ଆଜିର ଖାସ ଖବର
Sat. Sep 12th, 2026

ଇରେଡା ପକ୍ଷରୁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ସହ ୨୦୨୫-୨୬ ଆର୍ଥିକ ବର୍ଷରେ ୮,୨୦୦ କୋଟି ଟଙ୍କାର ରାଜସ୍ୱ ଲକ୍ଷ୍ୟ ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ

By Admin_Dainkasha Aug28,2025

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଣାଳୟ (ଏମଏନଆରଇ) ସହିତ ଏକ ପ୍ରଦର୍ଶନ-ଭିତିମ ଚୁକ୍ତିନାମା (ଏମଓୟୁ) ସ୍ୱାକ୍ଷର କରିଛି। ଏଥିରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି।
ଏହି ଚୁକ୍ତିନାମା ନୂଆଦିଲ୍ଲୀସ୍ଥିତ ଅଟଳ ଅକ୍ଷୟ ଊର୍ଜା ଭବନରେ ଇରେଡା ଓ ଏମଏନଆରଇର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏମଏନଆରଇର ସଚିବ ଶ୍ରୀ ସନ୍ତୋଷ କୁମାର ଷଡ଼ଙ୍ଗୀ ଏବଂ ଇରେଡାର ଅଧକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଛି।
ଚୁକ୍ତିନାମା ଅନୁଯାୟୀ, ଭାରତ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କାର୍ଯ୍ୟକାରୀ ରାଜସ୍ୱର ଲକ୍ଷ୍ୟ ୮,୨୦୦ କୋଟି ଟଙ୍କା ନିର୍ଧାରଣ କରିଛନ୍ତି। ଇରେଡା ୨୦୨୪-୨୫ ଆର୍ଥିକ ବର୍ଷରେ ୫,୯୫୭ କୋଟି ଟଙ୍କାର ପରିଚାଳନା ରାଜସ୍ୱ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ୬,୭୪୩.୩୨ କୋଟି ଟଙ୍କା ଅର୍ଜନ କରିଥିଲା। ଏହି ଚୁକ୍ତିନାମାରେ ଅନ୍ୟାନ୍ୟ ଲକ୍ଷ୍ୟଗୁଡିକର ସହିତ କାରବାର ଉପରେ ରିଟର୍ଣ୍ଣ, ନିୟୋଜିତ ପୁଂଜି ଉପରେ ରିଟର୍ଣ୍ଣ, ମୋଟ ଋଣରେ ଅନାଦେୟ ଋଣ (ଏନପିଏ), ସଂପତି କାରବାର ଅନୁପାତ ଏବଂ ଏବିଟଡା ଆଦି ମୁଖ୍ୟ ପ୍ରଦର୍ଶନ ସୂଚକ ବିଷୟ ସାମିଲ ରହିଛି।
କମ୍ପାନିର ଅଭିବୃଦ୍ଧି ପ୍ରତି ବିଶ୍ୱାସ ପ୍ରକଟ କରି ଇରେଡାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି ଯେ, “ଚଳିତ ବର୍ଷ ପାଇଁ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିବ ବୋଲି ଆଶା ରଖି ଆମେ ଆମର ଉତ୍କୃଷ୍ଟତାର ରେକର୍ଡକୁ ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ। ଇରେଡା ୨୦୨୦-୨୧ ଆର୍ଥିକ ବର୍ଷରୁ ଲଗାତାର ଚାରି ବର୍ଷ ଧରି ଏମ୍‌ଓୟୁ ପ୍ରଦର୍ଶନରେ “ଉତ୍କୃଷ୍ଟ’ ରେଟିଂ ଅର୍ଜନ କରିଛି। ୨୦୨୩-୨୪ ଆର୍ଥିକ ବର୍ଷ ଏମଓୟୁ ରେଟିଂ ପାଇଁ, ଇରେଡା ଏନବିଏଫସି ଏବଂ ଶକ୍ତି କ୍ଷେତ୍ରରେ ଶୀର୍ଷ ପ୍ରଦର୍ଶନକାରୀ ଭାବରେ ଉଭା ହୋଇଛି ଏବଂ ସରକାରୀ ଉଦ୍ୟୋଗ ବିଭାଗ ଦ୍ୱାରା ପ୍ରକାଶିତ ୮୪ଟି ସିପିଏସଇ ତାଲିକା ଅନୁଯାୟୀ ସମସ୍ତ କ୍ଷେତ୍ରରେ ଶୀର୍ଷ ଚାରି ସିପିଏସଇ ମଧ୍ୟରେ ସ୍ଥାନ ପାଇଛି।’’

Related Post