ଆଜିର ଖାସ ଖବର
Tue. Apr 21st, 2026

ଏସ୍‌ବିଆଇ ଲାଇଫ ପକ୍ଷରୁ ୨୦୨୪ ଡିସେମ୍ବର ସୁଦ୍ଧା ୨୬,୨୫୬ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ

By Admin_Dainkasha Jan20,2025

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ବୀମା ବୀମା କମ୍ପାନି ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଶେଷ ତ୍ରୈୟମାସିକରେ ୨୬,୨୫୬ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିିମିୟମ୍ ହାସଲ କରିଛି ଯାହା ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଅବଧିରେ ୨୬,୦୦୦ କୋଟି ଟଙ୍କା ଥିଲା। ଆଲୋଚ୍ୟ ଅବଧିରେ ନିୟମିତ ପ୍ରିମିୟମ୍ ୧୨ ପ୍ରତିଶତ ବୃଦ୍ଧି ପାଇଛି।
ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ଏସବିଆଇ ଲାଇଫ୍‌ର ସୁରକ୍ଷା ନୂଆ ବ୍ୟବସାୟ ପ୍ରିମିୟମ୍ ୨,୭୯୨ କୋଟି ଟଙ୍କା ହୋଇଛି। ସୁରକ୍ଷା ବ୍ୟକ୍ତିଗତ ବ୍ୟବସାୟ ପ୍ରିିମିୟମ୍ ସେହି ସମୟରେ ୫୧୯ କୋଟି ଟଙ୍କା ରହିଛି। ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ୍ ସେହି ସମୟରେ ୧୨ ପ୍ରତିଶତ ବୃଦ୍ଧି ପାଇ ୧୯,୮୫୭ କୋଟି ଟଙ୍କା ହୋଇଛି।
ଏସବିଆଇ ଲାଇଫ୍‌ର ଟିକସ ପରବର୍ତୀ ଲାଭ ୨୦୨୫ ଡିସେମ୍ବର ୩୧ ସୁଦ୍ଧା ୧୬୦୦ କୋଟି ଟଙ୍କା ହୋଇଛି। କମ୍ପାନିର ସୋଲଭେନ୍ସି ରେସିଓ ଏହି ସମୟରେ ୨.୦୪ ରହିଛି ଯାହା ବୈଧାନିକ ଆବଶ୍ୟକତା ୧.୫ ଠାରୁ ଅଧିକ।
ଆଲୋଚ୍ୟ ସମୟରେ ଏସବିଆଇ ଲାଇଫ୍‌ର ପରିଚାଳନା ଅଧୀନ ସଂପତି (ଏୟୁଏମ୍‌) ୧୯ ପ୍ରତିଶତ ବୃଦ୍ଧି ପାଇ ୪,୪୧,୬୭୮ କୋଟି ଟଙ୍କା ହୋଇଛି ଯାହା ବର୍ଷକ ପୂର୍ବରୁ ସେହି ସମୟରେ ୩,୭୧,୪୧୦ କୋଟି ଟଙ୍କା ଥିଲା। କମ୍ପାନିର ଡେବ୍‌ଟ: ଇକ୍ୱିଟି ଅନୁପାତ ୬୧:୩୯ ରହିଛି ଏବଂ ଡେବ୍‌ଟରେ କମ୍ପାନି ଏଏଏ ଓ ସୋଭରେନ୍ ଉପକରଣରେ ନିବେଶ କରିଛି।
କମ୍ପାନିର ୩,୦୯,୫୯୦ ତାଲିମପ୍ରାପ୍ତ ବୀମା ପ୍ରଫେସନାଲ୍‌ଙ୍କ ଏକ ବିବିଧ ବଂଟନ ନେଟ୍‌ୱର୍କ ଏବଂ ସାରା ଦେଶରେ ୧୦୮୬ଟି କାର୍ଯ୍ୟାଳୟ ରହିଛି। ବ୍ୟାଙ୍କଇସ୍ୟୁରାନ୍ସ ଚ୍ୟାନେଲ୍‌, ଏଜେନ୍ସି ଚ୍ୟାନେଲ୍‌, କର୍ପୋରେଟ୍ ଏଜେଂଟ୍‌, ବ୍ରୋକର୍‌, ପଏଂଟ୍ ଅଫ୍ ସେଲ୍‌, ବାମୀ ମାର୍କେଟିଂ କମ୍ପାନି, ୱେବ୍ ଏଗ୍ରିଗେଟର ଓ ପ୍ରତ୍ୟକ୍ଷ ବ୍ୟବସାୟରେ ମଧ୍ୟ କମ୍ପାନିର ଦୃଢ଼ ଉପସ୍ଥିତି ରହିଛି।

Related Post