ଆଜିର ଖାସ ଖବର
Fri. Apr 24th, 2026

କେଂଟ୍ ଆର୍‌ଓ ସିଷ୍ଟମ୍‌ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Jan26,2025

ଭୁବନେଶ୍ୱର: କେଂଟ୍ ଆର୍‌ଓ ସିଷ୍ଟମ୍‌ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚପି) ଦାଖଲ କରାଯାଇଛି।
କମ୍ପାନି ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ଇକ୍ୱିଟି ସେୟାର ଜାରି କରି ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଏହି ଅଫରରେ କମ୍ପାନିର ଅଂଶଧନକାରୀମାନେ ୧୦,୦୯୪,୫୬୮ ଇକ୍ୱିଟି ସେୟାରକୁ ଅଫର୍ ଫର୍ ସେଲ୍‌ରେ ବିକ୍ରି କରିବେ।
ଭାରତରେ ଜଳ ବିଶୋଦନ ଉତ୍ପାଦ ବର୍ଗରେ ରିଭର୍ସ ଓସମୋସିସ (ଆରଓ) ପ୍ରଯୁକ୍ତି ଶୁଭାରମ୍ଭ କରିବାରେ କେଂଟ୍ ବ୍ରାଣ୍ଡ୍ ବେଶ୍ ପରିଚିତ ଓ ଅଗ୍ରଦୂତ ରହିଛି। ବିଗତ ବର୍ଷଗୁଡ଼ିକରେ କମ୍ପାନି ଏହାର ଜଳ ବିଶୋଧନ ଉତ୍ପାଦ ବର୍ଗମାଳାକୁ ସମ୍ପ୍ରସାରଣ କରିଥିବା ବେଳେ ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ୫.୫୦ ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରିଛି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍‌।

Related Post