ଆଜିର ଖାସ ଖବର
Fri. Apr 24th, 2026

ଶକ୍ତି କ୍ଷେତ୍ର ରୂପାନ୍ତରଣ ପାଇଁ ବିଶ୍ବକୁ ଖଣିରେ ୧.୭ ଟ୍ରିଲିୟନ୍ ଡଲାର ନିବେଶ ଆବଶ୍ୟକ: ପ୍ରିୟା ଅଗ୍ରୱାଲ୍ ହେବର୍‌, ଏଚ୍‌ଜେଡ୍‌ଏଲ୍‌

By Admin_Dainkasha Jan24,2025
India needs $1.7 trillion of Investment in Mining for energy transition: Priya Agarwal Hebbar, Chairperson, Hindustan Zinc

ଭୁବନେଶ୍ୱର: ହିନ୍ଦୁସ୍ତାନ ଜିଙ୍କ୍‌ର ଅଧ୍ୟକ୍ଷ ତଥା ବେଦାନ୍ତ ଲିମିଟେଡ୍‌ର ଅଣ-କାର୍ଯ୍ୟନିର୍ବାହୀ ନିର୍ଦେଶିକା ପ୍ରିୟା ଅଗ୍ରୱାଲ ହେବର କହିଛନ୍ତି ଯେ ଶକ୍ତି କ୍ଷେତ୍ର ରୂପାନ୍ତରଣ ପାଇଁ ବିଶ୍ବକୁ ଖଣିରେ ୧.୭ ଟ୍ରିଲିୟନ୍ ଆମେରିକୀୟ ଡଲାରର ଆନୁମାନିକ ନିବେଶର ଆବଶ୍ୟକତା ରହିଛି। ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେଇ ପ୍ରିୟା ବିଶ୍ୱ ଶକ୍ତି ପରିବର୍ତନ ପାଇଁ ଭାରତର ଅନନ୍ୟ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା, ଚୀନ୍ ଏବଂ ମଧ୍ୟପ୍ରାଚ୍ୟ ଭଳି ଦେଶ ସେମାନଙ୍କ ଅର୍ଥନୀତିକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କ ପ୍ରାକୃତିକ ସମ୍ପଦର ବ୍ୟାପକ ଉପଯୋଗ କରିଥିବା ବେଳେ ଭାରତ ଏହାର ୧୫% ରୁ କମ୍ ଖଣିଜକୁ ଅନୁସନ୍ଧାନ କରିଛି।

ଏହା ଭାରତ ପାଇଁ ଏହାର ସମ୍ବଳ ଖନନ ଏବଂ ସ୍ୱଚ୍ଛ ଶକ୍ତି ଦିଗରେ ବିଶ୍ୱସ୍ତରୀୟ ପରିବର୍ତନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି ବୋଲି ପ୍ରିୟା କହିଛନ୍ତି। କ୍ଷେତ୍ର ରୂପାନ୍ତରଣର ଖଣି କ୍ଷେତ୍ର ଖୋଲିବା ଦିଗରେ ଭାରତ ସରକାରଙ୍କ ସକ୍ରିୟ ପଦକ୍ଷେପକୁ ସ୍ୱୀକାର କରି ପ୍ରିୟା କହିଛନ୍ତି ଯେ ଭାରତ ସରକାର ଗୁରୁତ୍ୱପୂର୍ଣ୍ଣ ଖଣିଜ ମିସନ ଆରମ୍ଭ କରିଛି ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକଗୁଡ଼ିକୁ ନିଲାମ କରି ଏହି କ୍ଷେତ୍ରରେ ପଦକ୍ଷେପ ନେଉଛି।

ଏଥିପାଇଁ ବେଦାନ୍ତ ୬ଟି ବ୍ଲକ ପାଇଁ ପସନ୍ଦର ନିଲାମଦାତା ଭାବେ ଉଭା ହୋଇସାରିଛି ଯାହା ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ପାଇଁ ପଥ ପ୍ରଶସ୍ତ କରିଛି। ଖଣି କାର୍ଯ୍ୟ ଯେପରି ପରିବେଶ ଉପରେ ସର୍ବନିମ୍ନ କିମ୍ବା ଶୂନ୍ୟ ପ୍ରଭାବ ପକାଇବ ତାହା ସୁନିଶ୍ଚିତ କରିବା ପାଇଁ ଉନ୍ନତ ଜ୍ଞାନକୌଶଳର ଉପଯୋଗ କରି ନିରନ୍ତର ଖଣି ଖନନ ପାଇଁ ବେଦାନ୍ତର ପ୍ରତିବଦ୍ଧତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।


୨୦୫୦ ସୁଦ୍ଧା ନେଟ୍ ଜିରୋ କାର୍ବନ ଲକ୍ଷ୍ୟ ହାସଲ କରିବା ପାଇଁ ଆମର ପ୍ରତିବଦ୍ଧତା କେବଳ ଏକ ଲକ୍ଷ୍ୟ ନୁହେଁ ବରଂ ଏହା ଭବିଷ୍ୟତ ପିଢ଼ି ପ୍ରତି ଆମର ଏକ ଦାୟିତ୍ୱ। ମୁଁ ଗର୍ବିତ ଯେ ଆମର ତିନୋଟି ବୃହତମ କମ୍ପାନି ହିନ୍ଦୁସ୍ତାନ ଜିଙ୍କ, ଜିଙ୍କ ଇଂଟରନ୍ୟାସନାଲ ଏବଂ କେର୍ଣ୍ଣ ଅଏଲ ଆଣ୍ଡ ଗ୍ୟାସ ଆଗାମୀ ପାଂଚ ବର୍ଷ ମଧ୍ୟରେ ଏହି ମାଇଲଖୁଂଟରେ ପହଂଚିବେ।

ଅକ୍ଷୟ ଶକ୍ତିକୁ ଗ୍ରହଣ କରି ଏବଂ ବ୍ୟାଟେରି ଚାଳିତ ଯାନ, ସମ୍ପୂର୍ଣ୍ଣ ବ୍ୟାଟେରି ଚାଳିତ ଲଜିଷ୍ଟିକ୍ସ ସମେତ ୨୦୩୦ ସୁଦ୍ଧା ନିୟୋଜିତ କରି ଆମେ ପ୍ରମାଣିତ କରୁଛୁ ଯେ ସ୍ଥାୟିତ୍ୱ କେବଳ ପୃଥିବୀ ପାଇଁ ଜରୁରୀ ନୁହେଁ ବରଂ ଦୀର୍ଘକାଳୀନ ବ୍ୟବସାୟ ଅଭିବୃଦ୍ଧି ପାଇଁ ସବୁଠାରୁ ଚତୁର ମାର୍ଗ ଅଟେ । ବେଦାନ୍ତରେ ଆମେ ଅଭିଳାଷକୁ କାର୍ଯ୍ୟରେ ପରିଣତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ର୍ରିୟା କହିଛନ୍ତି।


ଲିଥିୟମର ଏକ ସ୍ଥାୟୀ ଏବଂ ସୁଲଭ ବିକଳ୍ପ ଭାବରେ ଜିଙ୍କ ଆଧାରିତ ବ୍ୟାଟେରୀ ବିକଶିତ କରିବା ପାଇଁ ବେଦାନ୍ତର ଯୋଜନା ଏବଂ ଉଦ୍ଭାବନ ବିଷୟରେ ବିସ୍ତୃତ ବିବରଣୀ ଦେଇ ଶ୍ରୀମତୀ ପ୍ରିୟା ଅଗ୍ରୱାଲ ହେବର କହିଛନ୍ତି ଯେ ଆମେ ଏହି କ୍ଷେତ୍ରରେ କିଛି ପରୀକ୍ଷଣ ପ୍ରକଳ୍ପ ପରିଚାଳନା କରୁଛୁ। ବିଶ୍ୱର ସର୍ବବୃହତ ସମନ୍ୱିତ ଜିଙ୍କ ଉତ୍ପାଦନକାରୀ ହିନ୍ଦୁସ୍ତାନ ଜିଙ୍କ ଏହି ପ୍ରଯୁକ୍ତିକୁ ଆଗକୁ ବଢ଼ାଇବା ପାଇଁ ଆଇଆଇଟି ଏବଂ ବିଶ୍ୱସ୍ତରୀୟ ଅନୁଷ୍ଠାନ ସହ ସହଯୋଗ କରୁଛି ଯାହା ପରିବେଶ ଅନୁକୂଳ ସମାଧାନ ପ୍ରଦାନ କରି ଶକ୍ତି ସଂରକ୍ଷଣ ବଜାରରେ ବିପ୍ଳବ ଆଣିପାରିବ।


ଜିଙ୍କ ଓ ସିଲଭର ଉତ୍ପାଦନକୁ ବାର୍ଷିକ ୨ ନିୟୁତ ଟନ୍‌କୁ ବୃଦ୍ଧି, ଆଲୁମିନିୟମ ଉତ୍ପାଦନ ୪ ନିୟୁତ ଟନ୍‌କୁ ବୃଦ୍ଧି ଏବଂ ଯଥେଷ୍ଟ ପୁଞ୍ଜି ନିବେଶ ମାଧ୍ୟମରେ ତୈଳ ଓ ଗ୍ୟାସ୍ ଉତ୍ପାଦନ ଦ୍ୱିଗୁଣିତ କରିବା ସମେତ ଏକାଧିକ କ୍ଷେତ୍ରରେ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ବେଦାନ୍ତର ମହତ୍ୱାକାଂକ୍ଷୀ ଯୋଜନା ବିଷୟରେ ସେ ବର୍ଣ୍ଣନା କରିଥିଲେ।

Related Post