ଆଜିର ଖାସ ଖବର
Mon. Apr 20th, 2026

ବେଦାନ୍ତ ପକ୍ଷରୁ ୨୦୨୪-୨୫ର ତୃତୀୟ ତ୍ରୈମାସିକରେ ସର୍ବକାଳୀନ ସର୍ବାଧିକ ଆଲୁମିନିୟମ୍ ଉତ୍ପାଦନ

By Admin_Dainkasha Jan7,2025

ଭୁବନେଶ୍ୱର: ବେଦାନ୍ତ ଲିମିଟେଡ୍ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଆଲୁମିନିୟମ ଓ ଆଲୁମିନା ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରାଯାଇଛି। ତୃତୀୟ ତ୍ରୈମାସିକରେ ବେଦାନ୍ତର ମୋଟ ଆଲୁମିିନିୟମ ଉତ୍ପାଦନ ବାର୍ଷିକ ଭିତିରେ ୩ ପ୍ରତିଶତ ବୃଦ୍ଧି ପାଇ ସର୍ବକାଳୀନ ୬୧୪ କେଟି ଏବଂ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ୧୮୧୯ କେଟିରେ ପହଂଚିଛି। କମ୍ପାନିର ଓଡ଼ିଶାର ଲାଞ୍ଜିଗଡ଼ ବିଶୋଧନାଗାର ଏହି ତ୍ରୈମାସିକରେ ବାର୍ଷିକ ଭିତିରେ ୭ ପ୍ରତିଶତ ଅଭିବୃଦ୍ଧି ସହ ଆଲୁମିନା ଉତ୍ପାଦନକୁ ୪୭୦ କେଟିରୁ ୫୦୫ କେଟିକୁ ବଢ଼ାଇଥିବା ବେଳେ ପ୍ରଥମ ୯ ମାସରେ ୧୬ ପ୍ରତିଶତ ଅଭିବୃଦ୍ଧି ସହ ୧୫୪୨ କେଟିକୁ ବୃଦ୍ଧି କରିଛି।
କମ୍ପାନିର ଜିଙ୍କ ଇଣ୍ଡିଆ ୟୁନିଟ୍ ମଧ୍ୟ ତ୍ରୈମାସିକ ଭିତିରେ ଧାତୁ ଉତ୍ପାଦନରେ ୩% ଅଭିବୃଦ୍ଧି ହାସଲ କରିଛି, ଯାହା ତୃତୀୟ ତ୍ରୈମାସରେ ୨୬୫ କେଟିରେ ପହଂଚିଛି। ଆଗୁଚା ଏବଂ ଜାୱାର ଖଣିରେ ଉତ୍ପାଦନ ବୃଦ୍ଧି ଯୋଗୁ ଏହା ହୋଇପାରିଛି। ବେଦାନ୍ତ ଏକ୍ସଚେଞ୍ଜକୁ ଜଣାଇଛି ଯେ ଉପଲବ୍ଧତା ଏବଂ ପରିଚାଳନାଗତ ମାନଦଣ୍ଡ ଅନୁଯାୟୀ ୩% ବୃଦ୍ଧି ପାଇ ନଅ ମାସର ସର୍ବୋଚ୍ଚ ପରିମ।।ଣର ବିଶୋଧିତ ଧାତୁ ଉତ୍ପାଦନ କରିଛି। ବେଦାନ୍ତର ଜିଙ୍କ ଇଂଟରନ୍ୟାସନାଲ ୟୁନିଟରେ ମୋଟ ଖଣି ଧାତୁ ଉତ୍ପାଦନ ବାର୍ଷିକ ୧୨% ଓ କ୍ରମାଗତ ୬% ବୃଦ୍ଧି ସହିତ ୪୬ କେଟିକୁ ବୃଦ୍ଧି ପାଇଛି ।
ଭାରତ ବିଶ୍ୱର ଦ୍ୱିତୀୟ ବୃହତମ ଆଲୁମିନିୟମ ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ବେଦାନ୍ତ ହେଉଛି ଭାରତର ସର୍ବବୃହତ୍ ଧାତୁ ଉତ୍ପାଦନକାରୀ କମ୍ପାନି। କମ୍ପାନି ଆର୍ôଥକ ବର୍ଷ ୨୦୨୩-୨୪ରେ ଭାରତର ଅଧାରୁ ଅଧିକ ଆଲୁମିନିୟମ ଅର୍ଥାତ୍ ୨.୩୭ ନିୟୁତ ଟନ୍ ଉତ୍ପାଦନ କରିଥିଲା।
ନଭେମ୍ବର ୨୧ ରେ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲର ମୁମ୍ବାଇ ଖଣ୍ଡପୀଠ ବେଦାନ୍ତର ଇକ୍ୱିଟି ଅଂଶଧନଧାରୀ, ସୁରକ୍ଷିତ ଏବଂ ଅସୁରକ୍ଷିତ ଋଣଦାତାଙ୍କ ବୈଠକ ପାଇଁ ପଥ ପରିସ୍କାର କରିଥିଲେ। ବେଦାନ୍ତ ଫେବୃଆରି ସୁଦ୍ଧା ଋଣଦାତା ଏବଂ ଅଂଶଧନଧାରୀଙ୍କ ଅନୁମୋଦନ ହାସଲ କରିବ ଏବଂ ୨୦୨୫ ମଧ୍ୟଭାଗ ସୁଦ୍ଧା ଡିମର୍ଜର ଶେଷ କରିବ ବୋଲି ଆଶା ରଖିଛି। ତୈଳ ଓ ଗ୍ୟାସ, ଜିଙ୍କ, ସିସା, ରୂପା, ତମ୍ବା, ଲୁହାପଥର, ଇସ୍ପାତ ଓ ଆଲୁମିନିୟମ ଭଳି କ୍ଷେତ୍ରରେ ବେଦାନ୍ତର ଏକାଧିକ ଦେଶରେ କାରବାର ରହିଛି। ମଙ୍ଗଳବାର କମ୍ପାନୀର ସେୟାର ମୂଲ୍ୟ ୧.୯% ବୃଦ୍ଧି ପାଇଥିଲା।

Related Post