ଆଜିର ଖାସ ଖବର
Mon. Apr 20th, 2026

ଟାଟା ଏଆଇଏ ପକ୍ଷରୁ ସମ୍ପତି ଓ ଅବସର ଯୋଜନା ପାଇଁ ଦୁଇ ନୂଆ ଫଣ୍ଡ୍‌ର ଶୁଭାରମ୍ଭ

By Admin_Dainkasha Jun24,2025

ଭୁବନେଶ୍ୱର: ଭାରତ ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତି ଭାବେ ଉଭା ହୋଇଥିବା ବେଳେ ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ଆପଣଙ୍କୁ ନିଜ ସଂପତିି ବଢ଼ାଇବା ସହିତ ବୀମା ସହ ଯୋଡ଼ି ହୋଇଥିବା ନିବେଶ ଉତ୍ପାଦ ଜରିଆରେ ଆପଣଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବାର ଅପୂର୍ବ ସୁଯୋଗ ପ୍ରଦାନ କରୁଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ବ୍ୟାପକ ସୁଯୋଗ ସୃଷ୍ଟି କରିଥିବା ବେଳେ ସେହି ସମ୍ଭାବନା ହାସଲ କରିବାରେ ସାହାଯ୍ୟ କରିବା ଲାଗି କମ୍ପାନି ପକ୍ଷରୁ ଦୁଇଟି ନୂଆ ଫଣ୍ଡ୍‌ର ଶୁଭାରମ୍ଭ କରାଯାଇଛି। ତାହା ହେଉଛି ଟାଟା ଏଆଇଏ ଟ୍ୟାପ୍ ୨୦୦ ଆଲ୍‌ଫା ୩୦ ଇଣ୍ଡେକ୍ସ ଫଣ୍ଡ୍ ଓ ଟାଟା ଏଆଇଏ ଟପ୍ ୨୦୦ ଆଲ୍‌ଫା ୩୦ ଇଣ୍ଡେକ୍ସ ପେନ୍‌ସନ୍ ଫଣ୍ଡ୍‌।
ଯେଉଁମାନେ ନିଜ ସଂପତିିକୁ ବଢ଼ାଇବା ସହିତ ପରିବାରର ଭବିଷ୍ୟତ ସୁରକ୍ଷିତ କରିବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି ଟାଟା ଏଆଇଏ ଟପ୍ ୨୦୦ ଆଲ୍‌ଫା ୩୦ ଇଣ୍ଡେକ୍ସ ଫଣ୍ଡ୍‌। ସେହିପରି, ଯେଉଁମାନେ ଇକ୍ୱିଟି ଜରିଆରେ ଦୃଢ଼ ଅବସରକାଳୀନ ପାଣ୍ଠି ଗଠନ କରିବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ ଟାଟା ଏଆଇଏ ଟପ୍ ୨୦୦ ଆଲ୍‌ଫା ୩୦ ଇଣ୍ଡେକ୍ସ ପେନ୍‌ସନ୍ ଫଣ୍ଡ୍ ପ୍ରସ୍ତୁତ କରାଯାଇଛି।
ନୂଆ ଫଣ୍ଡ୍ ଅଫର ୨୦୨୫ ଜୁନ୍ ୨୩ରେ ଖୋଲିଛି। ଏହି ଅବଧିରେ ୟୁନିଟ୍ ପିଛା ୧୦ ଟଙ୍କାରେ ତାହା ଉପଲବ୍ଧ ହେବ ଏବଂ ଅଫର୍ ୨୦୨୫ ଜୁନ୍ ୩୦ରେ ବନ୍ଦ ହେବ। ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସର ୟୁନିଟ୍ ଲିଙ୍କଡ୍ ପେନ୍‌ସନ୍ ପ୍ଳାନ ଜରିଆରେ ନିବେଶ କରାଯିବ ଯାହା ବୀମା ସୁରକ୍ଷା ଓ ସଂପତି ବଢ଼ାଇବାର ଦ୍ୱେତ ଲାଭ ପ୍ରଦାନ କରିବ।
ଟାଟା ଏଆଇଏର ମୁଖ୍ୟ ବିତରଣ ଅଧିକାରୀ-ପ୍ରୋପାଇଟରି ବିଜନେସ୍ ଆଣ୍ଡ୍ ଆଲାଏଡ୍ ଚ୍ୟାନେଲ୍ ଅମିତ ଡାଭେ କହିଛନ୍ତି ଯେ, “ଭାରତ ଏବେ ରୂପାନ୍ତରୀତ ଅର୍ଥନୈତିକ ଅଭିବୃଦ୍ଧି ପର୍ଯ୍ୟାୟରେ ରହିଛି ଯାହା ଆସନ୍ତା କିଛି ଦଶନ୍ଧିରେ ବହୁ ଗୁଣା ବଢ଼ିବା ଆଶା କରାଯାଉଛି। ନୂତନ ଭାବେ ଶୁଭାରମ୍ଭ କରାଯାଇଥିବା ଆମ ଫଣ୍ଡ୍‌ଗୁଡ଼ିକ ସେହି ସୁଯୋଗର ଲାଭ ହାସଲ କରିବା ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଦୃଢ଼ ରିଟର୍ଣ୍ଣ ପାଇବା ଲାଗି ବ୍ୟାପକ ଡାଟା ଅନୁଶୀଳନ ବ୍ୟବହାର କରାଯାଇଛି। ସକାରାତ୍ମକ ଅଭିବୃଦ୍ଧି ଧାରାକୁ ହାସଲ କରିବା ଉପରେ ଏହି ଫଣ୍ଡ୍‌ରେ ଗୁରୁତ୍ୱ ଦିଆଯାଇଛି ଯାହା ନିବେଶକମାନଙ୍କୁ ଦୀର୍ଘକାଳୀନ ଲାଭ ପ୍ରଦାନ କରିବ ଏବଂ ସେମାନଙ୍କ ଆର୍ଥିକ ନିରାପତାକୁ ସୁଦୃଢ଼ କରିବ।”

Related Post