ ଓ ଆଜି ଆମ ଭାରତୀୟଙ୍କ ଭାଇଚାରା ସୁଦୃଢ ହୋଇଛି ଓ ଏକ ସଶକ୍ତ ଭାରତ ଗଢିବା ପାଇଁ ଆମ ଭିତରେ ଏକତା, ସମନ୍ୱୟ ଓ ଦେଶପ୍ରେମର ଭାବନା ନିହାତି ଆବଶ୍ୟକ ରହିଛି । “ଏକ ଭାରତ, ଶ୍ରେଷ୍ଠ ଭାରତ, ଆତ୍ମନିର୍ଭରଶୀଳ ଭାରତ’ ଆମର ସଂକଳ୍ପ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । 

ଆଜି ହେଉଛି ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଓ ସ୍ୱାଧୀନତା ପରବର୍ତୀ ଗଡଜାତ ରାଜ୍ୟଗୁଡ଼ିକୁ ଏକାଠି କରି ଭାରତବର୍ଷକୁ ବିଶାଳ ରାଷ୍ଟ୍ର ଭାବେ ଗଠନରେ ତାଙ୍କର ମୁଖ୍ୟ ଭୂମିକା ଥିଲା । ଏହି ମହାନ ବରପୁତ୍ରଙ୍କୁ ସମ୍ମାନ ଜଣାଇ ୨୦୧୪ ମସିହାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରନ୍ ଫର୍ ୟୂନିଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେହିପରି ୨୦୧୮ ମସିହାରେ ଗୁଜୁରାଟର କେଭାଡିଆ ଠାରେ ଭାରତୀୟଙ୍କ ଗୌରବ ବିଶ୍ୱର ସର୍ବବୃହତ ୧୮୨ ମିଟର ଉଚ୍ଚ ବିଶିଷ୍ଟ Statue of Unity  ପ୍ରତିମା ସ୍ଥାପନ କରାଇଥିଲେ । ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖ ଦିନ ‘ଏକତା ଦୌଡ’ ଅନୁଷ୍ଠିତ ହେଉଛି । ଆଜି ଏହି ଅବସରରେ ନୂଆପଡାରେ ଅନୁଷ୍ଠିତ ହୋଇଥିବା ଏକତା ଦୌଡରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ, ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟିକା ସଞ୍ଜଳି ମୁର୍ମୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ଯୁବ ନେତା ଅଭିନନ୍ଦନ ପଣ୍ଡା, ପ୍ରସନ୍ନ ପାଢ଼ୀଙ୍କ ସମେତ ଅନେକ ସ୍ଥାନୀୟ ନେତୃବୃନ୍ଦ ଓ ସାଧାରଣ ଜନତା ସାମିଲ ହୋଇଥିଲେ । ସେହିପରି ଖରିଆର ରୋଡ଼ରେ ଅନୁଷ୍ଠିତ ଏକତା ଦୌଡରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ମନ୍ତ୍ରୀ ଡା.କୃଷ୍ଣ ଚନ୍ଦ୍ର ମହାପାତ୍ର, ସାଂସଦ ସୁକାନ୍ତ ପାଣିଗ୍ରାହୀ, ସାଂସଦ ମାଳବିକା ଦେବୀ, ବିଧାୟକ ନବୀନ ଜୈନ, ଏନଏସି ଅଧ୍ୟକ୍ଷା ଡା.ସୋନିଆ ଜୈନ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ସମେତ ଅନେକ ସ୍ଥାନୀୟ ନେତୃବୃନ୍ଦ ଓ ସାଧାରଣ ଜନତା ସାମିଲ ହୋଇଥିଲେ । ସର୍ଦ୍ଦାର ପଟେଲଙ୍କ ନିଷ୍ଠା, ରାଷ୍ଟ୍ର ପ୍ରେମ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବବର୍ଗଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି।

Related Post