ଆଜିର ଖାସ ଖବର
Fri. Apr 24th, 2026

ଗୃହ ନିରାପତାରେ ୫୩% ଲୋକଙ୍କ ଉନ୍ନତ ପ୍ରଯୁକ୍ତିକୁ ପ୍ରାଥମିକତା ଦିଅନ୍ତି: ଗୋଦରେଜ୍ ହାପିନେସ୍ ସର୍ଭେ

By Admin_Dainkasha Jan26,2025

ଭୁବନେଶ୍ୱର: ଜାତୀୟ ପର୍ଯ୍ୟଟନ ଦିବସ ପୂର୍ବରୁ ଗୋଦରେଜ୍ ଏଂଟରପ୍ରାଇଜେସ୍ ଗ୍ରୁପ୍‌ର ସିକ୍ୟୁରିଟି ସଲ୍ୟୁସନ୍ ବିଜନେସ୍ ପକ୍ଷରୁ ହାପିନେସ୍ ସର୍ଭେ କରାଯାଇଛି, ଯେଉଁଥିରେ ଭାଗ ନେଇଥିବା ୫୩ ପ୍ରତିଶତ ଲୋକ ଗୃହ ନିରାପତାରେ ଉନ୍ନତ ପ୍ରଯୁକ୍ତିକୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ଲୋକମାନେ ବାହାରକୁ ଯିବା ବେଳେ ମାନସିକ ଶାନ୍ତି ପାଇଁ ଅଭିନବ ଓ ସ୍ମାର୍ଟ ନିରାପତା ସମାଧାନକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି।
ଭାରତୀୟ ଅର୍ଥନୀତି ପ୍ରତି ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିବା ବେଳେ ୨୦୨୭ ସୁଦ୍ଧା ଏହା ତୃତୀୟ ସର୍ବବୃହତ ଘରୋଇ ଟ୍ରାଭେଲ୍ ବଜାରରେ ପରିଣତ ହେବାକୁ ଯାଉଛି। କେବଳ ୨୦୨୪ରେ ଏହି କ୍ଷେତ୍ର ୨୫,୦୧୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସୃଷ୍ଟି କରିଛି। ଭ୍ରମଣ ବଢ଼ୁଥିବା ବେଳେ ଘରଠାରୁ ବାହାରେ ରହିବା ସମୟରେ ନିଜ ଘରକୁ ସୁରକ୍ଷିତ ରଖିବା ଅନେକ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଉନ୍ନତ ନିରାପତା ବ୍ୟବସ୍ଥା ଗ୍ରହଣ କରିବା ପ୍ରମୁଖ ପ୍ରାଥମିକତା ହୋଇରହିଛି। ଏହି ସର୍ଭେର ୫୦ ପ୍ରତିଶତ ଘର ମାଲିକ ସହଜ ବ୍ୟବହାରକୁ ଏବଂ ୪୪ ପ୍ରତିଶତ ଭରସାଯୋଗ୍ୟତାକୁ ଗୁରୁତ୍ୱ ଦେଇଛନ୍ତି। ସର୍ଭେର ଏହି ନିର୍ଯ୍ୟାସ ସ୍ମାର୍ଟ, ବ୍ୟବହାର ମିତବ୍ୟୟୀ ସୁରକ୍ଷା ବ୍ୟବସ୍ଥାର ବଢ଼ୁଥିବା ଚାହିଦାକୁ ଦର୍ଶାଉଛି ଯାହା ନିରବଚ୍ଛିନ୍ନ ସୁରକ୍ଷା ସୁନିଶ୍ଚିତ କରୁଛି।
ଗୋଦରେଜ୍ ଏଂଟରପ୍ରାଇଜେସ୍ ଗ୍ରୁପ୍‌ର ନିରାପତା ସମାଧାନ ବ୍ୟବସାୟର ଇଭିପି ଓ ବ୍ୟବସାୟ ମୁଖ୍ୟ ଶ୍ରୀ ପୁଷ୍କର ଗୋଖଲେ କହିଛନ୍ତି ଯେ, “ଆମ ହାପିନେସ୍ ସର୍ଭେର ନିର୍ଯ୍ୟାସ ଗ୍ରାହକମାନଙ୍କ ବିକଶିତ ମାନସିକତାକୁ ଦର୍ଶାଉଛି ଯେଉଁମାନେ ଭ୍ରମଣ ସମୟରେ ନିଜ ଘରକୁ ସୁରକ୍ଷିତ ରଖିବା ଲାଗି ବର୍ଦ୍ଧିତ ଭାବେ ସ୍ମାର୍ଟ ଓ ଉନ୍ନତ ନିରାପତା ସମାଧାନ ଗ୍ରହଣ କରୁଛନ୍ତି। ଆଜି କନେକ୍ଟେଡ୍ ଦୁନିଆ ଯେଉଁଠାରେ ପର୍ଯ୍ୟଟନ ବଢ଼ୁଛି ସେଠାରେ ପ୍ରଯୁକ୍ତି ଦୃଷ୍ଟିରୁ ଉନ୍ନତ ସମାଧାନ କେବଳ ଘରର ସୁରକ୍ଷାକୁ ସୁନିଶ୍ଚିତ କରୁନାହିଁ ବରଂ ସାମଗ୍ରିକ କଲ୍ୟାଣ ପ୍ରତି ଯୋଗଦାନ କରୁଛି। ଗୋଦରେଜ୍‌ରେ ଆମେ ଆମ ଗ୍ରାହକମାନଙ୍କୁ ଗୃହ ସୁରକ୍ଷା ସମାଧାନ ଜରିଆରେ ସଶକ୍ତ କରିବାକୁ ପ୍ରତିବଦ୍ଧ ରହିଛୁ ଯାହା ଦୈନନ୍ଦୀନ ଜୀବନ ସହିତ ନିରବଚ୍ଛିନ୍ନ ଭାବେ ଯୋଡ଼ି ହେବ ଏବଂ ସେମାନଙ୍କ ନିରାପତା ସମାଧାନ ଓ ଖୁସିକୁ ସାମଗ୍ରିକ ଭାବେ ବଢ଼ାଇବ।”
ଜାତୀୟ ପର୍ଯ୍ୟଟନ ଦିବସ ଆମକୁ ଭାରତର ସମୃଦ୍ଧ ସାଂସ୍କୃତିକ ଓ ପ୍ରାକୃତିକ ଐତୌହ୍ୟକୁ ମନେ ପକାଉଥିବା ବେଳେ ଆଧୁନିକ ଜୀବନଶୈଳୀରେ ଭ୍ରମଣର ବର୍ଦ୍ଧିତ ଭୂମିକାକୁ ଦର୍ଶାଉଛି। ଅଧିକରୁ ଅଧିକ ଲୋକ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନ ଅନ୍ୱେଷଣର ଜିଜ୍ଞାସା କରୁଥିବା ବେଳେ ଅନୁପସ୍ଥିତି ସମୟରେ ଘର ଓ ମୂଲ୍ୟବାନ ଜିନିଷର ସୁରକ୍ଷା ବେଶ୍ ବଢ଼ିଯାଇଛି। ସେହି ଚିନ୍ତାକୁ ଦୂର କରିବା ଲାଗି ଗୋଦରେଜ୍ ଏଂଟରପ୍ରାଇଜ୍ ଗ୍ରୁପ୍ ପକ୍ଷରୁ ଏଆଇ ଆଧାରିତ ସର୍ଭେଇଲାନ୍ସ କ୍ୟାମେରା, ଇଂଟ୍ରୁଜନ୍ ଆଲାର୍ମ ବ୍ୟବସ୍ଥା, ଭିଡିଓ ଡୋର୍ ଫୋନ୍ ପ୍ରଦାନ କରୁଛି ଯାହା ଘର ମାଲିକଙ୍କୁ ସୁରକ୍ଷା ପରିଚାଳନା କରିବାରେ ସଶକ୍ତ କରୁଛି।
ହାପିନେସ୍ ସର୍ଭେ ପାଇଁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା ଓ ଚେନ୍ନାଇ ସମେତ ପ୍ରମୁଖ ୧୨ଟି ସହରର ୨୪୦୦ ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା।

Related Post