ଆଜିର ଖାସ ଖବର
Thu. Apr 16th, 2026

ଭେରିଟାସ୍ ଫାଇନାନ୍ସ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Jan21,2025

ଭୁବନେଶ୍ୱର: ଭେଟିଟାସ୍ ଫାଇନାନ୍ସ ହେଉଛି ଏକ ଅଗ୍ରଣୀ ଏନ୍‌ବିଏଫ୍‌ସି ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧୀନରେ ପଂଜୀକୃତ ହୋଇଛି ଏବଂ ଏନବିଏଫ୍‌ସି ମିଡିଲ୍ ଲେୟର ଭାବେ ଏହାକୁ ରିଜର୍ଭ ବ୍ୟାଙ୍କ ବର୍ଗୀକରଣ କରିଛନ୍ତି। ଏହା ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚପି) ଦାଖଲ କରିଛି।
ଏକ ବିିବିଧ ଓ ରିଟେଲ କୈନ୍ଦ୍ରୀକ ଏନ୍‌ବିଏଫ୍‌ସି ଭାବେ ଏହା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଓ ସ୍ୱାବଲମ୍ବୀ ବ୍ୟକ୍ତିଙ୍କୁ କ୍ଷୁଦ୍ର ବ୍ୟବସାୟ ଋଣ ପ୍ରଦାନ କରୁଛି। କମ୍ପାନି ଏହାର ବ୍ୟବସାୟକୁ ଗୃହ ଋଣ ଓ ୟୁଜଡ୍ ବାଣିଜ୍ୟିକ ଯାନ ଋଣ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛି।
ଏହି ଅଫରର ପରିମାଣ ୨୮୦୦ କୋଟି ଟଙ୍କା ରହିଛି ଯେଉଁଥିରେ ୬୦୦ କୋଟି ଟଙ୍କାର ନୂଆ ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୨୨୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ। ଏହି ଆଇପିଓରେ ଯୋଗ୍ୟ କର୍ମଚାରୀଙ୍କ ପାଇଁ ଇକ୍ୱିଟି ସେୟାର ସଂରକ୍ଷିତ ରହିବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ଭବିଷ୍ୟତର ବ୍ୟବସାୟ ଆବଶ୍ୟକତା ପୂରଣ କରିବା ଲାଗି ପୁଞ୍ଜି ଆଧାର ବୃଦ୍ଧି କରିବାରେ ଉପଯୋଗ କରିବ।
ଅଫର୍ ଫର୍ ସେଲ୍‌ରେ ନରୱେଷ୍ଟ ଭେଂଚର ପାର୍ଟନର୍ସ ଏକ୍ସ-ମରିସସ୍ ୫୫୦ କୋଟି ଟଙ୍କା ପର୍ଯ୍ୟନ୍ତ, କେଦାର ଫଣ୍ଡ୍ ୨ ଏଲ୍‌ଏଲ୍‌ପି ୫୫୦ କୋଟି ଟଙ୍କା ପର୍ଯ୍ୟନ୍ତ, ବ୍ରିଟିଶ ଇଂଟରନ୍ୟାସନାଲ୍ ଇନଭେଷ୍ଟମେଂଟ୍ ପିଏଲ୍‌ସି ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ, ଲୋକ୍ କ୍ୟାପିଟାଲ୍ ଗ୍ରୋଥ ଫଣ୍ଡ୍ ୪୨୫ କୋଟି ଟଙ୍କା ପର୍ଯ୍ୟନ୍ତ, ଗ୍ରୋଥ୍ କାଟାଲିଷ୍ଟ ପାର୍ଟନର୍ସ ଏଲ୍‌ଏଲ୍‌ସି ୭୫ କୋଟି ଟଙ୍କା ପର୍ଯ୍ୟନ୍ତ, ବିଦ୍ୟା ଆରୁଲମାନି ୩୬ କୋଟି ଟଙ୍କା ପର୍ଯ୍ୟନ୍ତ, ପି ସୁରେନ୍ଦ୍ର ସାଇ ୨୧ କୋଟି ଟଙ୍କା ପର୍ଯ୍ୟନ୍ତ, ସବିତା ପି ସାଇ ୨୧ କୋଟି ଟଙ୍କା ପର୍ଯ୍ୟନ୍ତ, ଶୀଲା ପାଇ କୋଲେ ୧୪ କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ମନିଷା ଶରଦ ଗାନ୍ଧୀ ୮ କୋଟି ଟଙ୍କା ପର୍ଯ୍ୟନ୍ତ ଇକ୍ୱିିଟି ସେୟାର ବିକ୍ରି କରିବେ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, କୋଟକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍ ଓ ନୁଭାମା ୱେଲ୍‌ଥ ମ୍ୟାନଜେମେଂଟ୍ ଲିମିଟେଡ।
କମ୍ପାନିର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବା ଲାଗି ଡିଆର୍‌ଏଚ୍‌ପିରେ ପ୍ରସ୍ତାବ ରହିଛି।

Related Post