ଆଜିର ଖାସ ଖବର
Mon. Apr 20th, 2026

ଇରେଡା ସିଏମ୍‌ଡିଙ୍କ ନେତୃତ୍ୱରେ ୨୨ତମ ଅକ୍ଷୟ ଶକ୍ତି ସମ୍ମିଳନୀ ୨୦୨୫ରେ ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲ ଆଲୋଚନା

By Admin_Dainkasha Aug4,2025

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି (ଇରେଡା)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ୍ ନୂଆଦିଲ୍ଲୀର ହୋଟେଲ୍ ଲା ମେରିଡିଏନ୍‌ରେ ଇଣ୍ଡିଆ ଏନର୍ଜି ଫୋରମ୍ ଦ୍ୱାରା ଆୟୋଜିତ ୨୨ତମ ଅକ୍ଷୟ ଶକ୍ତି ସମ୍ମିଳନୀରେ “ଅକ୍ଷୟ ଶକ୍ତି ପ୍ରସାରକୁ ତ୍ୱରାନ୍ୱିତ କରିବା-ଆହ୍ୱାନ ଏବଂ ସମାଧାନ” ବିଷୟରେ ଏକ ପ୍ୟାନେଲ ଆଲୋଚନା ନେତୃତ୍ୱ ନେଇଥିଲେ ।
ଶ୍ରୀ ଦାସ୍ ସଂଯୋଜନା କରିଥିବା ଅଧିବେଶନରେ ନଟିପିସି ରିନୁଏବଲ୍ ଲିମିଟେଡ୍‌ର ସିଇଓ ଶ୍ରୀ ସରିତ୍ ମହେଶ୍ୱରୀ, ସୁଜଲୋନ୍ ଏନର୍ଜିର ଡବ୍ଲ୍ୟୁଟିଜି ଡିଭିଜନ୍‌ର ସିଇଓ ଶ୍ରୀ ବିବେକ ଶ୍ରୀବାସ୍ତବ ଏବଂ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍‌ର ସିଇଓ ଶ୍ରୀ ଆଶିଷ ଖାନ୍ନାଙ୍କ ଭଳି ବିଶିଷ୍ଟ ପ୍ୟାନେଲିଷ୍ଟ ଯୋଗ ଦେଇଥିଲେ।
ନିଜ ପ୍ରାରମ୍ଭିକ ବକ୍ତବ୍ୟରେ ଶ୍ରୀ ଦାସ୍ ଭାରତର ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରଶଂସନୀୟ ଅଗ୍ରଗତି ଉପରେ ଆଲୋକପାତ କରି କହିଥିଲେି ଯେ ୨୦୨୫ ଜୁନ୍ ସୁଦ୍ଧା ଦେଶର ସ୍ଥାପିତ ଅକ୍ଷୟ ଶକ୍ତି କ୍ଷମତା ୨୩୪ ଗିଗାୱାଟ୍‌ରେ ପହଂଚିଛି ଯାହା ଭାରତକୁ ବିଶ୍ୱର ୪ର୍ଥ ବୃହତର ନବୀକରଣୀୟ ଶକ୍ତି ବଜାର ଭାବେ ସ୍ଥାନିତ କରିଛି। ୨୦୩୦ ସୁଦ୍ଧା ୪୮୫ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାର ଗୁରୁତ୍ୱ ଉପରେ ସେ ଜୋର୍ ଦେଇଥିଲେ। ଏହି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ପାଇଁ ବର୍ତମାନର ବାର୍ଷିକ କ୍ଷମତା ସଂଯୋଜନାକୁ ପ୍ରାୟ ୨୦–୩୦ ଗିଗାୱାଟ୍‌ରୁ ବୃଦ୍ଧି କରି ୫୦–୬୦ ଗିଗାୱାଟ୍ ପର୍ଯ୍ୟନ୍ତ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।
ଏହି ପ୍ୟାନେଲ୍ ଆଲୋଚନାରେ ଅକ୍ଷୟ ଶକ୍ତି ପ୍ରସାରରେ ଚାରୋଟି ପ୍ରମୁଖ ଆହ୍ୱାନ ଉପରେ ଆଲୋଚନା ହୋଇଥିଲା। ପିଏଲ୍‌ଆଇ ଓ ଏଏଲ୍‌ଏମ୍‌ଏମ୍ ମାଧ୍ୟମରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା, ସିଂଗଲ୍ ୱିଣ୍ଡୋ ମଞ୍ଜୁରି ମାଧ୍ୟମରେ ଜମି ଅଧିଗ୍ରହଣକୁ ସୁଗମ କରିବା, ସକ୍ରିୟ ଯୋଜନା ମାଧ୍ୟମରେ ଗ୍ରିଡ୍ ପ୍ରସାରଣକୁ ତ୍ୱରାନ୍ୱିତ କରିବା ଏବଂ ଭାରତର ୨୦୩୦ ସୁଦ୍ଧାର ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବା ପାଇଁ ୩୦–୩୨ ଲକ୍ଷ କୋଟି ଟଙ୍କାର ବିନିଯୋଗ ରାଶି ସଂଗ୍ରହ କରିବା ଉପରେ ଆଲୋଚନା ହୋଇଥିଲା।
ଶ୍ରୀ ଦାସ ଅଭିନବ ଫାଇନାନ୍ସ ସମାଧାନ ଏବଂ କ୍ଷେତ୍ର-ନିର୍ଦ୍ଦିଷ୍ଟ ରଣନୀତି ମାଧ୍ୟମରେ ଏହି ପରିବର୍ତନକୁ ସୁଗମ କରିବାକୁ ଇରେଡାର ପ୍ରତିବଦ୍ଧତା ଉପରେ ଜୋର୍ ଦେଇଥିଲେ ଏବଂ ଭାରତର ଅଗ୍ରଣୀ ଅକ୍ଷୟ ଶକ୍ତି ଫାଇନାନ୍ସ ପ୍ରଦାନକାରୀ ଭାବେ ଏହାର ଭୂମିକାକୁ ଦୋହରାଇଥିଲେ।

Related Post