ଆଜିର ଖାସ ଖବର
Tue. Apr 21st, 2026

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଆଂଶିକ ଉଠାଣ ସୁବିଧା ସହ ଲିକ୍ୱିଡ ମିଆଦୀ ଜମାର ଶୁଭାରମ୍ଭ

By Admin_Dainkasha Jan14,2025

ଭୁବନେଶ୍ୱର: ରାଷ୍ଟ୍ରାୟତ ବ୍ୟାଙ୍କ୍ -ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ଲିକ୍ୱିଡ ମିଆଦୀ ଜମା (ଲିକ୍ୱିଡ ଏଫଡି)ର ଶୁଭାରମ୍ଭ କରାଯାଇଛି ଯାହା ଗ୍ରାହକମାନଙ୍କୁ ନିଶ୍ଚିତ ରିଟର୍ଣ୍ଣ ସହ ଆଂଶିକ ନଗଦ ରାଶି ଉଠାଣର ବିକଳ୍ପ ପ୍ରତିଶ୍ରୁତି ପ୍ରଦାନ କରୁଛି। ସଂଚୟକାରୀଙ୍କ ଆବଶ୍ୟକତା ପୂରଣ କରିବା ଲାଗି ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ପାରମ୍ପରିକ ମିଆଦୀ ଜମାର ବିକଳ୍ପ ସ୍ୱରୂପ ବିଓବି ଲିକ୍ୱିଡ ମିଆଦୀ ଜମାର ଶୁଭାରମ୍ଭ କରାଯାଇଛି।
ବିଓବି ଲିକ୍ୱିଡ ଏଫଡିରେ ଉଭୟ ମିଆଦୀ ଜମା (ଏଫ୍‌ଡି) ଓ ସଂଚୟ ଖାତା ଜମାର ଲାଭ ରହିଛି। ଏଥିରେ ମିଆଦୀ ଜମା (ଏଫ୍‌ଡି) ଭଳି ଅଧିକ ରିଟର୍ଣ୍ଣ ମିଳିବ ଓ ସଂଚୟ ଖାତା ଭଳି ଯେକୌଣସି ସମୟରେ ନଗଦ ରାଶି ମଧ୍ୟ ମିଳିପାରିବ। ଏଥିରେ ଗ୍ରାହକମାନେ ମିଆଦୀ ଜମା (ଏଫ୍‌ଡି)କୁ ବନ୍ଦ ନ କରି ଆଂଶିକ ଉଠାଣ କରିପାରିବେ ଯାହା ଫଳରେ ସେମାନେ ନିଜ ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିପାରିବେ ଏବଂ ଖାତାର ଅବଶିଷ୍ଟ ରାଶି ଉପରେ ଭଲ ରିଟର୍ଣ୍ଣ ପାଇପାରିବେ।
ଭାରତୀୟ ଆର୍ôଥକ ଦୃଶ୍ୟପଟ୍ଟରେ ଗ୍ରାହକଙ୍କ ଆଚରଣରେ ପରିବର୍ତନ ହୋଇଛି। ଗ୍ରାହକମାନେ ଏଭଳି ଜମା ଚାହୁଁଛନ୍ତି, ଯେଉଁଥିରେ ଉଭୟ ରିଟର୍ଣ୍ଣ ଓ ନଗଦ ରାଶି (ଲିକ୍ୱିଡ୍‌) ଯାହା ଜରୁରୀକାଳୀନ ଆବଶ୍ୟକତାକୁ ପୁରଣ କରିବା ପାଇଁ ଆଂଶିକ ଭାବେ ଉଠାଯାଇପାରିବ। କୌଣସି ଜରୁରୀକାଳୀନ ସମୟରେ ଖର୍ଚ୍ଚର୍ର ମୁକାବିଲା କରିବା ପାଇଁ ବିଓବି ଲିକ୍ୱିଡ ମିଆଦୀ ଜମାର ଆଂଶିକ ଉଠାଣ ସୁବିଧା ଜରିଆରେ ଖାତା ବନ୍ଦ ନ କରି ଆଂଶିକ ପାଣ୍ଠି ହାସଲ କରିହେବ।
ଉଦାରଣ ସ୍ୱରୂପ ଜଣେ ବ୍ୟକ୍ତି ୫ ଲକ୍ଷ ଟଙ୍କାର ବିଓବି ଲିକ୍ୱିଡ ଏଫ୍‌ଡି ଖୋଲି ସେଥିରୁ ୧ ଲକ୍ଷ ଟଙ୍କା ଉଠାଇ ନେବା ପରେ ଅବଶିଷ୍ଟ ୪ ଲକ୍ଷ ଟଙ୍କା ଉପରେ ଏଫ୍‌ଡି ରେଟ୍‌ରେ ସୁଧ ପାଇପାରିବେ ଏବଂ ଯଦି ଦରକାର ହେବ, ଗ୍ରାହକଙ୍କୁ କେବଳ ୧ ଲକ୍ଷ ଟଙ୍କାର ଉଠାଣ ଉପରେ ପ୍ରିପେମେଂଟ ଜରିମାନା ଦେବାକୁ ହେବ, ପୁରା ୫ ଲକ୍ଷ ଟଙ୍କା ଉପରେ ନୁହେଁ।
ଗ୍ରାହକମାନେ ୫୦୦୦ ଟଙ୍କାରୁ ଏହି ଏଫ୍‌ଡି ଖାତା ଖୋଲିପାରିବେ ଏବଂ ୧୨ରୁ ୬୦ ମାସ ପର୍ଯ୍ୟନ୍ତର ଅବଧି ଚୟନ କରିପାରିବେ। ସେମାନେ ୧୦୦୦ ଟଙ୍କାର ଗୁଣିତକ ହିସାବରେ ଆଂଶିକ ଉଠାଣ କରିପାରିବେ। ଅତି କମ୍‌ରେ ଖାତା ଯଦି ୧୨ ମାସର ହୋଇଯାଇଥିବ ତେବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଂଶିକ ଉଠାଣ ଉପରେ କୌଣସି ପ୍ରାକ୍ ପେମେଂଟ ଜରିମାନା ଲାଗୁ ହେବ ନାହିଁ। ବିଓବି ଲିକ୍ୱିଡ୍ ଏଫ୍‌ଡିର କୌଣସିି ସର୍ବୋଚ୍ଚ ସୀମା ନାହିଁ। ଏହା ଉପରେ ବ୍ୟାଙ୍କ୍ ତରଫରୁ ବିଭିନ୍ନ ସମୟରେ ଧାର୍ଯ୍ୟ କରାଯାଉଥିବା ସୁଧ ପ୍ରଦାନ କରାଯିବ।
୧ କୋଟି ଟଙ୍କାରୁ କମ୍ ଜମା ଉପରେ ସୁଧର ୧ ପ୍ରତିଶତ ପ୍ରାକ୍ ପେମେଂଟ ଜରିମାନା ଆଦାୟ କରାଯିବ। ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏଫ୍‌ଡି ଉପରେ ଜରିମାନା ଅବଧି ପ୍ରଯୁଯ୍ୟ ସୁଧ ହାରର ୧.୫ ପ୍ରତିଶତ ହେବ।
ବ୍ୟାଙ୍କ୍ ଅଫ୍ ବରୋଦାର ବିଓବି ଲିକ୍ୱିଡ ମିଆଦୀ ଜମା ସେହି ଗ୍ରାହକମାନଙ୍କ ଲାଗି ଉପଯୁକ୍ତ ଯେଉଁମାନେ ଦୀର୍ଘକାଳୀନ ଜମା ରଖି ଅଧିକ ରିଟର୍ଣ୍ଣ ପାଇବା ଏବଂ ସମାନ ସମୟରେ ସଂଚୟ ଓ ଦୀର୍ଘକାଳୀନ ଲକ୍ଷ୍ୟ ମଧ୍ୟରେ ସନ୍ତୁଳନ ସହ ଜରୁରୀକାଳୀନ ଖର୍ଚ୍ଚର୍ ପାଇଁ ବିକଳ୍ପ ଚାହୁଛନ୍ତି।
ଗ୍ରାହକମାନେ ବ୍ୟାଙ୍କ୍‌ର ଡିଜିଟାଲ ଚ୍ୟାନେଲ, ବିଓବି ୱାର୍ଲଡ୍ ଆପ ଓ ଇଂଟରନେଟ୍ ବ୍ୟାଙ୍କିଂ କିମ୍ବା ଶାଖା ପରିଦର୍ଶନ କରି ବିଓବି ଲିକ୍ୱିଡ୍ ମିଆଦୀ ଜମା କରିପାରିବେ।

Related Post