ଆଜିର ଖାସ ଖବର
Sat. Apr 18th, 2026

ଏସ୍‌ବିଆଇ ପକ୍ଷରୁ ୧୩,୪୫୫ ଜୁନିଅର୍ ଆସୋସିଏଟ୍‌ସଙ୍କୁ ସାମିଲ କରିବା ସହ ଦେଶବ୍ୟାପୀ ଗ୍ରାହକ ସେବାର ସୁଦୃୃଢ଼ୀକରଣ

By Admin_Dainkasha Jul27,2025

ଭୁବନେଶ୍ୱର: ଦେଶର ସର୍ବବୃହତ୍ ଓ ସବୁଠୁ ବିଶ୍ୱସନୀୟ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷୁ ନୂତନ ଭାବେ ନିଯୁକ୍ତ ହୋଇଥିବା ୧୩,୪୫୫୬ ଜୁନିଅର ଆସୋସିଏଟ୍‌ସ (କନିଷ୍ଠ ସହକାରୀ)ଙ୍କୁ ଏହାର ସାରା ଦେଶରେ ଥିବା ବ୍ୟାପକ ନେଟ୍‌ୱର୍କରେ ସାମିଲ କରିବା ଆରମ୍ଭ କରିଛି।
ଏହି ନୂଆ ଆସୋସିଏଟ୍‌ସମାନେ ବ୍ୟାଙ୍କର ସେବା ପ୍ରଦାନକାରୀ ଶ୍ରମଶକ୍ତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଏବଂ ସେମାନେ ନୂଆ ଶକ୍ତି, ପ୍ରତିବଦ୍ଧତା ଓ ଗ୍ରାହକ ପ୍ରଥମ ଭାବ ଆଣିଛନ୍ତି ଯାହା ଏସ୍‌ବିଆଇ ପ୍ରଦାନ କରୁଥିବା ସେବାର ସଂଜ୍ଞା ନିର୍ଧାରଣ କରିବ। ଗ୍ରାହକ ସେବାରେ ଉନ୍ନତି ଆଣିବା ଏବଂ ପ୍ରତି ଟଚ୍‌ପଏଂଟ୍‌ରେ ପରିଚାଳନା ଦକ୍ଷତା ବଢ଼ାଇବା ପାଇଁ ବ୍ୟାଙ୍କର ଜାରି ରହିଥିବା ଉଦ୍ୟମରେ ଏହା ଏକ ମାଇଲଖୁଂଟ।
ଜୁନ୍ ୧୧ରେ ଏସ୍‌ବିଆଇ ପକ୍ଷରୁ ଜୁନିଅର ଆସୋସିଏଟ୍‌ସଙ୍କୁ ନିଯୁକ୍ତ କରାଯାଇଥିବା ଘୋଷଣା କରାଯାଇଥିଲା ଯେଉଁଠାରେ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ସି ଏସ୍ ସେଟ୍ଟି ଉଦୀୟମାନ କାର୍ଯ୍ୟଦକ୍ଷତା ଓ ପ୍ରଯୁକ୍ତି ଆବଶ୍ୟକତା ସହ ସମନ୍ୱିତ ହୋଇ ଢାଂଚାଗତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ମାନବ ସମ୍ବଳ ଦକ୍ଷତାକୁ ସୁଦୃଢ଼ କରିବା ଉପରେ ଆଲୋକପାତ କରିଥିଲେ।
ଏସ୍‌ବିଆଇ ୨,୩୬,୦୦୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ବେଳେ ପରବର୍ତୀ ପିଢ଼ିର ବ୍ୟାଙ୍କିଂ ପ୍ରଫେସନାଲ୍‌ମାନଙ୍କୁ ସୁଦୃଢ଼ କରିବା ପ୍ରତି ଗର୍ବିତ ଥିବା ବେଳେ ଏକ ଦୃଢ଼ ଏବଂ ଅଧିକ ଅନ୍ତର୍ଭୁକ୍ତୀକରଣ ଭବିଷ୍ୟତ ଗଢ଼ିବା ପ୍ରତି ପ୍ରତିବଦ୍ଧ ରହିଛି।

Related Post