ଆଜିର ଖାସ ଖବର
Sat. May 30th, 2026

ଟାଟା ଷ୍ଟିଲ୍ ପକ୍ଷରୁ ଫ୍ଲାଟ୍ ଷ୍ଟିଲ୍ ଉତ୍ପାଦ ପାଇଁ ପରିବେଶଗତ ଉତ୍ପାଦନ ଘୋଷଣାନାମା ପ୍ରକାଶିତ

By Admin_Dainkasha Aug14,2025

ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ତିନି ପ୍ରକାର ଫ୍ଲାଟ୍ ଷ୍ଟିଲ୍ ଉତ୍ପାଦ ପାଇଁ ପରିବେଶଗତ ଉତ୍ପାଦନ ଘୋଷଣାନାମା (ଇପିଡି) ପ୍ରକାଶ କରାଯାଇଛି। ଏହା ହେଉଛି: ଷ୍ଟିଲ୍ ସ୍ଲାବ୍‌, କୋଲ୍ଡ ରୋଲ୍ଡ କ୍ଲୋଜଡ୍ ଆନିଲଡ୍ (ସିଆରସିଏ) ଷ୍ଟିଲ୍ ଏବଂ ଗାଲଭାନାଇଜଡ୍ ଷ୍ଟିଲ୍‌। ଏହା କମ୍ପାନିର ସ୍ୱଚ୍ଛତା, ସ୍ଥିରତା ଏବଂ ନିଜ ଗ୍ରାହକଙ୍କୁ ଉତ୍ପାଦ ଏବଂ ସ୍ଥିରତା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ପ୍ରତି ପ୍ରତିବଦ୍ଧତାକୁ ଦୋହରାଉଛି।
ଇପିଡିକୁ ଟାଇପ୍ ୩ ଇକୋ-ଲେବେଲ୍ ଭାବେ ଶ୍ରେଣୀଭୁକ୍ତ କରାଯାଇଛି ଯାହା ଏକ ସ୍ୱାଧୀନ ଭାବେ ଯାଂଚ ଏବଂ ପଞ୍ଜିକୃତ ଦସ୍ତାବିଜ ଯାହା ଏକ ଉତ୍ପାଦର ଜୀବନ ଚକ୍ରରେ ପରିବେଶଗତ ପ୍ରଭାବ ବିଷୟରେ ସ୍ପଷ୍ଟ ଏବଂ ତୁଳନାତ୍ମକ ସୂଚନା ପ୍ରଦାନ କରୁଛି।

ଟାଟା ଷ୍ଟିଲର ଉପ ସଭାପତି-ସୁରକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାୟିତ୍ୱ ରାଜୀବ ମଙ୍ଗଳ କହିଛନ୍ତି ଯେ, ‘ଷ୍ଟିଲ୍ ଉଦ୍ୟୋଗ ଏକ ଅଧିକ ସ୍ଥିରତା ପୂର୍ଣ୍ଣ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହି ଇପିଡି ଆମର ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ପ୍ରତି ସକ୍ରିୟ ପଦକ୍ଷେପକୁ ପ୍ରତିଫଳିତ କରୁଛି ଯାହା ଆମ ଗ୍ରାହକଙ୍କୁ ସ୍ୱାଧୀନ ଭାବେ ଯାଂଚ ହୋଇଥିବା ତଥ୍ୟ ପ୍ରଦାନ କରୁଛି। ଫଳରେ ସେମାନେ ସୂଚନା ଆଧାରରେ କ୍ରୟ ନିଷ୍ପତି ନେଇପାରିବେ। ଇପିଡି ଉଭୟ ଉତ୍ପାଦନକାରୀ ଏବଂ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯାଂଚ ଟୁଲ। ସ୍ଥିରତା ପ୍ରତି ବୃଦ୍ଧି ପାଇଥିବା ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆମେ ଆମର ଅଧିକରୁ ଅଧିକ ପ୍ରକାର ଉତ୍ପାଦ ପାଇଁ ଇପିଡି ପ୍ରକାଶ କରିବା ଉପରେ କାର୍ଯ୍ୟ କରୁଛୁ ।’

ଗ୍ରିନ ବିଲ୍ଡିଂ ଏବଂ ନିର୍ମାଣ ସାମଗ୍ରୀ କ୍ଷେତ୍ରରେ ଉତ୍ପାଦଗୁଡ଼ିକର ଅନ୍ତର୍ନିହିତ କାର୍ବନକୁ ପ୍ରକାଶ କରିବା ପାଇଁ ଇପିଡିକୁ ବ୍ୟାପକ ଭାବେ ଗ୍ରହଣ କରାଯାଇଛି। ଏହା ସ୍ଥିରତା ପ୍ରଦର୍ଶନ ମୂଲ୍ୟାଙ୍କନକୁ ସମର୍ଥନ କରି ଗ୍ରିନ ବିଲଡିଂ ସାର୍ଟିଫିକେସନ୍ ବ୍ୟବସ୍ଥାରେ କ୍ରେଡିଟ୍ ପଏଂଟ ଅର୍ଜନ କରିବାରେ ମଧ୍ୟ ସହାୟକ ହୋଇଥାଏ।

ଏହି ଇପିଡି ଆନ୍ତର୍ଜାତୀୟ ମାନକ ଆଇଏସଓ ୧୪୦୨୫, ଇଏନ୧୫୮୦୪, ଆଇଏସଓ ୧୪୦୪୦ ଏବଂ ଆଇଏସଓ ୧୪୦୪୪ ଅନୁଯାୟୀ କରାଯାଇଥିବା ଏକ ସମ୍ପୂର୍ଣ୍ଣ ଜୀବନ ଚକ୍ର ମୂଲ୍ୟାଙ୍କନ (ଏଲସିଏ) ଅଧ୍ୟୟନ ଉପରେ ଆଧାରିତ ।

ଟାଟା ଷ୍ଟିଲ୍ ୨୦୨୨ରେ ରିଇନଫୋର୍ସଡ ସିମେଂଟ କଂକ୍ରିଟ୍ (ଆରସିସି) ନିର୍ମାଣରେ ବ୍ୟବହୃତ ଷ୍ଟିଲ୍ ରିଇନଫୋର୍ସିଂ ବାର୍ (ରିବାର) ପାଇଁ ପ୍ରଥମ ଇପିଡି ପ୍ରକାଶ କରିଥିଲା। ୟୁରୋପରେ, କମ୍ପାନି ନିଜର ନିର୍ମାଣ କ୍ଷେତ୍ର ଗ୍ରାହକଙ୍କ ପାଇଁ ୫୦ ରୁ ଅଧିକ ପରିବେଶଗତ ଉତ୍ପାଦନ ଘୋଷଣାନାମା (ଇପିଡି) ପ୍ରସ୍ତୁତ କରିଛି ଯାହା ପରିବେଶଜନିତ ପ୍ରଭାବରେ ସ୍ୱଚ୍ଛତା ଏବଂ ରିପୋର୍ଟିଂରେ ଏକ ମାଇଲଖୁଂଟ ସାବ୍ୟସ୍ତ ହୋଇଛି।

Related Post