ଆଜିର ଖାସ ଖବର
Mon. Apr 20th, 2026

ଏଚ୍‌ବିଡି ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍‌ର ୧୨,୫୦୦ କୋଟି ଟଙ୍କାର ଆଇପିଓ ୨୦୨୫ ଜୁନ୍ ୨୫ ବୁଧବାର ଖୋଲିବ

By Admin_Dainkasha Jun23,2025

ଭୁବନେଶ୍ୱର: ଏଚ୍‌ବିଡି ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍‌ର ଇକ୍ୱିଟି ସେୟାର୍‌ର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ଜୁନ୍ ୨୫, ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ଜୁନ୍ ୨୪ ମଙ୍ଗଳବାର ଦିନ ବିଡ୍ ଦାଖଲ କରିପାରିବେ। ୨୦୨୫ ଜୁନ୍ ୨୭ ଶୁକ୍ରବାର ଦିନ ବିଡ୍ ଦାଖଲ ଶେଷ ହେବ।
ଏହି ଅଫର୍‌ରେ ଇକ୍ୱିଟି ସେୟାର ପିଛା ଦାମ୍ ୭୦୦ ଟଙ୍କାରୁ ୭୪୦ ଟଙ୍କା ମଧ୍ୟରେ ରହିଛି। ନିବେଶକମାନେ ସର୍ବନିମ୍ନ ୨୦ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୨୦ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ।
ଏହି ଇସୁୃ୍ୟରେ କମ୍ପାନି ପକ୍ଷରୁ ୧୨,୫୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ଜାରି କରାଯିବ। ସେଥିରୁ ୨୫୦୦ କୋଟି ଟଙ୍କା ନୂଆ ଇକ୍ୱିଟି ସେୟାର ହୋଇଥିବା ବେଳେ ଅଫର୍ ଫର୍ ସେଲ୍‌ରେ ଅଂଶଧନକାରୀମାନେ ୧୦,୦୦୦ କୋଟି ଟଙ୍କାର ଇକ୍ୱିଟି ସେୟାର୍ ବିକ୍ରି କରିବେ। ସଂସ୍ଥାର ପ୍ରତିଷ୍ଠାତା ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲିମିଟେଡ୍ ଅଫର୍ ଫର୍ ସେଲ୍‌ରେ ଇକ୍ୱିଟି ସେୟାର ବିକ୍ରି କରିବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ଆଗାମୀ ଦିନରେ ଏହାର ଏଂଟରପ୍ରାଇଜ୍ ଋଣ, ସଂପତି ଫାଇନାନ୍ସ ଓ ଉପଭୋକ୍ତା ଫାଇନାନ୍ସ ଭଳି ବ୍ୟବସାୟ କ୍ଷେତ୍ରକୁ ଋଣ ପ୍ରଦାନ ଲାଗି ଭବିଷ୍ୟତରେ ଆବଶ୍ୟକ ପାଣ୍ଠି ଆବଶ୍ୟକତାକୁ ପୂରଣ କରିବା ଲାଗି ଦରକାର ଟାୟାର-୧ ପୁଞ୍ଜି ଭାବେ ବ୍ୟବହାର କରିବ। ଏହି ଇସ୍ୟୁରୁ ମିଳିବାକୁ ଥିବା କିଛି ରାଶିକୁ ଅଫର୍‌ର ଖର୍ଚ୍ଚ ଭରଣା କରିବାରେ ବ୍ୟବହାର କରାଯିବ।
କମ୍ପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍ ଓ ଏନଏସଇରେ ତାଲିକାଭୁକ୍ତ କରାଯିବ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ। ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ। ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍‌, ବିଏନ୍‌ପି ପରିବାସ, ବିଓଏଫ୍‌ଏ ସିକ୍ୟୁରିଟିଜ୍ ଇଣ୍ଡିଆ ଲିମିଟେଡ୍‌, ଗୋଲ୍ଡମ୍ୟାନ୍ ସଚ୍‌ସ (ଇଣ୍ଡିଆ) ସିକ୍ୟୁରିଟିଜ୍ ପ୍ରାଇଭେଟ୍ ଲିମିଟେଡ୍‌, ଏଚ୍‌ଏସ୍‌ବିସି ସିକ୍ୟୁରିଟିଜ୍ ଆଣ୍ଡ୍ କ୍ୟାପିଟାଲ୍ ମାର୍କେଟ୍‌ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ମୋର୍ଗାନ୍ ଷ୍ଟାଲନ୍‌ଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍‌, ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍‌, ନୋମୁରା ଫାଇନାନ୍ସିଆଲ୍ ଆଡଭାଇଜରି ଆଣ୍ଡ୍ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ, ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍ ଓ ୟୁବିଏସ୍ ସିକ୍ୟୁରିଟିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌।

Related Post