ଆଜିର ଖାସ ଖବର
Tue. May 26th, 2026

ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ମିଟରରେ ହେରଫେର ର‌୍ୟାକେଟ୍‌ର ପର୍ଦ୍ଦାଫାଶ

By Admin_Dainkasha Feb6,2025

ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ଜିଲ୍ଲାରେ ଏକ ମିଟର ଟ୍ୟାମ୍ପରିଂ ର‌୍ୟାକେଟ୍‌ର ପର୍ଦ୍ଦାଫାଶ କରାଯାଇଛି। ୨୦୨୫ ଫେବ୍ରୁଆରି ୨ ତାରିଖରେ ଆଠଗଡ଼ ପୋଲିସ ପକ୍ଷରୁ ସନ୍ଦିଗ୍ଧ ଅପରାଧିଙ୍କୁ ଗିରଫ କରାଯାଇ ସେମାନଙ୍କୁ ପୋଲିସ ହେପାଜତରେ ରଖାଯାଇଛି।
ବିଦ୍ୟୁତ ମିଟରରେ ହେରଫେର କରିବା ଲାଗି ବ୍ୟବହାର କରାଯାଉଥିବା ଏକ ଟୁଲକିଟ୍‌କୁ ଜବତ କରାଯାଇଛି। ମିଟରରେ ହେରଫେର କରିବା ଲାଗି ଗ୍ରାହକମାନଙ୍କଠାରୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ରାଶି ଅସୁଲ କରାଯାଉଥିଲା ବୋଲି ମଧ୍ୟ ଜଣାପଡ଼ିଛି। ଏହି ର‌୍ୟାକେଟରେ ଲିପ୍ତ ସଦସ୍ୟମାନଙ୍କୁ ଚିହ୍ନଟ କରିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆହୁରି ତଦନ୍ତ ଜାରି ରହିଛି। ସନ୍ଦିଗ୍ଧ ମିଟର ହେରଫେର ମାମଲାଗୁଡ଼ିକର ତଦନ୍ତ ଜାରି ରହିଛି।
ବିଦ୍ୟୁତ୍ ଆଇନ ୨୦୦୩ର ଧାରା ୧୩୫ ଅନୁଯାୟୀ ବିଦ୍ୟୁତ ଚୋରି ଏକ ଦଣ୍ଡନୀୟ ଅପରାଧ ଯାହା ବିଦ୍ୟୁତ୍ ସୁରକ୍ଷା ପ୍ରତି ବିପଦ ଓ ନୀରବଛିନ୍ନ ବିଦ୍ୟୁତ୍ ଯୋଗାଣକୁ ପ୍ରଭାବିତ କରିଥାଏ। ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ଚୋରିକୁ ଠାବ କରିବା, ବନ୍ଦ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ମୂତୟନ କରାଯାଇଛି।
ବିଦ୍ୟୁତ୍ ଚୋରି ସମ୍ପର୍କରେ ୯୪୩୭୧୫୮୬୭୦ରେ ହ୍ୱାଟସ୍‌ଆପ୍ ଓ ଇମେଲ୍ ରଦ୍ଭଲକ୍ଟକ୍ସମରଜ୍ଞରଦ୍ଭଗ୍ଧଅଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞ, ମିତ୍ର ଆପ୍ ଓ ଟିିପିସିଓଡିଏଲ୍‌ର ୱେବ୍‌ସାଇଟ୍ ଜରିଆରେ ଜଣାଇବାକୁ ସମସ୍ତଙ୍କୁ ପ୍ରୋତ୍ସାହିତ କରାଯାଇଛି।

Related Post