ଆଜିର ଖାସ ଖବର
Sat. Apr 18th, 2026

ସ୍କ୍ରିନ୍ ପକ୍ଷରୁ ସ୍କ୍ରିନ୍ ଏକାଡେମିର ଶୁଭାରମ୍ଭ

By Admin_Dainkasha Jul11,2025

ଭୁବନେଶ୍ୱର: ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍ ଓ ସ୍କ୍ରିନ୍ ପକ୍ଷରୁ ମିଳିତ ଭାବେ ଏକ ଅଣ ଲାଭଦାୟକ ଅଭିଯାନ “ସ୍କ୍ରିନ୍ ଏକାଡେମି’ର ଶୁଭାରମ୍ଭ କରାଯାଇଛି। ଏଥିରେ କେନ୍‌ସ ଓ ଓସ୍କାର ପୁରସ୍କାର ବିଜେତା ଗୁନିତ ମୋଙ୍ଗା, ପାୟଲ କପାଡ଼ିଆ ଓ ରେସୁଲ ପୁକୁଟି ଓ କିମ୍ବଦନ୍ତୀ ଚିତ୍ରନାଟ୍ୟ ଲେଖକ ଅଜୁଂମ ରାଜାବଳୀ ଭଳି ବିଶିଷ୍ଟ ବ୍ୟକ୍ତି ସଦସ୍ୟ ରହିଛନ୍ତି । ସ୍କ୍ରିନ୍ ଏକାଡେମି ଦେଶର ପ୍ରମୁଖ ସିନେମା ଅନୁଷ୍ଠାନଗୁଡ଼ିକ ସହ କାମ କରି ଶିକ୍ଷା, ଉପସ୍ଥାପନା ଓ ମାନ୍ୟତା ଜରିଆରେ ପରବର୍ତୀ ପିଢ଼ିର ସିନେମା ନିର୍ମାତାଙ୍କୁ ଚିହ୍ନଟ ଓ ସଶକ୍ତ କରିବ।
ଲୋଧା ଫାଉଣ୍ଡେସନରୂ ଅଭିଶେକ ଲୋଧାଙ୍କ ପ୍ରତିଷ୍ଠାତା ସମର୍ଥନରେ ପ୍ରତିଷ୍ଠା କରାଯାଇଥିବା ସ୍କ୍ରିନ ଏକାଡେମି ସିନେମା ସ୍କୁଲ୍‌ଗୁଡ଼ିକରୁ ମନୋନୀତ କରାଯିବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ନାତକ ଫେଲୋସିପ୍ ପ୍ରଦାନ କରିବ। ଆବେଦନ ପ୍ରକ୍ରିୟାର ବିବରଣୀ ଙ୍ଗଙ୍ଗଙ୍ଗ.ଗ୍ଦମକ୍ସରରଦ୍ଭବମବୟରଜ୍ଞଚ୍ଚ.କ୍ଟକ୍ସଶରେ ରହିଛି।
ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍ କହିଛନ୍ତି ଯେ, “ମୁମ୍ବାଇ ସହିତ ସିନେମା ଶିଳ୍ପର ନିବିଡ଼ ସମ୍ପର୍କ ରହିଛି। ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ୍ ତରଫରୁ ଏଭଳି ଏକ ଅଣଲାଭଜନକ ସ୍କ୍ରିନ ଏକାଡେମିର ଶୁଭାରମ୍ଭ ବିଷୟରେ ଜାଣି ମୁଁଁ ଅତ୍ୟନ୍ତ ରୋମାଂଚିତ। ମୁଁ ନିଶ୍ଚିତ ଯେ ଏକାଡେମି ସମୃଦ୍ଧ କରିବାକୁ ଚାହୁଥିବା ସିନେମା ପ୍ରତିଭାମାନଙ୍କ ଦ୍ୱାରା ଭାରତୀୟ ସିନେମା ଶିଳ୍ପ ଉଲ୍ଳେଖନୀୟ ଭାବେ ଉପକୃତ ହେବ।’’ର୍
ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅନନ୍ତ ଗୋଏଙ୍କା କହିଛନ୍ତି ଯେ, “ମନୋରଂଜନ ଓ ସଂସ୍କୃତି କ୍ଷେତ୍ରକୁ ସଂସ୍ଥାଗତ କରିବା ଦିଗରେ ସ୍କ୍ରିନ୍ ଏକାଡେମି ଏକ ଗରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଉପସ୍ଥାପନ କରୁଛି। ଆମେ ଏଭଳି ଏକ ବ୍ୟବସ୍ଥା ସୃଷ୍ଟି କରିବୁ ଯାହା ଉତ୍କର୍ଷକୁ ପାଳନ କରିବ ଏବଂ ବିବିଧ ଓ ପ୍ରତିଶ୍ରୁତିପୂର୍ଣ୍ଣ ପ୍ରତିଭାଙ୍କୁ ଉଭୟ ଆର୍ଥିକ ଓ ସଫଳତା ପାଖରେ ପହଂଚିବାରେ ପ୍ରତ୍ୟକ୍ଷ ଭାବେ ସମର୍ଥନ କରିବ।’’
ଅଭିଶେକ ଲୋଧା କହିଛନ୍ତି ଯେ, “୨୦୪୭ ସୁଦ୍ଧା ଏକ ବିକଶିତ ଭାରତରେ ରୂପାନ୍ତିତ ହେବାରେ ଭାରତର ପ୍ରଗତିକୁ ସମର୍ଥନ କରିବାକୁ ଲୋଧା ଫାଉଣ୍ଡେସନ ପ୍ରତିବଦ୍ଧ ରହିଛି। ସିନେମା ଓ କ୍ରିଏଟିଭ୍ ଆର୍ଟସ୍ ଆମ ଦେଶର ଏକ ପ୍ରମୁଖ ଦୃଢ଼ତା ଏବଂ ଏ କ୍ଷେତ୍ରରେ ଭାରତକୁ ବିଶ୍ୱର ଅଗ୍ରଣୀରେ ପରିଣତ କରିବାରେ ସ୍କ୍ରିନ୍ ଏକାଡେମି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ମହତ୍ୱକାଂକ୍ଷୀ ଅଭିଯାନରେ ସ୍କ୍ରିନ୍ ଏକାଡେମି ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଲୋଧା ଫାଉଣ୍ଡେସନ ଗର୍ବିତ।’’
ପୁନେର ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, କୋଲକାତାର ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଓ ମୁମ୍ବାଇର ହ୍ୱିସିଲିଂ ଉଡ୍‌ସ ଇଂଟରନ୍ୟାସନାଲ୍‌ର ଚୟନୀତ ଛାତ୍ରଛାତ୍ରୀଙ୍କୁ ସ୍କ୍ରିନ୍ ଏକାଡେମି ପୋଷ୍ଟଗ୍ରାଜୁଏଟ୍ ଫେଲୋସିପ୍ ପ୍ରଦାନ କରିବ।
ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ନିର୍ଦେଶକ ଧୀରଜ ସିଂହ କହିଛନ୍ତି ଯେ, “ସିନେମା ସାମ୍ବାଦିକତାରେ ସ୍କ୍ରିନ୍ ହେଉଛି ଏକ ସମ୍ମାନନୀୟ ନାମ। ଏଭଳି ସହଯୋଗିତାକୁ ନେଇ ଏଫ୍‌ଟିଆଇଆଇ ବହୁତ ଖୁସି। ମୁଁ ନିଶ୍ଚିତ ଯେ ଛାତ୍ରଛାତ୍ରୀ ଓ ଶିଳ୍ପ ଏହି ସ୍କଲାରସିପ୍ କାର୍ଯ୍ୟକ୍ରମରୁ ଉପକୃତ ହେବେ।’’
ସତ୍ୟଜିତ ରାୟ ଇନଷ୍ଟିଚ୍ୟୁଟ୍‌ର ଡାଇରେକ୍ଟର ଇନ୍‌ଚାର୍ଜ ସମୀରଣ ଦତ କହିଛନ୍ତି ଯେ, “କେବଳ ସହରାଚଂଳ ମେଟ୍ରୋ ନୁହେଁ, ବରଂ ଭାରତର ବିବିଧ ଓ ଅଜଣା ପ୍ରାନ୍ତରୁ ପ୍ରତିଭା ରହିଛନ୍ତି ଯେଉଁମାନେ ଶ୍ରେଷ୍ଠ ଚିନ୍ତାଧାରା ଓ ଉକୃଷ୍ଟ କାହାଣୀ ପ୍ରସ୍ତୁତ କରୁଛନ୍ତି। ଆମର କିଛି ଛାତ୍ରଛାତ୍ରୀ ସିନେମା ଶିକ୍ଷାର ଖର୍ଚ୍ଚ ସହ ସାଲିସ କରୁଥିବା ଆମେ ବୁଝିପାରୁଛୁ। ସ୍କ୍ରିନ୍ ଏକାଡେମିର ଫେଲୋସିପ୍ ସେମାନଙ୍କୁ ଶ୍ରେଷ୍ଠ ସିନେମା ପ୍ରସ୍ତୁତ କରିବାରେ ସହାୟକ ହେବ।’’
ହ୍ୱିସିିଲିଂ ଉଡ୍‌ସ ଇଂଟରନ୍ୟାସନାଲ୍‌ର ସଭାପତି ମେଘନା ଘାଇ ପୁରୀ କହିଛନ୍ତି ଯେ, “ହ୍ୱିସିଲିଂ ଉଡ୍‌ସ ଇଂଟରନ୍ୟାସନାଲ୍‌ରେ ଆମର ବିଶ୍ୱାସ ରହିଛି ଯେ ଗୁଣାତ୍ମକ ଶିକ୍ଷା ଜୀବନରେ ରୂପାନ୍ତରଣ ଆଣିପାରିବ। ଆଇଇ ସ୍କ୍ରିନ୍ ଫାଉଣ୍ଡେସନ ସହିତ ଏହି ସହଯୋଗିତା ସୃଜନଶୀଳତା ଓ ଆକାଂକ୍ଷା ପଥରେ ଅର୍ଥ ଯେଭଳି ଏକ କଟକଣା ନ ହୁଏ ତାହାକୁ ନିଶ୍ଚିତ କରିବ। ଏହା ହେଉଛି ଏଭଳି ଏକ ସହଯୋଗିତା ଯେଉଁଥିରେ ଉତ୍କର୍ଷ, ଅନ୍ତର୍ଭୁକ୍ତୀକରଣ ଓ ଆସନ୍ତାକାଲିର କାହାଣୀକାରମାନଙ୍କୁ ସମୃଦ୍ଧ କରିବାର ପ୍ରତିବଦ୍ଧତାର ମିଳିତ ମୂଲ୍ୟବୋଧ ରହିଛି।’’
ଫେଲୋମାନଙ୍କୁ ଚୟନ କରିବା ଲାଗି ଗଠିତ କମିଟିର ନେତୃତ୍ୱ ନେବେ କିମ୍ବଦନ୍ତୀ ଚିତ୍ରନାଟ୍ୟ ଲେଖକ ଅଂଜୁମ ରାଜାବଳୀ ଓ ଏହାର ସଦସ୍ୟ ରହିବେ ଗୁନିତ ମୋଙ୍ଗା, ପାୟଲ କପାଡ଼ିଆ, ରେସୁଲ ପୁକୁଟି, ରୋନି ସ୍କୁୱାଲା ଓ ସୁବାଷ ଘାଇ।

Related Post