ଆଜିର ଖାସ ଖବର
Mon. Apr 20th, 2026

ବେଦାନ୍ତ ଅଧ୍ୟକ୍ଷ ଅନୀଲ୍ ଅଗ୍ରୱାଲ୍‌ଙ୍କ କଳା ଓ ସଂସ୍କୃତିର ପ୍ରସାର ଲକ୍ଷ୍ୟକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପ୍ରଶଂସା

By Admin_Dainkasha Jan10,2025
Lok Sabha Speaker Shri Om Birla lauds Vedanta Chairman Anil Agarwal’s vision to promote art & culture

ଭୁବନେଶ୍ୱର: ବ୍ରିଟେନ୍‌ର ୧୦୦ ବର୍ଷ ପୁରୁଣା ରିଭରସାଇଡ୍ ଷ୍ଟୁଡିଓ ଟ୍ରଷ୍ଟ୍‌କୁ କଳା ଓ ସଂସ୍କୃତିର ପ୍ରସାର ପାଇଁ ଅନ୍ତର୍ଜାତୀୟ କେନ୍ଦ୍ରରେ ପରିଣତ କରିବା ଲାଗି ବେଦାନ୍ତ ଗ୍ରୁପ୍ ରଖିଥିବା ଲକ୍ଷ୍ୟକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରଶଂସା କରିଛନ୍ତି। ଟେମ୍‌ସ ନଦୀର ଉତର କୂଳରେ ଅବସ୍ଥିତ ଏହି କେନ୍ଦ୍ରରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଏହି ଷ୍ଟୁଡିଓ ସାରା ବିଶ୍ୱର କଳାକାର ଓ ପ୍ରଦର୍ଶନକାରୀମାନଙ୍କୁ ଏକ ମଂଚ ପ୍ରଦାନ କରିବ। ବେଦାନ୍ତ ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ୍ ଏବେ ଏହି ଷ୍ଟୁଡିଓର ମାଲିକାନା ହାସଲ କରିଛନ୍ତି।
“ଏଭଳି ଏକ ସମ୍ମାନନୀୟ ମଂଚରେ କଳା ଓ ସଂସ୍କୃତିର ପ୍ରସାର ପାଇଁ କରୁଥିବା ଉଦ୍ୟମ ଲାଗି ମୁଁ ଶ୍ରୀ ଅଗ୍ରୱାଲ୍‌ଙ୍କୁ ଅଭିନନ୍ଦନ ଜଣାଉଛି। ସାରା ବିଶ୍ୱରୁ କଳାକାରରେ ଲଣ୍ଡନରେ ସେମାନଙ୍କ ଅଂଚଳର କଳା ଓ ସଂସ୍କୃତିକୁ ଏଠାରେ ପ୍ରଦର୍ଶନ କରିବାର ସୁଯୋଗ ପାଇପାରିବେ। କଳାକାରମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଲାଗି ଏକ ବିଶ୍‌ବସ୍ତରୀୟ ମଂଚରେ ପରିଣତ ହେବ ବୋଲି ସେ କହିଛନ୍ତି।
ତାଙ୍କ ପ୍ରତି କୃତଜ୍ଞତା ଜଣାଇ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ୍ କହିଛନ୍ତି ଯେ,“ରିଭରସାଇଡ୍ ଷ୍ଟୁଡିଓରେ ଓମ୍ ବିର୍ଲାଙ୍କ କାର୍ଯ୍ୟକ୍ରମ ଆୟୋଜନ କରିବା ଏକ ସମ୍ମାନର ବିଷୟ। ତାଙ୍କ ଲକ୍ଷ୍ୟ ଓ ନେତୃତ୍ୱ ଆମକୁ ଭାରତ ଓ ବ୍ରିଟେନ୍ ମଧ୍ୟରେ କେବଳ ଅର୍ଥନୀତିରେ ସହଯୋଗିତା ବଢ଼ାଇବା ନୁହେଁ, ବରଂ ଆମ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପାଳନ କରିବା ଦିଗରେ କାର୍ଯ୍ୟ କରିବା ଲାଗି ଅନୁପ୍ରାଣିତ କରିଛି।”
ଶିକ୍ଷା ଓ ମହିଳା ସଶକ୍ତୀକରଣ ଦିଗରେ ଉଦ୍ୟମ ଓ ଅଙ୍ଗନବାଡ଼ିଗୁଡ଼ିକୁ ନନ୍ଦ ଘରରେ ପରିଣତ କରି ପିଲାମାନଙ୍କ ସାମଗ୍ରିକ ବିକାଶ କରୁଥିବାରୁ ସେ ବେଦାନ୍ତକୁ ପ୍ରଶଂସା କରିଛନ୍ତି। ନନ୍ଦଘରଗୁଡ଼ିକରେ ପିଲାମାନଙ୍କୁ ମାଗଣା ଶିକ୍ଷା ଓ ପୁଷ୍ଟିକର ଆହାର ପ୍ରଦାନ କରାଯାଉଛି। ସମାଜର ଅନଗ୍ରସର ବର୍ଗର ଉନ୍ନତି ପାଇଁ ଏଭଳି ପଦକ୍ଷେପ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
ଏହାପରେ ଶ୍ରୀ ବିର୍ଲା ରିଭରସାଇଡ୍ ଷ୍ଟୁଡିଓ ପରିଦର୍ଶନ କରିବା ସହ କଳା ଓ ସଂସ୍କୃତିର ପ୍ରସାର ଲାଗି ତାହାରୂ ସମୃଦ୍ଧ ପରମ୍ପରାକୁ ପ୍ରଶଂସା କରିଥିଲେ। ରିଭରସାଇଡ୍ ଷ୍ଟୁଡିଓକୁ ଓମ୍ ବିର୍ଲାଙ୍କ ପରିଦର୍ଶନ ଭାରତ ଓ ବ୍ରିଟେନ୍ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ଦର୍ଶାଉଛି। ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ମିଳିତ ସମୃଦ୍ଧିର ଭିତି ସ୍ଥାପନ କରିବାକୁ ଏହା ଦର୍ଶାଉଛି।

Related Post