ଆଜିର ଖାସ ଖବର
Mon. Apr 20th, 2026

ବିଦ୍ୟା ୱାୟର୍ସ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Jan14,2025 #IPO #SEBI

ଭୁବନେଶ୍ୱର: ବିଭିନ୍ନ ପ୍ରକାର ଶିଳ୍ପ ଓ ପ୍ରୟୋଗ ଉଦ୍ଦେଶ୍ୟରେ ୱାଣ୍ଡିଂ ଓ କଣ୍ଡକ୍ଟିଭ୍ ଉତ୍ପାଦ ପ୍ରସ୍ତୁତ କରୁଥିବା ବିଦ୍ୟା ୱାୟର୍ସ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
କମ୍ପାନି ପକ୍ଷରୁ ୩୨୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍‌ରେ ଅଂଶଧନକାରୀମାନେ ୧୦,୦୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିପାରିବେ। କମ୍ପାନିର ପ୍ରତିଷ୍ଠାତା ହେଛଛନ୍ତି ଶ୍ୟାମସୁନ୍ଦର ରାଠି, ଶୈଳେଶ ରାଠି ଓ ଶିଳ୍ପା ରାଠି।
ଅଫର୍ ଫର୍ ସେଲ୍‌ରେ ଶ୍ୟାମ ସୁନ୍ଦର ରାଠି ୫,୦୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଶୈଳେଶ ରାଠି ୫,୦୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିପାରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ଏଏଲ୍‌ସିୟୁ ସହାୟକ ସଂସ୍ଥାର ନୂଆ ପ୍ରକଳ୍ପ ସ୍ଥାପନରେ ପୁଞ୍ଜି ବ୍ୟୟ, କମ୍ପାନି ହାସଲ କରିଥିବା କିଛି ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା ଓ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ।
ବିଦ୍ୟା ୱାୟର୍ସ ଲିମିଟେଡ୍ ହେଉଛି ଚତୁର୍ଥ ବୃହତମ ନିର୍ମାତା ଯାହା ପାଖରେ ସ୍ଥାପିତ କ୍ଷମତା ଦୃଷ୍ଟିରୁ ୫.୯ ପ୍ରତିଶତ ବଜାର ଅଂଶ ରହିଛି ବୋଲି କେୟାରଏଜ୍ ରିପୋର୍ଟରୁ ଜଣାପଡ଼ିଛି। କମ୍ପାନି ଏହାର ଉତ୍ପାଦନ କ୍ଷମତାକୁ ବଢ଼ାଇବା ଏବଂ ଉତ୍ପାଦ ବର୍ଗମାଳାକୁ ସମ୍ପ୍ରସାରଣ କରିବା ଯୋଜନା ରଖିଛି। ପ୍ରେସିସନ୍ ଇଞ୍ଜିନିୟର୍ଡ ୱାୟର, ଏନାମେଲ୍‌ଡ କପର ରେକ୍ଟାଙ୍ଗୁଲାର ଷ୍ଟ୍ରାଇପ୍‌ସ, ପେପର ଇନସୁଲେଟେଡଜ୍ ତମ୍ବା କଣ୍ଡକ୍ଟର, ତମ୍ବା ବସ୍‌ବାର, ଖୋଲା ତମ୍ବା କଣ୍ଡକ୍ଟର, ସ୍ୱତନ୍ତ୍ର ୱାଣ୍ଡିଂ ୱୟାର, ପିଭି ରିବନ ଓ ଆଲୁମିନିୟମ ଷ୍ଟ୍ରାଇପ୍ ଆଦି ଉତ୍ପାଦ କମ୍ପାନି ପ୍ରସ୍ତୁତ କରୁଛି। ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଓ ସଂଚରଣ, ବିଦ୍ୟୁତ ବ୍ୟବସ୍ଥା, ବିଦ୍ୟୁତ୍ ମୋଟର, ସ୍ୱଚ୍ଛ ଶକ୍ତି, ଇଲେକ୍ଟ୍ରିକ୍ ଗମନାଗମନ, ରେଳବାଇ ଆଦି ବିଭିନ୍ନ କାର୍ଯ୍ୟରେ ସେଗୁଡ଼ିକ ବ୍ୟବହାର ହେଉଛି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ପାଂଟୋମ୍ୟାଥ୍ କ୍ୟାପିଟାଲ୍ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଆଇଡିବିଆଇ କ୍ୟାପିଟାଲ୍ ମାର୍କେଟସ୍ ଆଣ୍ଡ୍ ସିକ୍ୟୁରିଟିଜ୍ ଲିମିଟେଡ୍‌।

Related Post