ଆଜିର ଖାସ ଖବର
Sat. Apr 18th, 2026

ସିଲଭରଟନ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

By Admin_Dainkasha Jul18,2025

ଭୁବନେଶ୍ୱର: ପରିବେଶ ମିତବ୍ୟୟୀ କାଗଜ ଉତ୍ପାଦନ ଓ ବିପଣନ କରୁଥିବା ସଂସ୍ଥା ସିଲଭରଟନ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ପକ୍ଷରୁ ଲିଖନ ଓ ଛାପା କାଗଜ, କ୍ରାଫ୍ଟ କାଗଜ, କପଷ୍ଟକ କାଗଜ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଧରଣର କାଗଜ ପ୍ରସ୍ତୁତ କରାଯାଉଛି। କମ୍ପାନିର କାଗଜ ଉତ୍ପାଦଗୁଡ଼ିକ ରିଟେଲ୍‌, କର୍ପୋରେଟ, ଶିକ୍ଷାନୁଷ୍ଠାନ, ସରକାରୀ କ୍ଷେତ୍ର, ପ୍ୟାକେଜିଂ, ଏଫ୍‌ଏମସିଜି, ଖାଦ୍ୟ ଓ ପାନୀୟ ପ୍ୟାକେଜିଂ, କ୍ୱିକ ସର୍ଭିସ ରେସ୍ତୋରାଁର ତରଳ ପ୍ୟାକେଜିଂ, ଲାବେଲ ଓ ଷ୍ଟେସନାରି ସମାଧାନ ଏବଂ ଫାର୍ମା ପ୍ୟାକେଜିଂ କ୍ଷେତ୍ରର ଆବଶ୍ୟକତା ପୂରଣ କରୁଛି।
ସିଲଭରଟନ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। କମ୍ପାନି ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ଇକ୍ୱିଟି ସେୟାର ଜାରି କରି ପାଣ୍ଠି ସଂଗ୍ରହ କରିବାକୁ ଯୋଜନା ରଖିଛି। ନୂଆ ଇକ୍ୱିଟି ସେୟାର ଜାରି କରି ୩୦୦ କୋଟି ଟଙ୍କା ସଂଗ୍ରହ କରାଯିବ ଏବଂ ଅଫର ଫର ସେଲରେ ୩୨,୨୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରାଯିବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୧୭୭.୫୦ କୋଟି ଟଙ୍କାକୁ କମ୍ପାନି ୧୪ ମେଗାୱାଟର ବର୍ଜ୍ୟରୁ ଶକ୍ତି କ୍ୟାପଟିଭ ପାୱାର ପ୍ଲାଂଟ ଏବଂ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଂଟ ସ୍ଥାପନ କରିବାରେ, ୩୪.୬୩ କୋଟି ଟଙ୍କାକୁ କାରଖାନାର ରିୱାଇଣ୍ଡର ଓ ସିଟର ଦକ୍ଷତାରେ ଉନ୍ନତି ଆଣିବା ଓ ନିଜସ୍ୱ ଗୋଦାମ ଘର ନିର୍ମାଣ କରିବାରେ, ୭୨ କୋଟି ଟଙ୍କାକୁ କମ୍ପାନି ଆଣିଥିବା ବିଭିନ୍ନ ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବା ପ୍ରସ୍ତାବ ଦେଇଛି।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ ଅଫ ଇଣ୍ଡିଆ ଲିମିଟେଡ (ଏନଏସଇ)ରେ ତାଲିକାଭୁକ୍ତ କରିବା ଲାଗି ରେଡ ହେରିଂ ପ୍ରୋସପେକ୍ଟସରେ ପ୍ରସ୍ତାବ ଦିଆଯାଇଛି।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛି ପାଂଟୋମାଥ କ୍ୟାପିଟାଲ ଆଡଭାଇଜର୍ସ ପ୍ରାଇଭେଟ ଲିମିଟେଡ।

Related Post