ଆଜିର ଖାସ ଖବର
Sun. Apr 26th, 2026

ଏଏମ୍‌/ଏନ୍‌ଏସ୍‌ର ପ୍ରକଳ୍ପ ପାଇଁ ଆନ୍ଧ୍ର ପ୍ରଦେଶର ୨୮,୦୦୦ କୋଟି ପ୍ରୋତ୍ସାହନକୁ ଅନୀଲ ଅଗ୍ରୱାଲ୍‌ଙ୍କ ପ୍ରଶଂସା

By Admin_Dainkasha Jun5,2025
Vedanta Chairman Anil Agarwal Welcomes UP Government’s Power Sector Reform

ଭୁବନେଶ୍ୱର: ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଶିଳ୍ପଗୁଡିକୁ ପ୍ରୋତ୍ସାହନ ପ୍ରଦାନ କରିବା ନିଷ୍ପତିକୁ ପ୍ରଶଂସା କରିଛନ୍ତି ଏବଂ ରାଜସ୍ଥାନ, ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ରାଜ୍ୟ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରି ନିବେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ବୋଲି ଜଣାଇଛନ୍ତି।
‘ଏକ୍ସ’ (ପୂର୍ବର ଟ୍ୱିଟରରେ ଏକ ପୋଷ୍ଟରେ ଶ୍ରୀ ଅଗ୍ରୱାଲ୍ ଆନାକାପଲ୍ଲୀରେ ସ୍ଥାପନ କରାଯାଉଥିବା ସମନ୍ୱିତ ଇସ୍ପାତ କାରଖନା ପାଇଁ ଏଏମ୍‌/ଏନ୍‌ଏସ୍‌କୁ ଦିଆଯାଇଥିବା ୨୮,୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ବିଷୟରେ ଉଲ୍ଲେଖ କରିଛନ୍ତି।
ବୃହତ୍ ଶିଳ୍ପ ପ୍ରକଳ୍ପ ହାସଲ କରିବା ପାଇଁ ବିନିର୍ମାଣ କ୍ଷେତ୍ରର ପ୍ରମୁଖ ସମସ୍ୟା ଯଥା ଜମିର ଷ୍ଟାମ୍ପ୍ ଡ୍ୟୁଟି, ଜିଏସଟି ଏବଂ ବିଦ୍ୟୁତ୍ ଓ ଜଳ ଖର୍ଚ୍ଚ ଆଦିର ସମାଧାନ କରିବାରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସାହସିକ ଏବଂ ସମୟୋପଯୋଗୀ ପଦକ୍ଷେପ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି।
ଏଭଳି ଏକ ବୃହତ୍ ପ୍ରକଳ୍ପ ଏହି ଅଂଚଳରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ବଢ଼ାଇବ ବୋଲି ସେ କହିଛନ୍ତି।
ରାଜସ୍ଥାନ, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଭଳି ଅନ୍ୟ ରାଜ୍ୟଗୁଡିକ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରି ନିବେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଯେଉଁମାନେ ସବୁଠାରୁ ଆକ୍ରମଣାତ୍ମକ ଆଭିମୁଖ ଗ୍ରହଣ କରିବେ ସେମାନେ ସର୍ବାଧିକ ନିବେଶ ଆକର୍ଷିତ କରିପାରିବେ ବୋଲି ସେ ଲେଖିଛନ୍ତି।

Related Post