ଆଜିର ଖାସ ଖବର
Sat. May 30th, 2026

ଟିପିସିଓଡିଏଲ୍ ପକ୍ଷରୁ ପୁରୀରେ ଏପିଏସ୍‌ସିସିର ଉଦ୍‌ଘାଟନ ସହ ବିଦ୍ୟୁତ୍ ବ୍ୟବସ୍ଥାର ସୁଦୃଢ଼ୀକରଣ

By Admin_Dainkasha Sep7,2025

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ରାଜ୍ୟର ବିଦ୍ୟୁତ୍ ବଂଟନ ବ୍ୟବସ୍ଥାର ସୁଦୃଢ଼ୀକରଣ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ପୁରୀର ତାଳବଣିଆଠାରେ ନୂଆ ଏରିଆ ପାୱାର ସିଷ୍ଟମ କଂଟ୍ରୋଲ୍ ସେଂଟର୍ (ଏପିଏସ୍‌ସିସି) ଭୁବନେଶ୍ୱର ସର୍କଲ -୨ରେ ଉଦ୍‌ଘାଟନ କରାଯାଇଛି।
ଏହି କେନ୍ଦ୍ରକୁ ପୁରୀର ମାନ୍ୟବର ବିଧାୟକ ଶ୍ରୀ ସୁନୀଲ କୁମାର ମହାନ୍ତି ଉଦଘାଟନ କରିଥିବା ବେଳେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ ଓ କମ୍ପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଏପିଏସ୍‌ସିସି ର ଶୁଭାରମ୍ଭ, ବିତରଣ ପରିଚାଳନାର ଆଧୁନିକୀକରଣ ଓ ଗ୍ରାହକ ସେବାରେ ଉନ୍ନତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଦର୍ଶାଉଛି। ପୂର୍ବରୁ ବିକେନ୍ଦ୍ରୀକୃତ ବିଦ୍ୟୁତ ଡିଭିଜନର ଏପିଏସସିସିଗୁଡ଼ିକ ଦ୍ୱାରା ପରିଚାଳିତ ହେଉଥିବା ୧୧ କେଭି ପରିଚାଳାନାକୁ କେନ୍ଦ୍ରୀକୃତ କରି ଏହି କେନ୍ଦ୍ର ବିଦ୍ୟୁତ ବିତରଣ ବ୍ୟବସ୍ଥାର ଉନ୍ନତ ନିରୀକ୍ଷଣ, ବିଭ୍ରାଟର ଦ୍ରୁତ ପ୍ରତିକ୍ରିୟା ଏବଂ ଗ୍ରାହକ ସେବାଗୁଡ଼ିକୁ ଅଧିକ ପାରଦର୍ଶୀ ଢଙ୍ଗରେ ପରିଚାଳନାକୁ ସକ୍ଷମ କରିପାରିଛି। ଭୁବନେଶ୍ୱର ସର୍କଲ -୨ ଅଧୀନରେ ପରିଚାଳିତ ହେଉଥିବା ସମସ୍ତ ରିମୋଟ୍ ଓ ସ୍ଥାନୀୟ ଭାବେ ପରିଚାଳିତ ହେଉଥିବା ପିଏସ୍‌ଏସ୍ ଏବେ ଏହି ଏପିଏସ୍‌ସିସି ସହିତ ନିୟନ୍ତ୍ରଣ ପାଇଁ ପ୍ରଗତିଶୀଳ ଭାବେ ସମନ୍ୱିତ ହୋଇଛି।
ଅତ୍ୟାଧୁନିକ ପ୍ରଯୁକ୍ତି ଓ ବାସ୍ତବ ସମୟ ନିରୀକ୍ଷଣ ବ୍ୟବସ୍ଥା ଥିବା ଏହି ଏପିଏସ୍‌ସିସି ପରିଚାଳନା ଦକ୍ଷତାକୁ ଉଲ୍ଲେଖନୀୟ ଭାବେ ସୁଦୃଢ଼ କରିବ। ଏହି ବ୍ୟବସ୍ଥା ଦ୍ୱାରା ବିଦ୍ୟୁତ ନେଟ୍‌ୱର୍କକୁ ଭଲ ଭାବେ ଦେଖିହେବ, ଯାହା ଫଳରେ ଉତ୍ତମ ଯୋଜନା, ବିଭ୍ରାଟ ସମୟରେ ସେବାକୁ ଶୀଘ୍ର ସ୍ୱାଭାବିକ କରିବା ଏବଂ ବିଦ୍ୟୁତ ଭରସାଯୋଗ୍ୟତାରେ ଉନ୍ନତି ଆଣିବାକୁ ସକ୍ଷମ କରିବ। ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବାଲୁଗାଁ ଡିଭିଜନର ଗ୍ରାହକମାନେ ଅଧିକ ସ୍ଥିର ଓ ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଦ୍ୱାରା ସିଧାସଳଖ ଉପକୃତ ହୋଇପାରିବେ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଆମ ବିଦ୍ୟୁତ୍ ନେଟ୍‌ୱର୍କକୁ ସୁଦୃଢ଼ କରିବା ଏବଂ ଗ୍ରାହକ ସେବାରେ ଉନ୍ନତି ଆଣିବା ଦିଗରେ ଏହି ଏପିଏସ୍‌ସିସି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅତ୍ୟାଧୁନିକ ପ୍ରଯୁକ୍ତି ଗ୍ରହଣ କରିବା ଦ୍ୱାରା କେବଳ ଆମର ପରିଚାଳନା ଦକ୍ଷତା ଉନ୍ନତ ହୋଇନାହିଁ ବରଂ ଆମ ସେବା କ୍ଷେତ୍ର ଅଂଚଳଗୁଡ଼ିକରେ ସୁରକ୍ଷିତ, ଭରସାଯୋଗ୍ୟ ଓ ଗ୍ରାହକ କୈନ୍ଦ୍ରୀକ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ହୋଇଛି।’’
ଏହି ନୂଆ ଏପିଏସ୍‌ସିସି ପରିଚାଳନା ଉତ୍କର୍ଷ, ସୁରକ୍ଷା ଓ ଭରସାଯୋଗ୍ୟତାରେ ଉଚ୍ଚତର ମାନକ ହାସଲ କରିବା ପାଇଁ ଆମର ରହିଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ଅଭିଯାନ ଏକ ସୁରକ୍ଷିତ, ଭରସାଯୋଗ୍ୟ ଓ ଗ୍ରାହକ କୈନ୍ଦ୍ରିକ ବିଦ୍ୟୁତ ସେବା ପ୍ରଦାନ କରିବାରେ ଟିପିସିଓଡିଏଲର ସମର୍ପଣ ଭାବକୁ ଦର୍ଶାଉଛି।

Related Post