ଆଜିର ଖାସ ଖବର
Fri. Apr 24th, 2026

ବିସି ଜିନ୍ଦଲ୍ ଗ୍ରୁପ୍‌ର ଜେଆଇଆର୍‌ଇ ୫ ଗିଗାୱାଟ୍ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଧିଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି

By Admin_Dainkasha Jan24,2025

ଭୁବନେଶ୍ୱର: ବିସି ଜିନ୍ଦଲ୍ ଗ୍ରୁପ୍ ହେଉଛି ୧୮ ହଜାର କୋଟି ଟଙ୍କାର କାରବାର ସହିତ ଭାରତର ଏକ ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ। ଏହାର ଅକ୍ଷୟ ଶକ୍ତି ଶାଖା ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜି (ଜେଆଇଆର୍‌ଇ) ସମ୍ପ୍ରସାରଣ ଓ ଉଭୟ ଦେଶ ଓ ବିଦେଶରେ ଗୁରୁତ୍ୱପୂର୍ଣ୍ଣ ସମ୍ପତି ଅଧିଗ୍ରହଣ କରିବାକୁ ଲକ୍ଷ ରଖିଥିବା ଏହା ଘୋଷଣା କରିଛି। ଆସନ୍ତା ଚାରି ବର୍ଷରେ କ୍ଷମତାକୁ ୫ ଗିଗାୱାଟ୍‌ରେ ପହଂଚାଇବା ଲାଗି କମ୍ପାନି ରଖିଥିବା ଲକ୍ଷ୍ୟ ଅନୁସାରେ ଏହା ଆଗକୁ ବଢ଼ିବାକୁ ଚାହୁଛି। ଏହି ଅଧିଗ୍ରହଣଗୁଡ଼ିକ ଆସନ୍ତା ୧-୨ ବର୍ଷ ମ୍ୟରେ ଚୂଡ଼ାନ୍ତ ହେବ ଏବଂ ନିଜସ୍ୱ ଉତ୍ସ ଓ ଋଣ ଜରିଆରେ ସେଥିପାଇଁ ପାଣ୍ଠି ଯୋଗାଡ଼ କରାଯିବ।
ଜେଆଇଆର୍‌ଇ ପକ୍ଷରୁ ସୌର, ପବନ, ହାଇବ୍ରିଡ୍‌, ହାଇଡ୍ରୋ ଓ ଏଫ୍‌ଡିଆର୍‌ଇ ଜରିଆରେ ୫ ଗିଗାୱାଟ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଲକ୍ଷ୍ୟ ହାସଲ କରିବା ଲାଗି ଜେଆଇଆର୍‌ଇ ଆସନ୍ତା କିଛି ବର୍ଷ ମଧ୍ୟରେ ଏହାର ଅଧିଗ୍ରହଣ ଜରିଆରେ ପରିଚାଳନା ପୋର୍ଟଫୋଲିଓ ଉପରେ ଗୁରୁତ୍ୱାରୋପ କରିଛି। ଏଥି ସହିତ ସମାନ୍ତରାଳ ଭାବେ ଅକ୍ଷୟ ଶକ୍ତି ସମୃଦ୍ଧ ରାଜ୍ୟଗୁଡ଼ିକରେ ସିଟିୟୁ ଓ ଏସ୍‌ଟିୟୁରେ ଗ୍ରି୍‌ଡ୍ କନେକ୍ଟେଡ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ବିକାଶ କରିବାକୁ ଏହା ଲକ୍ଷ୍ୟ ରଖିଛି ଯାହା ୟୁଟିଲିଟି ସମେତ ବାଣିଜ୍ୟିକ ଓ ଶିଳ୍ପ ଗ୍ରାହକମାନଙ୍କ ଶକ୍ତି ଚାହିଦାକୁ ପୂରଣ କରିବ।
ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜିର ସିଇଓ ଶ୍ରୀ ଅମିତ କୁମାର ମିତଲ କହିଛନ୍ତି ଯେ, “୨୦୨୫-୨୬ରେ ଆମେ ଦେଶ ଭିତରେ ଓ ସମଗ୍ର ବିଶ୍ୱରେ ପ୍ରମୁଖ ପରିଚାଳନା ସଂପତି ଅଧିଗ୍ରହଣ କରି ଆମ କ୍ଷମତା ପୋର୍ଟଫୋଲିଓକୁ ସମ୍ପ୍ରସାରଣ କରିବାକୁ ଚାହୁଛୁ। ଜେଆଇଆର୍‌ଇ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏହାର ଉପସ୍ଥିତି ବଢାଇବାକୁ ଚାହୁଛି। ଭାରତ ଏକ ମୌଳିକ ପରିବର୍ତନ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାହା ବିପୁଳ ସୁଯୋଗ ସୃଷ୍ଟି କରିବ। ଜେଆଇଆର୍‌ଇ ପାଇଁ ଆଗାମୀ ବର୍ଷଗୁଡ଼ିକର ଅଭିବୃଦ୍ଧି ଦୃଶ୍ୟପଟ୍ଟକୁ ବଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।’’
ଓଡ଼ିଶାର ଅନୁଗୁଳରେ ବିସି ଜିନ୍ଦଲ ଗ୍ରୁପ୍‌ର ୧୨୦୦ ମେଗାୱାଟ୍‌ର ତାପଜ ବିଦୁୃୃ୍ୟତ ପ୍ରକଳ୍ପ ଥିବା ବେଳେ ନିକଟରେ ଏହା ଜେଆଇଆର୍‌ଇ ନାମକ ଉତ୍ସର୍ଗୀକୃତ ସଂସ୍ଥା ଗଠନ କରିଛି ଯାହା ଗ୍ରୁପ୍‌ର ଅକ୍ଷୟ ଶକ୍ତି ପ୍ରକଳ୍ପର ଦାୟିତ୍ୱ ନେଇଛି। ଏହା ଅକ୍ଷୟ ଶକ୍ତି ଉତ୍ପାଦନ, ସୋଲାର ସେଲ୍ ଓ ମଡ୍ୟୁଲ ଉତ୍ପାଦନ ବ୍ୟବସାୟର ତଦାରଖ କରିବ।

Related Post