ଆଜିର ଖାସ ଖବର
Thu. Apr 16th, 2026

ଏମଜି କମେଟ୍ ଇଭି 2025 ଉନ୍ନତ ସୁବିଧା ଏବଂ ଆରାମ ସହିତ ଶୁଭାରମ୍ଭ ହୋଇଛି

By Admin_Dainkasha Mar22,2025

ରିୟର ପାର୍କିଂ କ୍ୟାମେରା, ପାୱାର ଫୋଲ୍ଡିଂ ଓଆରଭିଏମ, ପ୍ରିମିୟମ ଲେଦରେଟ୍ ସିଟ୍ ଏବଂ ଏକ 4-ସ୍ପିକର ଅଡିଓ ସିଷ୍ଟମ*

Bhubaneswar: ଭାରତର ଷ୍ଟ୍ରିଟ୍ ସ୍ମାର୍ଟ କାରର ଶୈଳୀ ଓ ଆକର୍ଷଣକୁ ବଢ଼ାଇ ଜେଏସ୍ ଡବ୍ଲ୍ୟୁ ଏମ୍ ଜି ମୋଟର ଇଣ୍ଡିଆ କମେଟ୍ ଇଭି 2025 ଶୁଭାରମ୍ଭ କରିଛି। 4.99 ଲକ୍ଷ ଟଙ୍କାର ଆକର୍ଷଣୀୟ ମୂଲ୍ୟରେ ଆରମ୍ଭ ହୋଇଥିବା ଏହି କାରରେ ଆକର୍ଷଣୀୟ ମୂଲ୍ୟ (ବ୍ୟାଟେରୀ-ଆସ-ଏ-ସର୍ଭିସ୍ ସହିତ କିଲୋମିଟର ପ୍ରତି 2.5 ଟଙ୍କା) ଉନ୍ନତ ସୁବିଧା ଏବଂ ଉନ୍ନତ ବୈଷୟିକ ବୈଶିଷ୍ଟ୍ୟ ସହିତ ଏକ ଭବିଷ୍ୟତ ଡିଜାଇନ୍ ରହିଛି। ଟେକ୍ନୋଲୋଜି ଜ୍ଞାନସମ୍ପନ୍ନ ଏବଂ ପ୍ରାକ୍ଟିକାଲ ସିଟି ଭ୍ରମଣ ଚାହୁଁଥିବା କାର୍ କ୍ରେତାମାନେ ସେମାନଙ୍କ ନିକଟସ୍ଥ ଏମଜି ଡିଲରସିପ୍ କୁ ଯାଇ ନୂତନ ଏମଜି କମେଟ୍ 2025 ଏବଂ ନିକଟରେ ଆରମ୍ଭ ହୋଇଥିବା କମେଟ୍ ବ୍ଲାକଷ୍ଟୋର୍ମ ସଂସ୍କରଣକୁ 11,000 ଟଙ୍କାରେ ବୁକ୍ କରିପାରିବେ ।
ଏମଜି କମେଟ୍ ଇଭି 2025 ପାଞ୍ଚଟି ଭିନ୍ନ ଭିନ୍ନ ପ୍ରକାରରେ ଉପଲବ୍ଧ ହେଉଛି–ଏକ୍‌ଜିକ୍ୟୁଟିଭ୍, ଏକ୍ସାଇଟ୍, ଏକ୍ସାଇଟ୍ ଫାଷ୍ଟ ଚାର୍ଜ, ଏକ୍ସକ୍ଲୁସିଭ୍ ଏବଂ ଏକ୍ସକ୍ଲୁସିଭ ଫାଷ୍ଟ ଚାର୍ଜ –ପ୍ରତ୍ୟେକଟି ଏକ ଉପଯୁକ୍ତ ଡ୍ରାଇଭିଂ ଅନୁଭୂତି ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି । ଏକ୍ସାଇଟ୍ ଏବଂ ଏକ୍ସାଇଟ୍ ଏଫସି ଭାରିଏଣ୍ଟରେ ଏବେ ରିୟର ପାର୍କିଂ କ୍ୟାମେରା ଏବଂ ପାୱାର-ଫୋଲ୍ଡିଂ ଆଉଟଡୋର ରିୟର ଭିୟୁ ମିରର (ଓଆରଭିଏମ୍) ରହିଛି, ଯାହା ଉଭୟ ସୁବିଧା ଏବଂ ନିରାପତ୍ତାକୁ ବଢ଼ାଇଥାଏ। ଏକ୍ସକ୍ଲୁସିଭ୍ ଏବଂ ଏକ୍ସକ୍ଲୁସିଭ୍ ଏଫସି ଭାରିଏଣ୍ଟକୁ ପ୍ରିମିୟମ୍ ଲେଦରେଟ୍ ସିଟ୍ ଏବଂ 4-ସ୍ପିକର ଅଡିଓ ସିଷ୍ଟମ୍ ସହିତ ଅପଗ୍ରେଡ୍ କରାଯାଇଛି, ଯାହା ଅଧିକ ପ୍ରିମିୟମ୍ ଅନୁଭବ ପାଇଁ ଇନ୍-କ୍ୟାବିନ୍ ଅନୁଭୂତିକୁ ଉନ୍ନତ କରିଥାଏ। ଫାଷ୍ଟ ଚାର୍ଜିଂ ଭାରିଆଣ୍ଟରେ 17.4 କିଲୋୱାଟ୍ ବ୍ୟାଟେରୀ ପ୍ୟାକ୍ ରହିଛି, ଯାହା ଥରେ ଚାର୍ଜ କଲେ 230 କିଲୋମିଟର** ପର୍ଯ୍ୟନ୍ତ ଡ୍ରାଇଭିଂ ରେଞ୍ଜ ପ୍ରଦାନ କରିଥାଏ।
ଜେଏସଡବ୍ଲୁ ଏମଜି ମୋଟର ଇଣ୍ଡିଆର ହେଡ୍‌-ସେଲ୍‌ସ ରାକେଶ ସେନ କହିଛନ୍ତି, ‘‘ଏମଜି କମେଟ୍ ଇଭିର ଅଭିନବ ଡିଜାଇନ ଏବଂ ଉପଭୋକ୍ତା-ଅନୁକୂଳ ବୈଶିଷ୍ଟ୍ୟ ଦୈନନ୍ଦିନ ଯାତାୟାତ ପାଇଁ ବ୍ୟବହାରିକ ଗତିଶୀଳତା ସମାଧାନ ଚାହୁଁଥିବା ସହରବାସୀଙ୍କ ମଧ୍ୟରେ ଏହାକୁ ପ୍ରମୁଖ ପସନ୍ଦ କରିଛି । କମେଟ୍ ଇଭିର ବର୍ଦ୍ଧିତ ଗ୍ରହଣୀୟତା ସିୱାଇ’23 ତୁଳନାରେ ସିୱାଇ’24 ରେ ବିକ୍ରିରେ 29% ବୃଦ୍ଧି ସହିତ ସମାନ । ଏମଜି କମେଟ୍ ଇଭି 2025 ବିକଶିତ ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଆମର ସମର୍ପଣ ଭାବନା ଉପରେ ଆଲୋକପାତ କରିଛି।’’
ଫେବୃଆରୀ 2025 ରେ ଜେଏସଡବ୍ଲୁ ଏମଜି ମୋଟର ଇଣ୍ଡିଆ କମେଟ୍ ବ୍ଲାକଷ୍ଟୋର୍ମ ସଂସ୍କରଣ ଶୁଭାରମ୍ଭ କରିଥିଲା, ଯାହା କମେଟ୍ ଇଭି ଲାଇନଅପ୍ କୁ ଆହୁରି ବିସ୍ତାର କରିଥିଲା । 7.80 ଲକ୍ଷ ଟଙ୍କା ମୂଲ୍ୟର ବ୍ୟାଟେରୀ-ଆଜ୍-ଏ-ସର୍ଭିସ୍ କିଲୋମିଟର ପିଛା 2.5 ଟଙ୍କା ଥିବା ବ୍ଲାକ୍ ଷ୍ଟର୍ମ ଏଡିସନରେ ଡାର୍କ କ୍ରୋମ୍, କଳା ବ୍ୟାଜ୍ ଏବଂ ରେଡ୍ ଆକ୍ସେଣ୍ଟ ସହିତ ଏକ ସ୍ଲିକ୍ ‘ଷ୍ଟାରି ବ୍ଲାକ୍’ ବାହ୍ୟ ଅଂଶ ରହିଛି। ଏହା ଭିତରେ ‘ବ୍ଲାକଷ୍ଟର୍ମ’ ଏମ୍ବ୍ରୋଇଡରି, 10.25 ଇଞ୍ଚର ଟଚସ୍କ୍ରିନ୍ ଇନ୍‌ଫୋଟେନମେଣ୍ଟ ସିଷ୍ଟମ, 10.25 ଇଞ୍ଚର ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଓୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ ଓ ଆପଲ୍ କାର ପ୍ଲେ, ଇଲେକ୍ଟ୍ରୋନିକ୍ ଆଡଜଷ୍ଟେବଲ୍ ଓଆରଭିଏମ୍ ଏବଂ ଚାରି ସ୍ପିକର ଅଡିଓ ସିଷ୍ଟମ୍ ସହିତ ଲେଦରେଟ୍ ସିଟ୍ ଉପଲବ୍ଧ ହେଉଛି।
କମେଟ୍ ଇଭି ଏମଜି ଇ-ଶିଲ୍ଡ ସହିତ ସ୍ମାର୍ଟ ଓନରସିପ୍ ପ୍ୟାକେଜ ପ୍ରଦାନ କରେ, ମରାମତି ଏବଂ ସେବା ଖର୍ଚ୍ଚକୁ ଅନ୍ତର୍ଭୁକ୍ତ କରେ । ସ୍ୱତନ୍ତ୍ର 3-3-3-8 ପ୍ୟାକେଜରେ 3 ବର୍ଷ ବା 1 ଲକ୍ଷ କିଲୋମିଟର ୱାରେଣ୍ଟି, 3 ବର୍ଷ ରାସ୍ତା କଡ଼ ସହାୟତା (ଆରଏସଏ), 3 ଟି ମାଗଣା ଶ୍ରମ ସେବା- ପ୍ରଥମ 3 ଟି ସିଡ୍ୟୁଲ୍‌ଡ ସେବା ଏବଂ 8 ବର୍ଷ ବା 1 ଲକ୍ଷ 20 ହଜାର କିଲୋମିଟର ୱାରେଣ୍ଟି ରହିଛି।

Related Post