ଆଜିର ଖାସ ଖବର
Thu. Apr 16th, 2026

କ୍ରୋମାରେ ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସର ଶୁଭାରମ୍ଭ; ଇଲେକ୍ଟ୍ରୋନିକ୍ସ ଉପରେ ୩୫% ରିହାତି

By Admin_Dainkasha Oct3,2025

ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ଅଗ୍ରଣୀ ଓମନି ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ବାର୍ଷିକ ପାର୍ବଣ ଉତ୍ସବ ଅଭିଯାନ ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସ ଘୋଷଣା କରାଯାଇଛି ଯେଉଁଥଇରେ ଉତ୍ସବ ପାଳନକୁ ଉଲ୍ଲାସପୂର୍ଣ୍ଣ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଅଫରଗୁଡ଼ିକ ରହିଛି।
ଗ୍ରାହକମାନେ ଅଫରରେ ସ୍ମାର୍ଟଫୋନ, ଟିଭି, ୱାସିଂମେସିନ, ଲାପଟପ, ରେଫ୍ରିଜରେଟର ଆଦି ଉପରେ ଆକର୍ଷଣୀୟ ରିହାତି ପାଇପାରିବେ। ଷ୍ଟୋର ହେଉ କିମ୍ବା ଅନଲାଇନ୍ ଯେଉଁଥିରେ କିଣିଲେ ସେମାନଙ୍କୁ ଅଫର ଲାଭ ମିଳିବ ଏବଂ ତା’ ସହିତ ଆକର୍ଷଣୀୟ କ୍ୟାସବ୍ୟାକ, ଇଏମଆଇ ଓ ଏକ୍ସଚେଂଜ ଲାଭ ମିଳିବ। ଜିଏସ୍‌ଟି ସଂସ୍କାର ପାଇଁ ଟିଭି ଓ ଏସି ଉପରେ ଅତିରିକ୍ତ ୧୦% ସଂଚୟ ହେବ ଯାହା ଫଳରେ ଅପ୍‌ଗ୍ରେଡ୍ କରିବା ସହଜ ହେବ। ସାରା ଭାରତରେ ୨୦୦ରୁ ଅଧିକ ସହରରେ କମ୍ପାନିର ୫୬୦ରୁ ଅଧିକ ଷ୍ଟୋର୍ ରହିଛି ଏବଂ ଗ୍ରାହକମାନେ କ୍ରୋମା ଡଟ୍ କମ୍ ଓ ଟାଟା ନିଉ ଆପ୍‌ରେ ମଧ୍ୟ ଅବିରତ ସପିଂର ମଜା ନେଇପାରିବେ। ନିଜ ପାଇଁ ହେଉ କିମ୍ବା ବନ୍ଧୁ ପରିଜନଙ୍କୁ ଉପହାର ଦେବା ପାଇଁ ହେଉ ଗ୍ରାହକମାନେ କ୍ରୋମାରେ ଶ୍ରେଷ୍ଠ ଡିଲ୍ ସହ ସହଜରେ ଜିନିଷ ପାଇପାରିବେ।
ଗ୍ରାହକମାନେ ଆକର୍ଷଣୀୟ ରିହାତି, ୨୦% ପର୍ଯ୍ୟନ୍ତ କ୍ୟାସବ୍ୟାକ ଅଫର ଏବଂ ଅକ୍ଟୋବର ୨୩ ପର୍ଯ୍ୟନ୍ତ ଆକର୍ଷଣୀୟ ଇଏମଆଇ ଲାଭ ପାଇପାରିବେ। ଗ୍ରାହକମାନେ ଟିଭ ଉପରେ ୩୫%, ସ୍ମାର୍ଟଫୋନରେ ୧୫ ପ୍ରତିଶତ, ରେଫ୍ରିଜରେଟରରେ ୨୫%, ୱାସିଂ ମେସିନରେ ୩୦%, ଏୟାର କଣ୍ଡିସନରରେ ୩୫%, ଲାପଟପରେ ୨୦%, ଛୋଟ ଘର ଓ କିଚେନ ଆପ୍ଲାଏନସେସରେ ୩୫%, ଇୟାରଫୋନ/ହେଡଫୋନରେ ୪୫% ଓ ହୋମ ଅଡିଓରେ ୩୦% ରିହାତି ପାଇପାରିବେ।
ଇନଫିନିଟି ରିଟେଲ ଲିମିଟେଡର ପ୍ରବକ୍ତା କହିଛନ୍ତି ଯେ, “ଉତ୍ସବ ସପିଂ ସଦାସର୍ବଦା ସହଜ, ଉଲ୍ଲାସପୂର୍ଣ୍ଣ ଓ ଚିନ୍ତାମୁକ୍ତ ହେବା ଦରକାର। ଅଧିକାଂଶ ଲୋକପ୍ରିୟ ବର୍ଗ ଉପରେ ଫ୍ଲାଟ୍ ସଂଚୟ ଏବଂ ଦଶହରା, ଧନତେରସ, ଦୀପାବଳି ଓ ଭାଇଦୁଜ ପାଇଁ ସ୍ୱତନ୍ତ୍ର ୱିଣ୍ଡୋ ସହିତ ଆମେ ପ୍ରସ୍ତୁତ କରିଥିବା ଅଫର ପ୍ରତିଟି ଭାରତୀୟ ପରିବାରରେ ଉତ୍ସବର ଅତିରିକ୍ତ ଭାବ ଯୋଡ଼ିବ। ଆମର ଫେଷ୍ଟିଭାଲ ଅଫ୍ ଡ୍ରିମ୍ ଜରିଆରେ ଆମର ଉଦ୍ୟମ ହେଉଛି ଗ୍ରାହକମାନଙ୍କୁ ସେମାନଙ୍କ ପ୍ରିୟଜନଙ୍କ ସହିତ ଉଲ୍ଲାସପୂର୍ଣ୍ଣ ଓ ପରିପୂର୍ଣ୍ଣ ଉତ୍ସବ ପାଳନର ସୁଯୋଗ ପ୍ରଦାନ କରିବା।”

Related Post