ଆଜିର ଖାସ ଖବର
Mon. Apr 20th, 2026

ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ କ୍ରେଡିଟ୍ ଭିଜନ ସିବିଲ୍ କମର୍ସିଆଲ୍ ର‌୍ୟାଙ୍କର ଶୁଭାରମ୍ଭ

By Admin_Dainkasha Jun23,2025

ଭୁବନେଶ୍ୱର: ବ୍ୟାଙ୍କଗୁଡ଼ିକୁ ସହଯୋଗ କରିବା ଏବଂ ଭାରତର ବାଣିଜ୍ୟିକ ବ୍ୟବସାୟ ବର୍ଗରେ ଦୃଢ଼ ଋଣ ଅଭିବୃଦ୍ଧିକୁ ବଢ଼ାଇବା ଲାଗି ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ପରବର୍ତୀ ପିଢ଼ିର ଋଣ ଅନୁଶୀଳନ ମଡେଲ୍ କ୍ରେଡିଟ୍ ଭିଜନ ସିବିଲ୍ କମର୍ସିଆଲ୍ ର‌୍ୟାଙ୍କ (ସିଭି-ସିଏମ୍‌ଆର୍‌) ଉନ୍ମୋଚନ କରାଯାଇଛି। ଏହି ମଡେଲ୍ ଋଣ ପ୍ରଦାନକାରୀମାନଙ୍କୁ ଅଧିକ ଦାୟିତ୍ୱର ସହିତ ବାଣିଜ୍ୟିକ ଋଣ ନିଷ୍ପତି ଗ୍ରହଣ କରିବାରେ ସହାୟକ ହେବ। ସିଭି-ସିଏମଆର୍ ଋଣ ପ୍ରଦାନକାରୀମାନଙ୍କୁ ଗ୍ରାହକଙ୍କ ଋଣ ଆଚରଣ ଉପରେ ଗଭୀର ସୂଚନା ପ୍ରଦାନ କରିବ ଯାହା ଫଳରେ ବାଣିଜ୍ୟିକ ଋଣ ପ୍ରକ୍ରିୟାରେ ବ୍ୟାପକ ଉନ୍ନତି ହୋଇପାରିବ।
ସିଭି ସିଏମ୍‌ଆର୍‌କୁ ବିଶ୍ୱସନୀୟ କ୍ରେଡିଟ୍ ଭିଜନ ଫ୍ରେମ୍‌ୱର୍କ ଆଧାରରେ ପ୍ରସ୍ତୁତ କରାଯଇଛି। ଅସଲି ସିଏମ୍‌ଆର୍ ମଡେଲ୍ ବେଶ୍ ଗ୍ରହଣୀୟ ରହିଛି ଓ ଋଣକୁ ନେଇ ସୂଚନା ଆଧାରିତ ନିଷ୍ପତି ଗ୍ରହଣ କରିବା ଲାଗି ଅନେକ ଋଣ ପ୍ରଦାନକାରୀ ତାହାକୁ ବ୍ୟବହାର କରୁଛନ୍ତି।
ଟ୍ରାନ୍ସୟୁନିଅନ୍ ସିବିଲ୍‌ର ପରିଚାଳନା ନିର୍ଦେଶକ ଓ ସିଇଓ ଭବେଶ ଜୈନ କହିଛନ୍ତି ଯେ, “ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ଭାରତର ଏମଏସଏମଇ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି ଯାହା ନିଯୁକ୍ତି, ନବସୃଜନ ଏବଂ ଆଂଚଳିକ ବିକାଶ ପ୍ରତି ଯୋଗଦାନ ପ୍ରଦାନ କରୁଛି। ସାତ କୋଟିରୁ ଅଧିକ ଏମଏସଏମଇ ରହିଥିବାରୁ ବାଣିଜ୍ୟିକ ଋଣ ପ୍ରଦାନର ଗତି ବଜାୟ ରହିବା ଅନିବାର୍ଯ୍ୟ। ଏମଏସଏମଇଗୁଡିକ କାର୍ଯ୍ୟକାରୀ ପୁଞ୍ଜି, ପ୍ରସାରଣ ଏବଂ ସ୍ଥିରତା ପାଇଁ ଅର୍ଥ ସନ୍ଧାନ କରୁଥିବାରୁ ଆମେ ସୁସ୍ଥ ଋଣ ଚାହିଦା ଏବଂ ସ୍ଥିର ପୋର୍ଟଫୋଲିଓ ପ୍ରଦର୍ଶନ ଦେଖୁଛୁ। ବିଶେଷକରି ଏମଏସଏମଇଗୁଡିକୁ ସ୍ପଷ୍ଟ ଏବଂ ଅଧିକ ସଠିକ୍ ଋଣ ସୂଚନା ପ୍ରଦାନ କରିବା ସ୍ଥାୟୀ ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ତ୍ୱରାନ୍ୱିତ କରିବା ପାଇଁ ଅତ୍ୟାବଶ୍ୟକ। ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ସକ୍ରିୟ ଋଣ ସହିତ ବ୍ୟବସାୟଗୁଡିକ ସିଭି ସିଏମଆରର ଅଧୀନରେ ଅଛନ୍ତି। ସିଭି ସିଏମଆର ଋଣ ପ୍ରଦାନକାରୀମାନଙ୍କୁ ଦ୍ରୁତ, ଅଧିକ ସୂଚିତ ନିଷ୍ପତି ନେବାର କ୍ଷମତା ପ୍ରଦାନ କରିବା ସହ ବାଣିଜ୍ୟିକ ବ୍ୟବସାୟଗୁଡିକ ପାଇଁ ଋଣ ପ୍ରକ୍ରିୟାକୁ ସୁଗମ କରିବ। ଅଭିବୃଦ୍ଧି ଏବଂ ଦୀର୍ଘକାଳୀନ ଅର୍ଥନୈତିକ ସମୃଦ୍ଧି ପାଇଁ ଆବଶ୍ୟକ ପୁଂଜିକୁ ଯୋଗ୍ୟ ବ୍ୟବସାୟଗୁଡ଼ିକ ପାଖରେ ପହଂଚାଇ ଏହା ଏକ ଆତ୍ମନିର୍ଭର ଓ ଅର୍ନ୍ତଭୁକ୍ତୀକରଣ ଅଭିବୃଦ୍ଧି ପ୍ରତି ଯୋଗଦାନ ପ୍ରଦାନ କରିବ।’’
ଟାଟା କ୍ୟାପିଟାଲ୍ ଲିମିଟେଡ୍‌ର ଏମଡି ଏବଂ ସିଇଓ ଶ୍ରୀ ରାଜୀବ ସାବରୱାଲ୍ କହିଛନ୍ତି ଯେ, “ଆମେ ଖୁସି ଯେ ଟ୍ରାନ୍ସୟୁନିଅନ୍ ସିବିଲ୍ ନିଜର ପ୍ରମୁଖ ସିଏମଆରକୁ ଉନ୍ନତ କରି ସିଭି ସିଏମଆର ଉନ୍ମୋଚନ ସହିତ ବଜାରର ନୂତନ ପରିବର୍ତନଗୁଡ଼ିକୁ ସାମିଲ କରିଛି। ର‌୍ୟାଙ୍କ ବିକାଶ ପାଇଁ ବର୍ଦ୍ଧିତ ଅନୁଶୀଳନ ଓ ଅଧିକ ସଦ୍ୟତମ ତଥ୍ୟକୁ ବ୍ୟବହାର କରି ସିଭି ସିଏମ୍‌ଆର୍‌ରେ ବିପଦ ଭିନ୍ନତା ଅଧିକ ତୀକ୍ଷ୍‌ଣ ହେବା ଆଶା କରାଯାଉଛି ଏବଂ ତାହା ଦ୍ୱାରା ର‌୍ୟାଙ୍କ ଅଧିକ ଦୃଢ଼ ହେବ। ଟ୍ରାନ୍ସୟୁନିୟନ୍ ସିବିଲ୍ ସର୍ବଦା ପ୍ରଭାବଶାଳୀ ସମାଧାନ ବିକାଶର ଅଗ୍ରଦୂତ ରହିଥିବାରୁ ମୁଁ ଟ୍ରାନ୍ସୟୁନିୟନ୍ ସିବିଲ୍‌କୁ ଏହି ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇବାକୁ ଚାହୁଛି ଯାହା ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ସଠିକ୍ ଋଣ ନିଷ୍ପତି ନେବା ଓ ବିପଦକୁ ଦୃଢ଼ ଭାବେ ପରିଚାଳନା କରିବାରେ ସହାୟକ ହେବ।’’
ଏସ୍‌ଭିସି କୋଅପରେଟିଭ୍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ରବିନ୍ଦର ସିଂହ କହିଛନ୍ତି ଯେ, “ଟ୍ରାନ୍ସୟୁନିଅନ୍ ସିବିଲ୍‌ର ସିଏମ୍‌ଆର୍ ଆମକୁ ଆମର କ୍ରେଡିଟ୍ ମୂଲ୍ୟାଙ୍କନ ପ୍ରକ୍ରିୟାକୁ ସୁଗମ କରିବା ଏବଂ ଯୋଗ୍ୟ ବ୍ୟବସାୟଗୁଡ଼ିକୁ ଅଧିକ ଦ୍ରୁତ ଏବଂ ସ୍ୱଳ୍ପ ମୂଲ୍ୟରେ ଋଣ ଉପଲବ୍ଧ କରାଇବାରେ ବହୁତ ସାହାଯ୍ୟ କରିଛି। ଉନ୍ନତ ସଂସ୍କରଣ ଯଥା କ୍ରେଡିଟ୍ ଭିଜନ୍ ସିବିଲ୍ କମର୍ସିଆଲ୍ ର‌୍ୟାଙ୍କ ଯାହା ଦୀର୍ଘସ୍ଥାୟୀ ଋଣ ଇତିହାସକୁ ବିବେଚନା କରୁଛି, ତାହା ସହିତ ଛୋଟ ବ୍ୟବସାୟଗୁଡ଼ିକୁ ଆହୁରି ବ୍ୟାପକ ଭାବରେ ଋଣ ପ୍ରଦାନରେ ସକ୍ଷମ ହେବାକୁ ଆମେ ବେଶ୍ ଆଶାବାଦୀ।’’
ଆମ୍ବିଟ୍ ଫିନଭେଷ୍ଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ସଞ୍ଜୟ ଅଗରୱାଲ କହିଛନ୍ତି ଯେ, “ସିଏମଆର ଆମ ଶାଖାଗୁଡ଼ିକରେ ଛୋଟ ବ୍ୟବସାୟ ଋଣ ପ୍ରଦାନକୁ ଅଧିକ ବ୍ୟବସ୍ଥିତ କରିବାରେ ସାହାଯ୍ୟ କରିଛି। ଏକ ସ୍ପଷ୍ଟ ଏବଂ ସ୍ଥିର ବିପଦ ମାନକ ଉପଲବ୍ଧ ହୋଇଥିବାରୁ ଆମର କ୍ରେଡିଟ୍ ଅଧିକାରୀମାନେ ମାନକୀକୃତ କ୍ରେଡିଟ୍ ଫ୍ରେମୱର୍କ୍‌ଗୁଡ଼ିକୁ ଅଧିକ ଆତ୍ମବିଶ୍ୱାସ ସହିତ ପ୍ରୟୋଗ କରିପାରୁଛନ୍ତି। ଏହା ମୂଲ୍ୟାଙ୍କନ ଗତି ବୃଦ୍ଧି, ବ୍ୟକ୍ତିଗତ ପକ୍ଷପାତିତା ହ୍ରାସ ଏବଂ ଆଂଚଳିକ ସ୍ତରରେ ଋଣ ଗୁଣବତାକୁ ଅଧିକ ଉତମ ଭାବେ ପରିଚାଳନା କରିବାରେ ସାହାଯ୍ୟ କରିଛି। ଉନ୍ନତ ସିଭି ସିଏମ୍‌ଆର୍ ମଡେଲ୍ ସଠିକତା ଏବଂ ବ୍ୟାପକ ତଥ୍ୟ ଆହରଣ ସହିତ ଏହି ପ୍ରକ୍ରିୟାଗୁଡ଼ିକୁ ଆହୁରି ସୁଗମ କରିବାରେ ସାହାଯ୍ୟ କରିବ।’’

Related Post