ଆଜିର ଖାସ ଖବର
Mon. Apr 20th, 2026

ବନ୍ଧନ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ୩ଟି ନୂଆ ଶାଖା ସମେତ ୪ଟି ରାଜ୍ୟରେ ୧୮ଟି ଶାଖାର ଶୁଭାରମ୍ଭ

By Admin_Dainkasha Jun24,2025
  • ଓଡ଼ିଶାରେ କନ୍ଧମାଳ, ବରଗଡ଼ ଓ ବଲାଙ୍ଗୀରରେ ନୂଆ ଶାଖା ଖୋଲିଲା
  • ଏହି ନୂତନ ଶାଖାଗୁଡ଼ିକୁ ମିଶାଇ ଓଡ଼ିଶାରେ ବ୍ୟାଙ୍କର ଆଉଟ୍‌ଲେଟ୍ ସଂଖ୍ୟା ୨୫୯କୁ ବୃଦ୍ଧି
  • ବ୍ୟାଙ୍କ ପକ୍ଷରୁ ବିହାର, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶରେ ନୂଆ ଶାଖା ଖୋଲାଯାଇଛି

ଭୁବନେଶ୍ୱର: ଓଡ଼ିଶାରେ ତିନିଟି ନୂଆ ଶାଖା ଖୋଲାଯାଇଥିବା ବିଷୟରେ ବନ୍ଧନ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ଝାଡ଼ଖଣ୍ଡରେ ୭ଟି, ଆନ୍ଧ୍ରପ୍ରଦେଶରେ ୫ଟି ଓ ବିହାରରେ ୩ଟି ଶାଖା ସମେତ ଚାରିଟି ରାଜ୍ୟରେ ୧୮ଟି ଶାଖାର ଶୁଭାରମ୍ଭ କରାଯାଇଛି। ବ୍ୟାଙ୍କର ଏମ୍‌ଡି ଓ ସିଇଓ ଶ୍ରୀ ପାର୍ଥ ପ୍ରତୀମ ସେନଗୁପ୍ତାଙ୍କ ସମେତ ଇଡି ଓ ସିବିଓ ଶ୍ରୀ ରାଜିନ୍ଦର କୁମାର ବବର, ଇଡି ଓ ସିଓଓ ଶ୍ରୀ ରତନ କୁମାର କେଶ ଓ ବ୍ୟାଙ୍କର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଶାଖାଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି।
ଓଡ଼ିଶାରେ ଖୋଲାଯାଇଥିବା ନୂଆ ଶାଖାଗୁଡ଼ିକ କନ୍ଧମାଳ (ବାଲିଗୁଡ଼ା ଶାଖା), ବରଗଡ଼ (ବରପାଲି ଶାଖା) ଓ ବଲାଙ୍ଗୀରରେ (କଂଟାବାଞ୍ଝି ଶାଖା) ଖୋଲାଯାଇଛି। ଏହି ନୂଆ ଶାଖାଗୁଡ଼ିକ ରାଜ୍ୟର ଅର୍ଧ ସହରାଚଂଳଗୁଡ଼ିକରେ ସେବା ପ୍ରଦାନ କରିବେ। ସର୍ବଭାରତୀୟ ସ୍ତରରେ ବିବିଧତା ଓ ଦୃଢ଼ ଉପସ୍ଥିତି ଉପସ୍ଥାପନ କରିବା ଲାଗି ବ୍ୟାଙ୍କର ରହିଥିବା ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଅନୁସାରେ ଶାଖା ନେଟ୍‌ୱର୍କର ସମ୍ପ୍ରସାରଣ କରାଯାଇଛି। ଉପସ୍ଥିତିକୁ ବ୍ୟାପକ କରି ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଅଭିନବ ବ୍ୟାଙ୍କିଙ୍ଗ ସେବାକୁ ସେମାନଙ୍କ ପାଖରେ ପହଂଚାଇବାରେ ଉନ୍ନତି ଅଣାଯାଇଛି। ଓଡ଼ିଶାରେ ଏହି ତିନି ନୂଆ ଶାଖା ସମେତ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ୨୫୯ ଆଉଟଲେଟ୍ ଓ ସାରା ଭାରତରେ ୬୩୦୦ରୁ ଅଧିକ ବ୍ୟାଙ୍କିଂ ଆଉଟ୍‌ଲେଟ୍‌ର ଦୃଢ଼ ନେଟ୍‌ୱର୍କ ଜରିଆରେ ଗ୍ରାହକଙ୍କୁ ସେବା ପ୍ରଦାନ କରାଯିବ।
ଏହି ଅବସରରେ ବନ୍ଧନ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଶ୍ରୀ ପାର୍ଥ ପ୍ରତିମ ସେନଗୁପ୍ତା କହିଛନ୍ତି ଯେ, “ଉଦୀୟମାନ ଆବଶ୍ୟକତା ପୂରଣ କରିବା ଲାଗି ଆମ ଉତ୍ପାଦ ଓ ସେବାକୁ ଗ୍ରହଣ କରି ଆମେ ଉଲ୍ଲେଖନୀୟ ଗ୍ରାହକ ଅନୁଭୂତି ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ। ଏହା ସହିତ ଓଡ଼ିଶାରେ ତିନିଟି ନୂଆ ଶାଖା ସମେତ ଚାରିଟି ରାଜ୍ୟରେ ୧୮ଟିି ଶାଖା ଖୋଲାଯାଇଥିବା ଘୋଷଣା କରି ଆମେ ଉଲ୍ଲସିତ, ଯାହା ଫଳରେ ଗ୍ରାହକଙ୍କୁ ପ୍ରଭାବୀ ସେବା ପ୍ରଦାନ କରିବା ଲାଗି ଆମ ନେଟ୍‌ୱର୍କ ସୁଦୃଢ଼ ହୋଇପାରିଛି। ଆମେ ସର୍ବଭାରତୀୟ ସ୍ତରରେ ସମ୍ପ୍ରସାରଣ କରୁଥିବା ବେଳେ ପରିବର୍ତିତ ଆକାଂକ୍ଷା ପୂରଣ କରିବା ଲାଗି ଆମେ ସ୍ଥାୟୀ ଅଭିବୃଦ୍ଧି ଓ ଅଭିନବ ଓ ନମନୀୟ ସମାଧାନ ପ୍ରଦାନ ଉପରେ ଗୁରୁତ୍ୱ ବଜାୟ ରଖିଛୁ।’’
ବନ୍ଧନ ବ୍ୟାଙ୍କର ଉପସ୍ଥିତି ଏବେ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରୁ ୩୫ଟିରେ ରହିଛି।

Related Post