ଆଜିର ଖାସ ଖବର
Thu. Apr 16th, 2026

ଟିପିଏସ୍ଓଡିଏଲ୍ ପକ୍ଷରୁ ଚତୁର୍ଥ ସ୍ଥାପନା ଦିବସ ଏବଂ “ଉଲ୍ଲାସ ୨୦୨୫” ପାଳିତ

By Admin_Dainkasha Jan6,2025
TPSODL Celebrates its 4th Raising Day with Ullas 2025: A Joyful Start to the New Year
TPSODL Celebrates its 4th Raising Day with Ullas 2025: A Joyful Start to the New Year

ବ୍ରହ୍ମପୁର, ଜାନୁଆରୀ: ନୂତନ ବର୍ଷକୁ ସ୍ଵାଗତ କରିବା ସହ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ଏହାର ଚତୁର୍ଥ ସ୍ଥାପନ ଦିବସ ସହ ବାର୍ଷିକ କର୍ମଚାରୀ ମିଳନ ଉତ୍ସବ “ଉଲ୍ଲାସ ୨୦୨୫” ପାଳିତ ହୋଇଛି।

ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଟିପିଏସ୍ଓଡିଏଲର କର୍ମଚାରୀମାନେ ସେମାନଙ୍କ ପରିବାର ସହ ଏକତ୍ରିତ ହୋଇ ଉତ୍ସାହର ସହ ଏହି ଦିନକୁ ପାଳନ କରିଥିଲେ। ୧୪ଟି ସ୍ଥାନରେ ଉଲ୍ଲାସ ଉତ୍ସବ ଆୟୋଜିତ ହୋଇଥିଲା। ବ୍ରହ୍ମପୁର ସ୍ଥିତ କର୍ପୋରେଟ ଅଫିସ ସମେତ ସମସ୍ତ ୬ ଟି ସର୍କଲ ଏବଂ ଫୁଲବାଣୀ, ବୌଦ୍ଧ, ପାରଳାଖେମୁଣ୍ଡି, ଗୁଣପୁର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଇତ୍ୟାଦି ସ୍ଥାନରେ ଉଲ୍ଲାସ ପାଳିତ ହୋଇଛି।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ବ୍ରହ୍ମପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦକ୍ଷିଣ ଓଡ଼ିଶାର ଅନ୍ୟ ସ୍ଥାନଗୁଡିକରେ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଶ୍ରୀ ରତନ ନାଭାଲ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ତାଙ୍କ ଆଦର୍ଶ ଏବଂ ଅବଦାନ ଆଗାମୀ ପିଢ଼ିକୁ ପ୍ରେରିତ କରୁଅଛି। ଏହି ଅବସରରେ ରତନ ଟାଟାଙ୍କ ଅବଦାନକୁ ନେଇ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହା ପ୍ରତ୍ୟେକ କର୍ମଚାରୀଙ୍କୁ ଟିପିଏସ୍ଓଡିଏଲର ମାର୍ଗ ପ୍ରଦର୍ଶନ କରୁଥିବା ମୂଲ୍ୟବୋଧଗୁଡ଼ିକ ସମ୍ପର୍କରେ ମନେ ପକାଇ ଦେଇଥିଲା।

ସାଂସ୍କୃତିକ ପ୍ରଦର୍ଶନ, ଖେଳ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମରେ ପରିବେଶ ଉତ୍ସବମୁଖର ହୋଇଥିଲା। ଏହି କାର୍ଯ୍ୟକ୍ରମ ଯୋଗୁଁ କର୍ମଚାରୀଙ୍କ ପରିବାର ଲୋକେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇପାରିଥିଲେ ଏବଂ ମିଳିମିଶି ଉଲ୍ଲାସ ୨୦୨୫କୁ ଉପଭୋଗ କରିଥିଲେ।


ଏହି ଅବସରରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଉଲ୍ଲାସ କେବଳ ଏକ କାର୍ଯ୍ୟକ୍ରମ ନୁହେଁ; ବରଂ, ଏହା ଟିପିଏସ୍ଓଡିଏଲ ପରିବାରର ମିଳିତ ଉତ୍ସାହ ଏବଂ ଲକ୍ଷ୍ୟକୁ ପାଳନ କରିବାର ଏକ ବିଶେଷ ମୁହୂର୍ତ୍ତ। ସ୍ବର୍ଗତ ରତନ ନାଭାଲ ଟାଟାଙ୍କ ଜୀବନ ଏବଂ ଅବଦାନକୁ ମନେ ପକାଇବା ସତରେ ପ୍ରେରଣାଦାୟକ, ଯାହାଙ୍କ ଆଦର୍ଶ ଏବଂ ମୂଲ୍ୟବୋଧ ଆମକୁ ଏକ ଲକ୍ଷ୍ୟ ଓ ସଚ୍ଚୋଟତା ସହ କାମ କରିବାକୁ ଉତ୍ସାହିତ କରୁଅଛି। ଏକାଠି ହୋଇ ନୂଆ ବର୍ଷକୁ ଆରମ୍ଭ କରିବା ଦ୍ୱାରା ଆମର ସମ୍ପର୍କ ଆହୁରି ସୁଦୃଢ଼ ହେବ ଏବଂ ଆଗାମୀ ଯାତ୍ରା ସହଜ ହେବ।”

Related Post