ଆଜିର ଖାସ ଖବର
Sat. Apr 18th, 2026

ଟିପିସିଓଡିଏଲ୍ ପକ୍ଷରୁ ଏସ୍‌ବିଆଇ ଓ ରେଜରପେ ସହଯୋଗରେ ଡିଜିଟାଲ ପେମେଂଟ ଅଭିଯାନର ଶୁଭାରମ୍ଭ

By Admin_Dainkasha Jul17,2025

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିସିଓଡିଏଲ୍‌) ପକ୍ଷରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ) ଓ ରେଜରପେ ସହଯୋଗରେ ଏକ ଡିଜିଟାଲ ପେମେଂଟ ଅଭିଯାନର ଶୁଭାରମ୍ଭ କରାଯାଇଛି। ଡିଜିଟାଲ ଫ୍ଲାଟ୍‌ଫର୍ମ ସହ ଭଲ ଭାବେ ଅଭ୍ୟସ୍ତ ନଥିବା ଉପଭୋକ୍ତା ମାନଙ୍କ ସମେତ ସବୁ ଉପଭୋକ୍ତାମାନେ ଯେଭଳି ଏହାକୁ ସହଜରେ ବ୍ୟବହାର କରିପାରିବେ ତାହାକୁ ଦୃଷ୍ଟିରେ ରଖି ଏହି ଫ୍ଲାଟ୍‌ଫର୍ମ ପ୍ରସ୍ତୁତ କରାଯାଇଛି।

ଭୁବନେଶ୍ୱରସ୍ଥିତ ଟିପିସିଓଡିଏଲ୍‌ର କର୍ପୋରେଟ କାର୍ଯ୍ୟାଳୟରେ ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅରଭିନ୍ଦ୍ ସିଂହ ଓ ଏସ୍‌ବିଆଇର ଉପ ମହାପ୍ରବନ୍ଧକ (ଡିଜିଟାଲ୍ ଆଣ୍ଡ୍ ଟ୍ରାଞ୍ଜାକ୍ସନ ବ୍ୟାଙ୍କିଂ) ଶ୍ରୀ ସୁଶାନ୍ତ କୁମାର ଦାସ ଏହି ଅଭିଯାନକୁ ଉନ୍ମୋଚନ କରିଛନ୍ତି।
ଏହି ଅଭିଯାନ ଜରିଆରେ ୨୦୨୫ ଅଗଷ୍ଟ ସୁଦ୍ଧା ୮୦% ଡିଜିଟାଲ ପେମେଂଟ କାରବାର ହାସଲ କରିବାକୁ ଟିପିସିଓଡିଏଲ୍ ଲକ୍ଷ୍ୟ ରଖିଛି। ଏହା ସେବା ପ୍ରଦାନ କରୁଥିବା ଅଂଚଳଗୁଡ଼ିକରେ ନଗଦବିହୀନ ସେବାକୁ ଉଲ୍ଲେଖନୀୟ ଭାବେ ଆଗକୁ ବଢ଼ାଇବ। ଏହି ପ୍ଲାଟ୍‌ଫର୍ମ ଡିଜିଟାଲ ପେମେଂଟ ପ୍ରକ୍ରିୟାର ସରଳୀକରଣ କରି ପାରମ୍ପରିକ ଭାବେ ନଗଦ ରାଶିରେ ଦେୟ ପ୍ରଦାନ କରୁଥିବା ଗ୍ରାହକମାନଙ୍କୁ ବିଶ୍ୱାସ ଓ ସୁରକ୍ଷା ସହ ଡିଜିଟାଲ କାରବାର କରିବାରେ ସକ୍ଷମ କରୁଛି।

ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, ‘ଆମର ଲକ୍ଷ୍ୟ ହେଉଛି ଗ୍ରାମାଚଂଳ ଓ ଅର୍ଧ ସହରାଚଂଳ ସମେତ ସମସ୍ତଙ୍କ ପାଖରେ ଡିଜିଟାଲ ପେମେଂଟ ସୁବିଧାକୁ ପହଂଚାଇବା। ଏସ୍‌ବିଆଇ ଓ ରେଜରପେ ଭଳି ବିଶ୍ୱସନୀୟ ପ୍ଲାଟ୍‌ଫର୍ମକୁ ବ୍ୟବହାର କରି ଆମେ ଗ୍ରାହକମାନଙ୍କୁ ଡିଜିଟାଲ ମାଧ୍ୟମରେ ବିଲ ପ୍ରଦାନ କରିବା ଲାଗି ଏକ ସୁରକ୍ଷିତ, ସରଳ ଓ ନିରାପଦ ବିକଳ୍ପ ସୁନିଶ୍ଚିତ କରୁଛୁ।’’

ଡିଜିଟାଲ ସଶକ୍ତୀକରଣକୁ ସୁଦୃଢ଼ କରିବା ଏବଂ ସହରାଚଂଳ, ଅର୍ଧ ସହରାଚଂଳ ଓ ଗ୍ରାମାଚଂଳରେ ଡିଜିଟାଲ ବିଭେଦ ଦୂର କରିବା ଲାଗି ଟିପିସିଓଡିଏଲ୍‌ର ରହିଥିବା ପ୍ରତିବଦ୍ଧତାକୁ ଏହି ଅଭିଯାନ ଦର୍ଶାଉଛି।

Related Post