ଆଜିର ଖାସ ଖବର
Thu. Apr 16th, 2026

କ୍ରୋମା ପକ୍ଷରୁ ପୁରୁଣା ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ତିନି ଗୁଣା ଲାଭ ସହ ସୁପର ଏକ୍ସଚେଞ୍ଜର ଶୁଭାରମ୍ଭ

By Admin_Dainkasha Dec27,2024
Croma Unveils the Superrr Exchange - Trade in Your Old Electronics for Triple the Benefits!

ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ଅଂଶ ତଥା ଭାରତର ସର୍ବବୃହତ ଇଲେକ୍ଟ୍ରୋନିକ୍ସ ରିଟେଲର କ୍ରୋମା ପକ୍ଷରୁ ନୂଆବର୍ଷ ପାଇଁ ସୁପର ଏକ୍ସଚେଞ୍ଜ ଘୋଷଣା କରାଯାଇଛି ଯାହା ଗ୍ରାହକମାନଙ୍କୁ ପୁରୁଣା ଇଲେକ୍ଟ୍ରୋନିକ୍ସ ଜିନିଷକୁ ଅପ୍‌ଗ୍ରେଡ୍ କରି ଏକ ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ପ୍ରତି ଅବଦାନ ପ୍ରଦାନ କରିବାର ସୁଯୋଗ ପ୍ରଦାନ କରୁଛି। ୨୦୨୪ ଡିସେମ୍ବର ୨୧ରୁ ଶୁଭାରମ୍ଭ ହୋଇଥିବା ସୁପର ଏକ୍ସଚେଞ୍ଜ ଅଫରରେ ଗ୍ରାହକମାନେ ନିଜର ପୁରୁଣା ଜିନିଷକୁ ବଦଳାଇ ତିନି ପ୍ରକାର ଲାଭ ସହ ନୂଆ ଓ ଶକ୍ତି ମିତବ୍ୟୟୀ ଡିଭାଇସ୍ ପାଇପାରିବେ।
ସୁପର ଏକ୍ସଚେଂଜ୍‌ରେ ଗ୍ରାହକମାନେ ନିର୍ଦ୍ଦିଷ୍ଟ ପ୍ରକାର ହୋମ୍ ଆପ୍ଲାଏନ୍‌ସେସ୍ ଓ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଉପରେ ତିନି ଗୁଣା ଲାଭ ଏବଂ ନୂଆ ଉତ୍ପାଦ ଉପରେ ରିୱାର୍ଡ ଓ ରିହାତି ପାଇପାରିବେ। ଏଥି ସହିତ ପୁରୁଣା ଲାପ୍‌ଟପ୍ ଓ ମୋବାଇଲ୍ ଫୋନ୍ ଏକ୍ସଚେଂଜ୍ କରି ସେମାନେ ୨୧,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ।
ଏହି ଏକ୍ସଚେଞ୍ଜ ଅଫରରେ ଗ୍ରାହକମାନେ ନିଜର ପୁରୁଣା ଡିଭାଇସ୍ ବଦଳାଇ ଯେକୌଣସି ନୂଆ ଉତ୍ପାଦ ନେଇପାରିବେ। ଲୋକମାନେ ନିଜର ପୁରୁଣା ଗ୍ରାଇଣ୍ଡର ବଦଳାଇ ନୂଆ ଟିଭି ନେଇପାରିବେ। ଗ୍ରାହକମାନେ ଅଚଳ ହୋଇପଡ଼ିଥିବା ଉତ୍ପାଦ ନିକଟତମ କ୍ରୋମା ଷ୍ଟୋର୍‌ରେ ଦେଇ ୫୦୦ ଟଙ୍କାର ଏକ୍ସଚେଞ୍ଜ ଭାଉଚର୍ ପାଇପାରିବେ।
ସୁପର ଏକ୍ସଚେଞ୍ଜ ଅଫର ସମସ୍ତ ୫୫୦ରୁ ଅଧିକ କ୍ରୋମା ଷ୍ଟୋର୍‌ରେ ଉପଲବ୍ଧ ହୋଇଛି ଯାହା ଫଳରେ ସାରା ଦେଶରେ ଥିବା ଗ୍ରାହକମାନେ ତାହାର ଲାଭ ପାଇପାରିବେ। ଏଥିପାଇଁ ପ୍ରତିଟି କ୍ରୋମା ଷ୍ଟୋର୍‌କୁ ପ୍ରସ୍ତୁତ କରାଯାଇଛି ଯେଉଁଠାରେ ପୁରୁଣା ଜିନିଷକୁ ଗ୍ରହଣ କରି ସ୍ୱୀକୃତିପ୍ରାପ୍ତ ରିସାଇକଲର୍ ସହଯୋଗୀଙ୍କ ସହଯୋଗରେ ରିସାଇକଲ୍ କରାଯିବ।
ଇନଫିନିଟି ରିଟେଲ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବାଶିଷ ରାୟ କହିଛନ୍ତି ଯେ, ନୂଆବର୍ଷ ଆସୁଥିବା ବେଳେ ସୁପର ଏକ୍ସଚେଞ୍ଜ ଲୋକମାନଙ୍କୁ ନୂତନ ଆରମ୍ଭ କରିବାରେ ସହଯୋଗ କରିବ। ଲୋକମାନେ କେବଳ ପୁରୁଣା ଜିନିଷ ବଦଳାଇ ନୂଆ ଡିଭାଇସ୍ ପାଇପାରିବେ ନାହିଁ, ବରଂ ସେମାନେ ଦାୟିତ୍ୱବାନ କ୍ରୟ ଉପରେ ଚିନ୍ତା କରିପାରିବେ। ଛୋଟ ଛୋଟ ପରିବର୍ତନ ମାଧ୍ୟମରେ ଦୁନିଆକୁ ଏକ ଉତମ ସ୍ଥାନରେ ପରିଣତ କରିବାରେ ସେମାନେ ସହଯୋଗ କରିପାରିବେ।’’
ଷ୍ଟୋର୍ ଭିତରେ ପ୍ରସାର ସହିତ କ୍ରୋମା ପକ୍ଷରୁ ଏହି ଅଫର ବିଷୟରେ ସୋସିଆଲ ମିଡିଆ, ବାହ୍ୟ ବିଜ୍ଞାପନ ଆଦି ଜରିଆରେ ପ୍ରଚାର କରାଯିବ। ସୁପର ଏକ୍ସଚେଂଜ୍ ଜରିଆରେ କ୍ରୋମା ପକ୍ଷରୁ ଗ୍ରାହକଙ୍କୁ ଉନ୍ନତ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ପ୍ରଦାନ ସହିତ ଏହି ଅଭିଯାନ କ୍ରୋମାର ପୃଥିବୀ ପ୍ରତି ଥିବା ଏହାର ଦାଇତ୍ୱକୁ ଦର୍ଶାଉଛି। ସମସ୍ତ ପୁରୁଣା ଜିନିଷକୁ ପରିବେଶ ପ୍ରତି ଦାୟିତ୍ୱବାନ ରହି ପ୍ରକ୍ରିୟାକରଣ ଓ ରିସାଇକଲ୍ କରାଯିବ।

Related Post