ଆଜିର ଖାସ ଖବର
Tue. Apr 21st, 2026

ଆରିସ ଇନଫ୍ରା ସଲ୍ୟୁସନ୍ସ ଲିମିଟେଡର ୪୯୯.୫୯ କୋଟି ଟଙ୍କାର ଆଇପିଓ ୨୦୨୫ ଜୁନ ୧୮, ବୁଧବାର ଖୋଲିବ

By Admin_Dainkasha Jun18,2025

ଭୁବନେଶ୍ୱର: ଆରିସଇନଫ୍ରା ସଲ୍ୟୁସନ୍ସ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ)ର ବିଡ ୨୦୨୫ ଜୁନ ୧୮ ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜୁନ ୧୭ ମଙ୍ଗଳବାର ଦିନ ବିଡ ଦାଖଲ କରିପାରିବେ। ବିଡ ଦାଖଲ ପ୍ରକ୍ରିୟା ୨୦୨୫ ଜୁନ ୨୦ ଶୁକ୍ରବାର ବନ୍ଦ ହେବ। ନିବେଶକମାନେ ସର୍ବନିମ୍ନ ୬୭ଟି ଇକ୍ୱିଟି ସେୟାରର ବିଡ ଦାଖଲ କରିପାରିବେ ଏବଂ ଏହାପରେ ସେଥିରେ ୬୭ଟି ଲେଖାଏଁ ସେୟାର ଯୋଡ଼ିପାରିବେ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୨୧୦ ଟଙ୍କାରୁ ୨୨୨ ଟଙ୍କା ମଧ୍ୟରେ ରହିବ। ଏହି ଅଫରରେ ୪୯୯.୫୯ କୋଟି ଟଙ୍କା ସଂଗ୍ରହ କରାଯିବ ଏବଂ କେବଳ ନୂଆ ଇକ୍ୱିଟି ସେୟାର ଜାରି କରାଯିବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୧) ୨୦୪.୬୦ କୋଟି ଟଙ୍କାକୁ କମ୍ପାନି ଏହାର ବକେୟା ଋଣଗୁଡ଼ିକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା, ୨) ୧୭୭ କୋଟି ଟଙ୍କାକୁ କମ୍ପାନିର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା, ୩) ୪୮ କୋଟି ଟଙ୍କାକୁ ସହାୟକ କମ୍ପାନି ବିଲଡମେକ୍ସ-ଇନଫ୍ରା ପ୍ରାଇଭେଟ ଲିମିଟେଡର କାର୍ଯ୍ୟକାରୀ ପୁଞ୍ଜି ଭାବେ ବ୍ୟବହାର କରିବା, ୪) ୬୦ କୋଟି ଟଙ୍କାକୁ ଅଧିଗ୍ରହଣ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବା ଲାଗି ପ୍ରସ୍ତାବ ଦିଆଯାଇଛି।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେ କେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ। ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ। ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।

କମ୍ପାନିର ଇକ୍ୱିଟି ସେୟାରଗୁଡ଼ିକୁ ଏନଏସଇରେ ତାଲିକାଭୁକ୍ତ କରାଯିବ। ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ, ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ, ନୁଭାମା ୱେଲଥ ମ୍ୟାନେଜମେଂଟ ଲିମିଟେଡ।

Related Post