ଆଜିର ଖାସ ଖବର
Sat. May 30th, 2026

ନିୟମିତ ରକ୍ଷଣାବେକ୍ଷଣ ପାଇଁ ଜୁନ୍ ୧୫ ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ ହେବନାହିଁ – ଟିପିସିଓଡିଏଲ୍

By Admin_Dainkasha May7,2025

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ୨୦୨୫ ଜୁନ୍ ୧୫ ପର୍ଯ୍ୟନ୍ତ ନିୟମିତ ରକ୍ଷଣାବେକ୍ଷଣ ପାଇଁ କୌଣସି ବିଦ୍ୟୁତ କାଟ୍ ହେବନାହିଁ ବୋଲି ଘୋଷଣା କରାଯାଇଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଗ୍ରୀଷ୍ମ ଋତୁରେ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା।

ଏହି ଅବଧିରେ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ କୌଣସି ଯୋଜନାବଦ୍ଧ ରକ୍ଷଣାବେକ୍ଷଣ ସଟ୍‌ଡାଉନ୍ କରାଯିବ ନାହିଁ। ତେବେ ନୂତନ ସେବା ସଂଯୋଗ, ବିପଦଜନକ ସ୍ଥିତିର ମୁକାବିଲା ରେ ସୁରକ୍ଷା ସମ୍ପର୍କିତ ଜରୁରୀକାଳୀନ ପଦକ୍ଷେପ କିମ୍ବା ଜରୁରୀକାଳୀନ ପ୍ରକଳ୍ପ କାର୍ଯ୍ୟ ଭଳି ସ୍ଥିତି ଉପୁଜିଲେ ବିଦ୍ୟୁତ୍ ବିଭ୍ରାଟ ଘଟିପାରେ। ଏଭଳି କ୍ଷେତ୍ରରେ ପ୍ରଭାବିତ ହେବାକୁ ଥିବା ଗ୍ରାହକମାନଙ୍କୁ ଆଗୁଆ ସୂଚନା ପ୍ରଦାନ କରାଯିବ।

“ଗ୍ରୀଷ୍ମ ଋତୁ ବିଭିନ୍ନ ଆହ୍ୱାନ ଆଣିଥାଏ ଏବଂ ଏଭଳି ସମୟରେ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ବୁଝୁଛୁ। ଏହି ଗୁୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଜାରି ରଖିବା ସହିତ ବିଶ୍ୱସନୀୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ଆମେ ପ୍ରତିବଦ୍ଧ” ବୋଲି ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି। ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଆମର ପ୍ରତିବଦ୍ଧତା ହେଉଛି ଦାୟିତ୍ୱବାନ ସେବା ପ୍ରଦାନ କରିବା ଓ ଯେକୌଣସି ଅସୁବିଧା ଦୂର କରିବା।’’

Related Post