ଆଜିର ଖାସ ଖବର
Fri. Apr 24th, 2026

ସଚିନ୍ ତେନ୍ଦୁଲକର ଫାଉଣ୍ଡେସନର ଅର୍ଧ ଦଶନ୍ଧିର ରୂପାନ୍ତରୀତ ପ୍ରଭାବ

By Admin_Dainkasha Jan24,2025
Half a Decade of Transformative Impact at Sachin Tendulkar Foundation

ଭୁବନେଶ୍ୱର: ଅନଗ୍ରସର ଓ ସହଯୋଗ ଆବଶ୍ୟକ କରୁଥିବା ଲୋକମାନଙ୍କ ସେବା କରିବାର ଅର୍ଧ ଦଶନ୍ଧିକୁ ସଚିନ ତେନ୍ଦୁଲକର ଫାଉଣ୍ଡେସନ ପକ୍ଷରୁ ଦି ବମ୍ବେ କ୍ଲବ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଜରିଆରେ ପାଳନ କରାଯାଇଛି। ଏଥିରେ ବନ୍ଧୁ, ପରିଜନ, ଶୁଭେଚ୍ଛୁ ଓ ଅଣ ଲାଭଜନକ ସହଯୋଗୀମାନଙ୍କ ତରଫରୁ ଅଭିନନ୍ଦନ ଓ ମାନ୍ୟତା ପ୍ରଦାନ କରାଯାଇଛି ଯାହା ଫାଉଣ୍ଡେସନକୁ ସ୍ୱାସ୍ଥ୍ୟ, ଶିକ୍ଷା ଓ ପିଲାଙ୍କ କ୍ରୀଡ଼ା ଭଳି ପ୍ରାଥମିକ କ୍ଷେତ୍ର ଉପରେ ଗୁରୁତ୍ୱ ଦେଇ ଉତମ ଜୀବନଯାପନକୁ ସୁନିଶ୍ଚିତ କରିବାରେ ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି।
କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା “ସାଇନ୍ ବ୍ରାଇଟ୍ ଟୁଗେଦର’ ଯାହା ଫାଉଣ୍ଡେସନର ମୂଳ ଚିନ୍ତାଧାରା – ଜୀବନକୁ ବିଶେଷ କରି କ୍ରୀଡ଼ା, ସ୍ୱାସ୍ଥ୍ୟ ଓ ଶିକ୍ଷା ଜରିଆରେ ପିଲାମାନଙ୍କୁ ପ୍ରଭାବିତ କରିବା ଉପରେ ଆଲୋକପାତ କରିଥିଲା।
ନିକଟରେ ଫାଉଣ୍ଡେସନର ନିର୍ଦ୍ଦେଶିକା ଭାବେ ଯୋଡ଼ି ହୋଇଥିବା ସାରା ତେନ୍ଦୁଲକର ମଧ୍ୟ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ପିଲାଟି ଦିନରୁ ନିଜ ପିତାମାତା ଦେଖାଇଥିବା ମାର୍ଗରେ ଆଗକୁ ବଢ଼ିଥିବା ସାରା ଯୁବପିଢ଼ିଙ୍କ ସହ ଯୋଡ଼ିହେବା ଏବଂ ସେମାନଙ୍କ ଅଭିଳାଷକୁ ବାଟ ଦେଖାଇବା ଲାଗି ନୂଆ ଦୃଷ୍ଟିକୋଣ ପ୍ରଦାନ କରିଛନ୍ତି।
ଏହି ଅବସରରେ ସାରା ତେନ୍ଦୁଲକର କହିଛନ୍ତି ଯେ, “ପିଲାଟିଦିନରୁ ବଡ଼ ହେବା ପର୍ଯ୍ୟନ୍ତ ମୁଁ ସର୍ବଦା ମୋ ପରିବାରଠାରୁ ପ୍ରେରଣା ପାଇଥିଲି ଯେଉଁମାନେ ଦାନ କରିବାର ଶକ୍ତି ବିଷୟରେ ମୋତେ ବୁଝାଇଛନ୍ତି। ମୁଁ ଫାଉଣ୍ଡେସନର କାର୍ଯ୍ୟକୁ ଦେଖିବାର ସୁଯୋଗ ପାଇଲି ଏବଂ କେବଳ ପିଲାମାନଙ୍କ ଜୀବନରେ ନୁହେଁ ବରଂ ସମଗ୍ର ପରିବାରରେ ଉଜ୍ଜ୍ୱଳ ହେଉଥିବା ଆଶାର ଚମକ ଦେଖିବାର ସୁଯୋଗ ପାଇଛି। ଗତ ପାଂଚ ବର୍ଷ ମଧ୍ୟରେ ସଚିନ ତେନ୍ଦୁଲକର ଫାଉଣ୍ଡେସନ ୧୦,୦୦,୦୦ରୁ ଅଧିକ ଯୁବକଙ୍କ ଜୀବନକୁ ସ୍ପର୍ଶ କରିଛି। ମୁଁ ସେହି ସମସ୍ତଙ୍କୁ କୃତଜ୍ଞତା ଜଣାଇାଇବାକୁ ଚାହୁଛି ଯେଉଁମାନେ ଆମ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି ଏବଂ ଏହି ଯାତ୍ରାକୁ ସମ୍ଭବ କରିବା ପାଇଁ ଆମ ସହିତ ଠିଆ ହୋଇଛନ୍ତି। ଜଣେ ନିର୍ଦ୍ଦେଶିକା ଭାବେ ମୋ ପିତାମାତା ଗଢ଼ିଥିବା ଫାଉଣ୍ଡେସନରେ କାମ କରିବାକୁ ମୁଁ ଆଉ ପ୍ରତୀକ୍ଷା କରିବାକୁ ଚାହୁନି ଏବଂ ପ୍ରତିଟି ସ୍ୱପ୍ନ ଯେଭଳି ସମୃଦ୍ଧ ତାହା ସୁନିଶ୍ଚିତ କରିବାକୁ ଚାହୁଛି।’’
ଏହି ଅବସରରେ ଫାଉଣ୍ଡେସନ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା। ଫାଉଣ୍ଡେସନ ସହ ମିଶି କାର୍ଯ୍ୟ କରିଥିବା ୧୫ରୁ ଅଧିକ ଏନଜିଓଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା।
କୋଲ୍ଡପ୍ଲେର କ୍ରିସ୍ ମାର୍ଟିନ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ମଂଚରେ ସଚିନ ତେନ୍ଦୁଲକରଙ୍କ ସହ ବାର୍ତାଳାପ କରିଥିଲେ।
ସଚିନ ତେନ୍ଦୁଲକର କହିଛନ୍ତି ଯେ, “ଯେତେବେଳେ ମୁଁ ଶେଷ ଥର ପାଇଁ ପ୍ୟାଭିଲିୟନକୁ ଫେରିଲି, ସେତେବେଳେ ମୋ ମନରେ ଏକ ଧାରଣା ଥିଲା ଯେ ମୋ ଇନିଂସ ଶେଷ ହୋଇନାହିଁ। ଅଞ୍ଜଳି ଏବଂ ମୋର ଏହି ସ୍ୱପ୍ନ ଥିଲା ଯେ ଅଳ୍ପ ସୁବିଧାପ୍ରାପ୍ତ ଲୋକଙ୍କ ଜୀବନ ଯାପନକୁ ସହଜ କରିବା ପାଇଁ କିଛି କରିବୁ ଏବଂ ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କୁ ନିଜ ଉପରେ ବିଶ୍ୱାସ କରିବା ଏବଂ ଆଗକୁ ବଢ଼ିବାପାଇଁ ସାହାଯ୍ୟ କରିବୁ। ଆମେ ଅନୁଭବ କରିଥିଲୁ ଯେ ଏହି ଧାରଣାକୁ କାର୍ଯ୍ୟକାରୀ କରିବା ଅପେକ୍ଷା ଏହାର ପରିକଳ୍ପନା ସହଜ ଥିଲା । ଶେଷରେ ଏସ୍‌ଟିଏଫ୍ ଗଠନ ହେଲା ଏବଂ ଏବେ ଆମେ ଆମର କାମ କରିବାର ଅଧ ଦଶନ୍ଧି ଅତିକ୍ରମ କରିଛୁ। ଏହି ଯାତ୍ରା ଜୋରସୋରରେ ଚାଲିଛି ଏବଂ ସାରା ଏବେ ନେତୃତ୍ୱ ନେଉଥିବାରୁ ମୋର ବିଶ୍ୱାସ ଯେ ଏସଟିଏଫ ଲକ୍ଷ ଲକ୍ଷ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ଜାରି ରଖିବ ଏବଂ କର୍ମକର୍ତାମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବ।’’
ଲୋକମାନଙ୍କ ସହ ଯୋଡ଼ିହେବା ଏବଂ ସେମାନଙ୍କ ପୂର୍ଣ୍ଣ ସମ୍ଭାବନା ହାସଲ କରିବାରେ ସେମାନଙ୍କୁ ସାହାଯ୍ୟ କରିବା ଭଳି ବିନମ୍ର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ସଚିନ ତେନ୍ଦୁଲକର ଫାଉଣ୍ଡେସନ ଏହାର ବିକାଶ ପାଇଁ କ୍ରୀଡ଼ା ଅଭିଯାନକୁ ଆଗକୁ ବଢ଼ାଇଛି ଯାହା ଦ୍ୱାରା ଲକ୍ଷ ଲକ୍ଷ ପିଲା ଉପକୃତ ହୋଇପାରିବେ। ଏହାର ଭବିଷ୍ୟତ ଲକ୍ଷ୍ୟ ହେଉଛି ଗ୍ରାମାଂଚଳରେ ଉନ୍ନତ ଭିତିଭୂମି ସୃଷ୍ଟି କରିବା, ସ୍ଥାନୀୟ ହସ୍ପିଟାଲ୍ ଓ କର୍ତୃପକ୍ଷଙ୍କ ସହ ସହଯୋଗିତାରେ ସ୍ୱାସ୍ଥ୍ୟସେବାକୁ ପିଲାମାନଙ୍କ ପାଖରେ ପହଂଚାଇବା ଓ ସୁଯୋଗ ଓ ଦକ୍ଷତା ବିକାଶ ଭିତରେ ଥିବା ଅଭାବକୁ ଦୂର କରିବା ଲାଗି ଅଭିନବ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିବା। ନିଜର ମୂଳ ଲକ୍ଷ୍ୟ ଓ ନୂଆ ଉତ୍ସାହକୁ ନେଇ ଫାଉଣ୍ଡେସନ ଆଗାମୀ ଦଶନ୍ଧିକୁ “ବିଲିଅନ୍ସ ଅଫ୍ ଡ୍ରିମ୍‌ସ’ର ଦଶନ୍ଧିରେ ପରିଣତ କରିବାକୁ ଚାହୁଛି।

Related Post