ଆଜିର ଖାସ ଖବର
Mon. Apr 20th, 2026

ୱି ଗ୍ରାହକମାନେ ମହା କୁମ୍ଭମେଳା ଦର୍ଶନର ସିଧାପ୍ରସାରଣ ଉପଭୋଗ କରିପାରିବେ

By Admin_Dainkasha Jan13,2025

ଭୁବନେଶ୍ୱର: ୧୨ ବର୍ଷରେ ଥରେ ପଡ଼ୁଥିବା ମହା କୁମ୍ଭମେଳା ଚଳିତ ମାସ ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଉତରପ୍ରଦେଶର ପ୍ରୟାଗରାଜରେ ଆୟୋଜନ କରାଯାଉଛି। ଏହା ହେଉଛି ଏକ ବିଶାଳ ଆଧ୍ୟାତ୍ମିକ ଆୟୋଜନ। ଚଳିତ ବର୍ଷ ଏଠାକୁ ୪୦ କୋଟି ଲୋକ ଆସିବେ ବୋଲି ଆଶା କରାଯାଉଛି ଯାହା ଏହାକୁ ବିଶ୍ୱର ଅନ୍ୟତମ ସର୍ବବୃହତ କାର୍ଯ୍ୟକ୍ରମରେ ପରିଣତ କରୁଛି।
ମହା କୁମ୍ଭମେଳାକୁ ଲୋକମାନଙ୍କ ନିକଟରେ ପହଂଚାଇବା ଲାଗି ଦେଶର ଅଗ୍ରଣୀ ଟେଲିକମ୍ ବ୍ରାଣ୍ଡ୍ ୱି ପକ୍ଷରୁ ୱି ମୁଭିଜ୍ ଆଣ୍ଡ୍ ଟିଭିରେ ଏହାର ସିଧାପ୍ରସାରଣ ଲାଗି ସେମାରୋ ସହିତ ସହଯୋଗିତା ସ୍ଥାପନ କରାଯାଇଛି।
ପବିତ୍ର ଜଳରେ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁମାନେ ସ୍ନାନ କରୁଥିବବାଠାରୁ ଆରମ୍ଭ କରି ମକର ସଂକ୍ରାନ୍ତି (ଜାନୁଆରୀ ୧୪), ମୌନି ଅମାବାସ୍ୟା (ଜାନୁଆରୀ ୨୯) ଓ ମହାଶିବରାତ୍ରୀ (ଫେବ୍ରୁଆରି ୨୬)ରେ ଶାହିସ୍ନାନ ପର୍ଯ୍ୟନ୍ତ ଦୃଶ୍ୟକୁ ଲୋକମାନେ ଉପଭୋଗ କରିପାରିବେ। ଉପଭୋକ୍ତାମାନେ ସ୍ୱତନ୍ତ୍ର ରେକର୍ଡ ହୋଇଥିବା ବିଷୟବସ୍ତୁ, ଆଖଡ଼ାର ପରିଭ୍ରମଣ, ଲୋକସଙ୍ଗୀତ ଏବଂ ଭକ୍ତି ଗୀତର ସାଂସ୍କୃତିକ ପରିବେଷଣ ସହିତ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ପ୍ରତିପାଦନ କରୁଥିବା ମନୋରମ ଦୃଶ୍ୟକୁ ଅନୁଭବ କରିପାରିବେ। ସାଧୁ ସନ୍ଥ ଏବଂ ଆଧ୍ୟାତ୍ମିକ ଗୁରୁଙ୍କ ସାକ୍ଷାତକାର ଏହାର ବିଶେଷ ବୈଶିଷ୍ଟ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ; ଏବଂ ପ୍ରଥମ ଥର ପର୍ଯ୍ୟଟକଙ୍କ ଠାରୁ ହୃଦୟସ୍ପର୍ଶୀ କାହାଣୀ ଶୁଣିପାରିବେ।.
ଏହି ପଦକ୍ଷେପ ଲୋକମାନଙ୍କ ସହ ଯୋଡ଼ି ହେବା ପାଇଁ ୱିର ପ୍ରତିବଦ୍ଧତାକୁ ଦର୍ଶାଉଛି। ସ୍ଥାନୀୟ ଏବଂ ଆଧ୍ୟାତ୍ମିକ ବିଷୟବସ୍ତୁର ବଢୁଥିବା ଚାହିଦା ଯୋଗୁଁ ୨ୟ ଏବଂ ୩ୟ ଶ୍ରେଣୀ ସହରଗୁଡିକରେ ନୂତନ ଓଟିଟି ଦର୍ଶକଙ୍କ ସଂଖ୍ୟା ୬୦% ବୃଦ୍ଧି ପାଇଥିବା ବେଳେ ମହାକୁମ୍ଭମେଳା ସମସ୍ତଙ୍କ ପାଇଁ ଉପଲବ୍ଧ ରହିବାମୁ ୱି ସୁନିଶ୍ଚିତ କରୁଛି। ଶ୍ରଦ୍ଧାଳୁମାନେ ୱି ମୁଭିଜ୍ ଏବଂ ଟିଭି ଟ୍ୟାବ୍ ଅଧୀନରେ ଭି ମୁଭିଜ୍ ଏବଂ ଟିଭି ଆପ୍ ଓଆର-ୱି ଆପ୍‌ରେ ଏହି ଆଧ୍ୟାତ୍ମିକ ଯାତ୍ରା ଅନୁଭବ କରିପାରିବେ ଏବଂ ସେମାରୁଙ୍କ ଦ୍ୱାରା ପରିଚାଳିତ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ବିଷୟବସ୍ତୁର ସିଧା ପ୍ରସାରଣ ଦେଖିପାରିବେ।
ଉପଭୋକ୍ତାମାନଙ୍କୁ ଏକ ଅତୁଳନୀୟ ଅନୁଭୂତି ପ୍ରଦାନ କରିବା ପାଇଁ, ୱି ସମଗ୍ର ଭାରତରେ ଏହାର ୪ଜି ନେଟୱାର୍କକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି, ୪୬,୦୦୦ ନୂତନ ସାଇଟ୍ ଯୋଡିଛି ଏବଂ ୫୮,୦୦୦ରୁ ଅଧିକ ସାଇଟ୍‌ର କ୍ଷମତା ବୃଦ୍ଧି କରି ସମଗ୍ର ଦେଶରେ ଉନ୍ନତ ସଂଯୋଗ ପ୍ରଦାନ କରିଛି। ଓପନସିଗନାଲର ନଭେମ୍ବର ୨୦୨୪ ରିପୋର୍ଟରେ ଦର୍ଶାଯାଇଛି ଯେ, ୱିର ୪ଜି ନେଟୱାର୍କ ୪ଜି ଲାଇଭ୍ ଭିଡିଓ ଅଭିଜ୍ଞତା, ୪ଜି ଡାଉନଲୋଡ୍ ଏବଂ ଅପଲୋଡ୍ ସ୍ପିଡ୍ ଏବଂ ଗେମିଂ ପ୍ରଦର୍ଶନ ଭଳି ପ୍ରମୁଖ ବର୍ଗରେ ଶୀର୍ଷରେ ରହିଛି।

Related Post