ଆଜିର ଖାସ ଖବର
Sat. Apr 25th, 2026

ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ସାର୍ବଜନୀନ ବ୍ୟାଙ୍କ ଲାଇସେନ୍ସ ପାଇଁ ରିଜର୍ଭ ବ୍ୟାଙ୍କକୁ ଆବେଦନ

By Admin_Dainkasha Jun16,2025

କଟକ: ଦେଶର ଅଗ୍ରଣୀ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ନିଜକୁ ଏକ ସାର୍ବଜନୀନ ବ୍ୟାଙ୍କରେ ପରିଣତ କରିବା ଲାଗି ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଅନୁମୋଦନ ଲୋଡ଼ିଛି।
ଏହି ପଦକ୍ଷେପ ଜନା ବ୍ୟାଙ୍କର ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଦର୍ଶାଉଥିବା ବେଳେ ଆର୍ôଥକ ଅନ୍ତର୍ଭୁକ୍ତୀକରଣ, ନବସୃଜନ ଓ ସ୍ଥାୟୀ ବ୍ୟାଙ୍କିଂ ପ୍ରତି ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ବିଗତ ବର୍ଷଗୁଡ଼ିକରେ ଜନା ଏସଏଫବି ସଫଳତାର ସହିତ ଏକ ଦୃଢ଼ ରିଟେଲ ଓ ଏମଏସଏମଇ ଫ୍ରାଂଚାଇଜ ଗଠନ କରିପାରିଛି। ବ୍ୟାଙ୍କ ଏହାର ଡିଜିଟାଲ ଓ ପ୍ରତ୍ୟକ୍ଷ ଉପସ୍ଥିତିକୁ ସାରା ଦେଶରେ ବଢ଼ାଇଛି।
ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଓ ସିଇଓ ଅଜୟ କନୱଲ କହିଛନ୍ତି ଯେ, ‘ସାର୍ବଜନୀନ ବ୍ୟାଙ୍କ ଲାଇସେନ୍ସ ପାଇଁ ଆବେଦନ କରିବା ଜନା ବ୍ୟାଙ୍କ ପାଇଁ ଏକ ପ୍ରାକୃତିକ ଅଗ୍ରଗତି। ଆମେ ସର୍ବଦା ସେବା ପାଉ ନଥିବା ଲୋକଙ୍କ ପାଖରେ ପହଂଚିବା ଏବଂ ଏକ ଅନ୍ତର୍ଭୁକ୍ତୀକରଣ, ଦ୍ରୁତ, ଡିଜିଟାଲ ଓ ଆଗକୁ ଦେଖୁଥିବା ଏକ ବ୍ୟାଙ୍କ ଗଠନ କରିବାକୁ ମିସନ ରଖିଛୁ। ସାର୍ବଜନୀନ ବ୍ୟାଙ୍କରେ ପରିଣତ ହେଲେ ଆମେ ବ୍ୟାପକ ପ୍ରକାର ସେବା ଯୋଗାଇ ପାରିବୁ ଏବଂ ଏକ ଉଦୀୟମାନ ଓ ଆତ୍ମନିର୍ଭର ଭାରତର ଆଙ୍କର ବ୍ୟାଙ୍କରେ ପରିଣତ ହୋଇପାରିବୁ।’’
୨୦୧୭ରେ ଏସଏଫବି ଲାଇସେନ୍ସ ହାସଲ କରିବା ପରଠାରୁ ବ୍ୟାଙ୍କ ତରଫରୁ ଜମା, ଋଣ ଓ ଆର୍ôଥକ ସେବାର ଏକ ଦୃଢ଼ ପୋର୍ଟଫୋଲିଓ ପ୍ରସ୍ତୁତ କରାଯାଇଛି ଯାହା ବ୍ୟକ୍ତିବିଶେଷ, ଏମଏସଏମଇ ଓ ସଂସ୍ଥାଗୁଡ଼ିକର ଆବଶ୍ୟକତା ପୂରଣ କରୁଛି। ଜମା ପରିମାଣ, ଜାତୀୟ ଉପସ୍ଥିତି, ଡିଜିଟାଲ ସେବା ବଢ଼ିବା ଓ ସଂପତି ମାନର ଏକ ଦୃଢ଼ ଟ୍ରାକ ରେକର୍ଡ ସହିତ ବ୍ୟାଙ୍କ ବିଶ୍ୱାସ କରୁଛି ଯେ ବିପ୍ଳବର ପରବର୍ତୀ କ୍ଷେତ୍ରରେ ପ୍ରବେଶ କରିବାକୁ ବ୍ୟାଙ୍କ ପ୍ରସ୍ତୁତ ରହିଛି।
ଜନା ଏସଏଫବି ପକ୍ଷରୁ ପରବର୍ତୀ ପର୍ଯ୍ୟାୟ ଯାତ୍ରାରେ ପ୍ରଶାସନ, ଅନୁପାଳନ, ଗ୍ରାହକ କେନ୍ଦ୍ରୀକତା ଓ ନବସୃଜନ ପ୍ରତି ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରାଯାଇଛି।

Related Post