ଆଜିର ଖାସ ଖବର
Sat. Apr 18th, 2026

ମହିନ୍ଦ୍ରା ପକ୍ଷରୁ ବିଇ ୬ ଓ ଏକ୍ସଇଭି ୯ଇ ପ୍ୟାକ୍ ଟୁ’ର ଡେଲିଭରି ଜୁଲାଇ ଶେଷ ସୁଦ୍ଧା ଆରମ୍ଭ କରିବ

By Admin_Dainkasha Jul7,2025

ଭୁବନେଶ୍ୱର: ମହିନ୍ଦ୍ରାର ଇଲେକ୍ଟ୍ରିକ୍ ଅରିଜିନ୍ ଏସ୍‌ୟୁଭି ମୂଲ୍ୟ ଦୃଷ୍ଟିରୁ ଭାରତୀୟ ଇଭି ବଜାରରେ ଅଗ୍ରଣୀ ହୋଇପାରିଛି। ଗ୍ରାହକଙ୍କ ବିଶ୍ୱାସ ଓ ଉତ୍ସାହ ବଳରେ ଦେଶରେ ପ୍ରତି ୧୦ ମିନିଟ୍‌ରେ ଗୋଟିଏ ଲେଖାଏଁ ମହିନ୍ଦ୍ରା ଇଲେକ୍ଟ୍ରିକ୍ ଏସ୍‌ୟୁଭି ବିକ୍ରି ହେଉଛି।
ଏହି ଉତ୍ସାହଜନକ ଫଳାଫଳକୁ ନଜରରେ ରଖି ମହିନ୍ଦ୍ରା ପକ୍ଷରୁ ଏହାର ସଫଳ ବିଇ ୬ ଓ ଏକ୍ସଇଭି ୯ଇ ଇଏସ୍‌ୟୁଭିର ପ୍ୟାକ୍ ଟୁକୁ ଜୁଲାଇ ଶେଷ ସୁଦ୍ଧା ୨୧.୯୦ ଲକ୍ଷ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଡେଲିଭରି ଆରମ୍ଭ କରାଯିବ। ଗ୍ରାହକଙ୍କ ମତାମତକୁ ଦୃଷ୍ଟିରେ ରଖି ପ୍ୟାକ୍ ଟୁରେ ଏବେ ୭୯ କେଡବ୍ଲୁଏଚ୍ ବ୍ୟାଟେରି ବିକଳ୍ପ ସହିତ ପୂର୍ବରୁ ଥିବା ୫୯ କେଡବ୍ଲୁଏଚ୍ ଭାରିଆଂଟ ରହିବ ଯାହା ସହରରେ ଯଥାକ୍ରମେ ୫୦୦ କିମି ଓ ୪୦୦ କିମିର ରେଂଜ୍ ପ୍ରଦାନ କରିବ।
ବିଇ ୬ ପ୍ୟାକ୍ ଟୁର ୫୯ କେଡବ୍ଲୁଏଚ୍ ବ୍ୟାଟେରିର ପ୍ୟାକ୍ ଟୁ ଏକ୍ସ ସୋ’ରୁମ୍ ଦାମ୍ ୨୧.୯୦ ଲକ୍ଷ ଟଙ୍କା ରହିଛ ଏବଂ ୭୯ କେଡବ୍ଲୁଏଚ୍‌ର ଦାମ୍ ୨୩.୫୦ ଲକ୍ଷ ଟଙ୍କା ରହିଛି। ଏକ୍ସଇଭି ୯ଇ ପ୍ୟାକ୍ ଟୁ ମଡେଲ୍‌ର ୫୯ କେଡବ୍ଲୁଏଚ୍ ବ୍ୟାଟେରିର ପ୍ୟାକ୍ ଟୁ ଦାମ୍ ୨୪.୯୦ ଲକ୍ଷ ଟଙ୍କା ଓ ୭୯ କେଡବ୍ଲୁଏଚ୍‌ର ଦାମ୍ ୨୬.୫୦ ଲକ୍ଷ ଟଙ୍କା ରହିଛି।
ଉଭୟ ବ୍ୟାଟେରି ବିକଳ୍ପରେ ମହିନ୍ଦ୍ରାର ଉନ୍ନତ ପ୍ରଯୁକ୍ତି ସମ୍ଭାର ଯଥା ଡଲବି ଆଟମସ୍ ସହିତ ୧୬ ସ୍ପିକର ହର୍ମାନ କର୍ଡନ ସାଉଣ୍ଡ ସିଷ୍ଟମ, ସମ୍ପୂର୍ଣ୍ଣ କାଚର ରୁଫ୍ (ଛାତ), ଲେବଲ୍‌-୨ ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା (ଲେବଲ୍ ୨ ଏଡିଏଏସ୍‌), ଏକ୍ସଇଭି ୯ଇରେ ତିନି ସ୍କ୍ରିନ୍ ବିଶିଷ୍ଟ ଚଉଡ଼ା ସିନେମା ସ୍କୋପ୍ ଏବଂ ବିଇ ୬ରେ ରେସ୍ ପାଇଁ ପ୍ରସ୍ତୁତ ଡିଜିଟାଲ୍ କକ୍‌ପିଟ୍ ଆଦି ରହିଛି। ଏଗୁଡ଼ିକ ନବସୃଜନ, ସୁରକ୍ଷା ଓ ଆଧୁନିକ ବିଳାସର ଚମତ୍କାର ମିଶ୍ରଣ ପ୍ରଦାନ କରୁଛି। ଏହା ସହିତ କ୍ୟାବିନ୍ ଅନୁଭବରେ ଉନ୍ନତି ଆଣିବା ପାଇଁ ଆକର୍ଷଣୀୟ ଆଇଭରି ରୁଫ୍ ଫିନିସ୍ ସହିତ ମହିନ୍ଦ୍ରା ପକ୍ଷରୁ ବିଇ ୬ ପ୍ୟାକ୍ ଟୁକୁ ପ୍ରିମିୟମ ଚମଡ଼ରେ ପ୍ରସ୍ତୁତ ଇଂଟେରିୟର ସହିତ ସମୃଦ୍ଧ କରିଛି।
ପ୍ରତୀକ୍ଷା କରୁଥିବା ସମସ୍ତ ଗ୍ରାହକ ଚାହିଲେ ନିଜର ବୁକିଂକୁ ନୂଆ ପ୍ୟାକ୍ ଟୁ ୭୯ କେଡବ୍ଲୁଏଚ୍‌କୁ ଅପ୍‌ଗ୍ରେଡ୍ କରିପାରିବେ ଯାହା ଗ୍ରାହକଙ୍କୁ ବିକଳ୍ପ ଓ ପସନ୍ଦ ପ୍ରଦାନ କରିବାରେ କମ୍ପାନିର ପ୍ରତିବଦ୍ଧତାକୁ ଦର୍ଶାଉଛି।
୨୧.୯୦ ଲକ୍ଷ ଟଙ୍କାରେ ଆରମ୍ଭ ହେଉଥିବା ପ୍ୟାକ୍ ଟୁ ପ୍ରିମିୟମ୍ ଇଲେକ୍ଟ୍ରିକ୍ ଗମନାଗମନକୁ ସମସ୍ତଙ୍କ ନିକଟରେ ପହଂଚାଇବା ଲାଗି ମହିନ୍ଦ୍ରାର ପ୍ରତିବଦ୍ଧତାକୁ ଦର୍ଶାଉଛି ଏବଂ ଏହାର ନିଜର ଡିଜାଇନ୍ ଓ ପ୍ରଯୁକ୍ତିର ଅଗ୍ରଣୀ ଭାବ ସହିତ ନିଜକୁ ବଜାୟ ରଖିଛି। ସାରା ଭାରତରେ ୩୦୦ରୁ ଅଧିକ ସ୍ଥାନରେ ଦୃଢ଼ ସର୍ଭିସ୍ ନେଟ୍‌ୱର୍କ ସହିତ ଗ୍ରାହକମାନେ ଯେକୌଣସି ସଡ଼କରେ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ସହ ଗାଡ଼ି ଚଲାଇପାରିବେ।

Related Post