ଆଜିର ଖାସ ଖବର
Tue. Apr 21st, 2026

ଏଞ୍ଜେଲ ୱାନ୍ ପକ୍ଷରୁ ନକଲି ସୋସିଆଲ ମିଡିଆ ଗ୍ରୁପ୍ ଓ ଅନଧୀକୃତ ନିବେଶ ସ୍କିମ୍‌କୁ ନେଇ ସତର୍କତା ଜାରି

By Admin_Dainkasha Jan14,2025

ଭୁବନେଶ୍ୱର: ଫିନ୍‌ଟେକ୍ କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଏଞ୍ଜେଲ୍ ୱାନ୍ ପକ୍ଷରୁ ବୃଦ୍ଧି ପାଉଥିବା ଠକାମି ସୋସିଆଲ ମିଡିଆ ଗ୍ରୁପ୍‌ରେ ଏଞ୍ଜେଲ୍ ୱାନର ନାମ ଓ ବରିଷ୍ଠ ଏକ୍‌ଜିକ୍ୟୁଟିଭ୍ ଭାବେ ନକଲି ପରିଚୟ ଦିଆଯାଉଥିବା ସମ୍ପର୍କରେ ନିବେଶକମାନଙ୍କୁ ସତର୍କ କରାଯାଇଛି। କମ୍ପାନି ଜାଣିବାକୁ ପାଇଛି ଯେ ବିଭିନ୍ନ ସୋସିଆଲ ମିଡିଆ ପ୍ଳାଟଫର୍ମରେ ଅନଧୀକୃତ ଗ୍ରୁପ୍ ସୃଷ୍ଟି କରି ଏଞ୍ଜେଲ୍ ୱାନ୍ ସହ ସମ୍ପର୍କ ଥିବା ଦାବି କରାଯାଉଛି।
ଏଞ୍ଜେଲ ୱାନ୍ ଜାଣିବାକୁ ପାଇଛି ଯେ, ଏହି ଠକାମି ଗ୍ରୁପ୍‌ଗୁଡ଼ିକ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ବେଳେ ସେବିର ପଞ୍ଜୀକରଣ/ ଅନୁମତି ବିନା ସିକ୍ୟୁରିଟି ସମ୍ପର୍କିତ ପରାମର୍ଶ କିମ୍ବା ସୁପାରିସ ପ୍ରଦାନ କରୁଛନ୍ତି। ସେବିର ମଞ୍ଜୁରି ବିନା ରିଟର୍ଣ୍ଣ ଓ ପ୍ରଦର୍ଶନ ସମ୍ପର୍କରେ ଅଣସ୍ୱୀକୃତ ଦାବି କରୁଛନ୍ତି। ହ୍ୱାଟସ୍‌ଆପ୍ ଓ ଟେଲିକଗ୍ରାମ୍ ଗ୍ରୁପ୍‌ଗୁଡ଼ିକରେ ଏଞ୍ଜେଲ ୱାନ୍ ଲିମିଟେଡ୍‌ର ନାମ ଓ ଲୋଗୋକୁ ବେଆଇନ୍ ଭାବେ ବ୍ୟବହାର କରାଯାଉଛି। ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ଲାଗି ବରିଷ୍ଠ ଅଧିକାରୀଙ୍କ ନାମ ଓ ଛବିକୁ ବ୍ୟବହାର କରାଯାଉଛି।
“ଆମେ ଗୁରୁତ୍ୱ ଦେବାକୁ ଚାହୁଁଛୁ ଯେ ସିକ୍ୟୁରିଟି ବଜାରରେ ଅନଧିକୃତ ନିବେଶ ପରାମର୍ଶ ପ୍ରଦାନ କରିବା କିମ୍ବା ରିଟର୍ଣ୍ଣ ଗ୍ୟାରେଂଟି ଦେବା କଡ଼ାକଡ଼ି ଭାବେ ନିଷିଦ୍ଧ ଏବଂ ନିବେଶକମାନଙ୍କୁ ଯଥେଷ୍ଟ ତତ୍ପରତା ଅବଲମ୍ବନ କରିବାକୁ ଏବଂ ଆମ ସଂସ୍ଥାର ବୋଲି ଦାବି କରୁଥିବା କୌଣସି ଯୋଗାଯୋଗର ସତ୍ୟତା ଯାଂଚ କରିବାକୁ ଅନୁରୋଧ କରୁଛୁ । ବୈଧ ନିବେଶ ନିଷ୍ପତି ସର୍ବଦା ସମ୍ପୂର୍ଣ୍ଣ ଗବେଷଣା ଏବଂ ଅଧିକୃତ ଉତ୍ସରୁ ସୂଚନା ଉପରେ ଆଧାରିତ ହେବା ଉଚିତ୍ । ଆଞ୍ଜେଲ୍ ୱାନ୍ ଲିମିଟେଡ୍ ର କୌଣସି ନକଲି ଆପ୍ଲିକେସନ୍‌, ୱେବ୍ ଲିଙ୍କ୍ କିମ୍ବା ଘରୋଇ ହ୍ୱାଟ୍ସଆପ୍ ତଥା ଟେଲିଗ୍ରାମ ୍ ଗ୍ରୁପ୍ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ସମ୍ପର୍କ ନାହିଁ ଏବଂ ଜାଲିଆତି ଆପ୍ଲିକେସନ୍ କିମ୍ବା ୱେବ୍ ଲିଙ୍କ୍ ସହିତ କାରବାର ଯୋଗୁଁ କୌଣସି ଆର୍ôଥକ କ୍ଷତି କିମ୍ବା ପରିଣାମ ପାଇଁ ଦାୟୀ ରହିବ ନାହିଁ ।” ବୋଲି ଏଞ୍ଜେଲ୍ ୱାନ୍ ପକ୍ଷରୁ କୁହାଯାଇଛି।
ଏଞ୍ଜେଲ ୱାନ୍ ସ୍ପଷ୍ଟ କରିଛି ଯେ ଏହା ଅନଧୀକୃତ୍ ସୋସିଆଲ ମିଡିଆ ଗ୍ରୁପ୍‌ଗୁଡ଼ିକରେ ଗ୍ରାହକଙ୍କୁ ଯୋଡ଼େ ନାହିଁ, ମେସେଜିଂ ପ୍ଲାଟଫର୍ମ ମାଧ୍ୟମରେ ସମ୍ବେଦନଶୀଳ ବ୍ୟକ୍ତିଗତ ସୂଚନା ପ୍ରଦାନ କରେ ନାହିଁ, ଅନଧିକୃତ ଚ୍ୟାନେଲ୍ ମାଧ୍ୟମରେ ପାଣ୍ଠି ସଂଗ୍ରହ କରିବା କିମ୍ବା ନିଶ୍ଚିତ ରିଟର୍ଣ୍ଣର ପ୍ରତିଶ୍ରୁତି ଦିଏ ନାହିଁ। ସମସ୍ତ ବୈଧ କାରବାର କେବଳ ଏଞ୍ଜେଲ ୱାନର ଅଫିସିଆଲ୍ ପ୍ଲାଟଫର୍ମ ମାଧ୍ୟମରେ କରାଯିବା ଉଚିତ, ଏବଂ ଆପ୍ଲିକେସନ୍‌ଗୁଡିକ କେବଳ ସରକାରୀ ଉତ୍ସ ଏବଂ ଅନୁମୋଦିତ ଆପ୍ ଷ୍ଟୋରରୁ ଡାଉନଲୋଡ୍ ହେବା ଉଚିତ୍‌। ନିବେଶକଙ୍କ ସ୍ୱାର୍ଥରକ୍ଷା ଏବଂ ସୁରକ୍ଷିତ ବାଣିଜ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଆଞ୍ଜେଲ ୱାନ୍ ପ୍ରତିଶ୍ରୁତିବଦ୍ଧ। କମ୍ପାନି ସମସ୍ତ ନିବେଶକଙ୍କୁ ସତର୍କ ରହିବାକୁ ଏବଂ ସେମାନଙ୍କ ଆର୍ôଥକ ସୁରକ୍ଷାକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପ୍ରୋତ୍ସାହିତ କରୁଛି।
ଜନସାଧାରଣଙ୍କୁ ଦୃଢ଼ ପରାମର୍ଶ ଦିଆଯାଇଛି ଯେ ସେମାନେ ଏଭଳି ସଂସ୍ଥା ସହିତ ଯୋଗାଯୋଗ ରୁ ଦୂରେଇ ରୁହନ୍ତୁ ଏବଂ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ତୁରନ୍ତ ଆଇନ ପ୍ରବର୍ତନକାରୀ ଏଜେନ୍ସିକୁ ସୂଚନା ଦିଅନ୍ତୁ । ଯଦି ଆପଣ କୌଣସି ସମ୍ଭାବ୍ୟ ଠକେଇର ସମ୍ମୁଖୀନ ହୁଅନ୍ତି, ତେବେ ମଚ୍ଚଭରକ୍ସମକ୍ସସଜ୍ଞର.ଶକ୍ଟଙ୍ଖ.ସଦ୍ଭ ସାଇବର କ୍ରାଇମ ପୋର୍ଟାଲ ମାଧ୍ୟମରେ ୧୯୩୦ ରେ ହେଲପ୍‌ଲାଇନକୁ ଫୋନ୍ କରି କିମ୍ବା ଆପଣଙ୍କ ନିକଟସ୍ଥ ଥାନାକୁ ଯାଇ ଏହା ଜଣାଇପାରିବେ।

Related Post