ଭୁବନେଶ୍ୱର: ଏସଏସଏଫ ପ୍ଲାଷ୍ଟିକ୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି ସଂଗ୍ରହ ଲାଗି ପୁଞ୍ଜି ବଜାର ନିୟାମକ ସଂସ୍ଥା ସେବି ନିକଟରେ ପ୍ରାରମ୍ଭିକ ଚିଠା ଦସ୍ତାବିଜ ଦାଖଲ କରାଯାଇଛି। ଏହି ପ୍ରସ୍ତାବିତ ଆଇପିଓରେ ୩୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ପ୍ରତିଷ୍ଠାତା ଓ ପ୍ରତିଷ୍ଠାତାଙ୍କ ଗ୍ରୁପ କମ୍ପାନି ତରଫରୁ ୨୫୦ କୋଟି ଟଙ୍କାର ଇକ୍ୱିଟି ସେୟାରକୁ ଅଫର ଫର ସେଲରେ ବିକ୍ରି କରାଯିବ ବୋଲି ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି)ରୁ ଜଣାପଡ଼ିଛି। ବର୍ତମାନ କମ୍ପାନିରେ ପ୍ରତିଷ୍ଠାତା ଓ ପ୍ରତିଷ୍ଠାତାଙ୍କ ଗ୍ରୁପ କମ୍ପାନିର ୧୦୦ ପ୍ରତିଶତ ଅଂଶଧନ ରହିଛି।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ ଋଣ ପରିଶୋଧ କରିବା, କାରଖାନା ଓ ସେମିନ କିଣିବା ପାଇଁ ପୁଞ୍ଜି ବ୍ୟୟ ଆବଶ୍ୟକତା ପୂରଣ କରିବା ଏବଂ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ।
ଏସଏସପି ପ୍ଲାଷ୍ଟିକ୍ସ ହେଉଛି ଏକ ଅଗ୍ରଣୀ ପ୍ୟାକେଜିଂ ସମାଧାନ ପ୍ରଦାନକାରୀ ସଂସ୍ଥା ଯାହା ବୋଟଲ, କଂଟେନର, କ୍ୟାପ, କ୍ଲୋଜର, ଟ୍ୟୁବ, ଇଞ୍ଜିନିୟରିଂ ପ୍ଲାଷ୍ଟିକ ଉପକରଣର ଡିଜାଇନ ଓ ଡେଲିଭରି ପାଇଁ ବ୍ୟାପକ ସେବା ପ୍ରଦାନ କରୁଛି।
ପର୍ସନାଲ କେୟାର, ହୋମ କେୟାର,ଖାଦ୍ୟ ଓ ପାନୀୟ, କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ, ଇଞ୍ଜିନ ଅଏଲ ଓ ଲୁବ୍ରିକ୍ୟାଂଟ ଏବଂ ଫାର୍ମାସ୍ୟୁଟିକାଲ ଭଳି ବିଭିନ୍ନ ଶିଳ୍ପ କ୍ଷେତ୍ରର ଆବଶ୍ୟକତାକୁ ଏହା ପୂରଣ କରୁଛି।
୨୦୨୪ ସେପ୍େଟମ୍ବର ସୁଦ୍ଧା ଶେଷ ଛଅ ମାସରେ ଏସଏସଏଫ ପ୍ଲାଷ୍ଟିକ୍ସ ୧୫.୧୯ କୋଟି ଟଙ୍କାର ଲାଭ ଏବଂ ପରିଚାଳନାରୁ ୩୯୭.୪୧ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛି।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ ଓ ନୁଭାମା ୱେଲଥ ମ୍ୟାନେଜମେଂଟ ଲିମିଟେଡ।
ଏସଏସଏଫ ପ୍ଲାଷ୍ଟିକ୍ସ ପକ୍ଷରୁ ୫୫୦ କୋଟି ଟଙ୍କାର ଆଇପିଓ ପାଇଁ ଡିଆରଏଚପି ଦାଖଲ

