ଆଜିର ଖାସ ଖବର
Mon. Apr 20th, 2026

ଶକ୍ତିରୁ ସଶକ୍ତିକରଣ: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ସମାବେଶୀ ଶକ୍ତି ମିଶନ ମାଧ୍ୟମରେ ଆଣିଛନ୍ତି ସ୍ଥାୟୀ ପରିବର୍ତ୍ତନ

By Admin_Dainkasha Oct5,2025

ଓଡ଼ିଶାରେ ଟାଟା ପାୱାର ନେତୃତ୍ୱାଧୀନ ଡିସକମ୍ ଗୁଡିକ ବିଦ୍ୟୁତ ଯୋଗାଣଠାରୁ ଆଗକୁ ଯାଇ ଗୋଷ୍ଠୀ ମଧ୍ୟରେ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ କରୁଛନ୍ତି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ, ସେମାନଙ୍କର ସମାବେଶୀ ବିକାଶ କାର୍ଯ୍ୟକ୍ରମ ରାଜ୍ୟ ସାରା ମହିଳା, କାରିଗର ଏବଂ ଅବହେଳିତ ଗୋଷ୍ଠୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିଛି।
୧୨ ଲକ୍ଷ ମହିଳାଙ୍କ ମଧ୍ୟରେ ଡିଜିଟାଲ୍ ଏବଂ ଆର୍ôଥକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଠାରୁ ଆରମ୍ଭ କରି ସ୍ଥାୟୀ ଜୀବିକା ନିର୍ବାହ ଏବଂ ଦୁର୍ଗମ ଆଦିବାସୀ ଅଞ୍ଚଳଗୁଡ଼ିକୁ ବିଦ୍ୟୁତକରଣ କରିବା ପର୍ଯ୍ୟନ୍ତ, ଏହି ମିଶନ କେବଳ ଘର ନୁହେଁ ବରଂ ଭବିଷ୍ୟତକୁ ଆଲୋକିତ କରୁଛି।
ଲକ୍ଷ୍ୟଭିତ୍ତିକ ଶିକ୍ଷା ଏବଂ ସଶକ୍ତିକରଣ ପ୍ରୟାସ ମାଧ୍ୟମରେ, ଭୁବନେଶ୍ୱରର ଅନୁନ୍ନତ ବସ୍ତି ଏବଂ ବାଲେଶ୍ୱର, ମୟୂରଭଞ୍ଜ ଏବଂ କେଉଁଝରର ଦୂରଦୂରାନ୍ତ ଗ୍ରାମର ୩୫୦୦ ରୁ ଅଧିକ ମହିଳା ଅତ୍ୟାବଶ୍ୟକ କମ୍ପ୍ୟୁଟର ଦକ୍ଷତା ଏବଂ ଡିଜିଟାଲ୍ ସାକ୍ଷରତା ହାସଲ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ଡିଜିଟାଲ୍ ସାକ୍ଷରତା ହାର ବଢାଇ ମହିଳାମାନଙ୍କୁ ଏକ ଆଧୁନିକ ଅର୍ଥନୀତିରେ ଯୋଗଦାନ ପାଇଁ ପ୍ରସ୍ତୁତ କରୁଛି।
ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ମଧ୍ୟ ତାଳପତ୍ର ଖୋଦନ ଏବଂ ପଟ୍ଟଚିତ୍ର ଚିତ୍ରକଳା କ୍ଷେତ୍ରରେ ୩୪୦ ଜଣ କାରିଗରଙ୍କୁ ସଶକ୍ତ କରି ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପକୁ ପୁନର୍ଜୀବିତ କରୁଛନ୍ତି। ଦକ୍ଷ କାରିଗରଙ୍କ ମାର୍ଗଦର୍ଶନ, ବଜାର ସଂଯୋଗ ଏବଂ ଇ-କମର୍ସ ପ୍ଲାଟଫର୍ମରେ ପ୍ରବେଶ ଦ୍ୱାରା, ଏହି କାରିଗରମାନଙ୍କ ପରିବାରର ଆୟରେ ୩୦ ରୁ ୪୦% ବୃଦ୍ଧି ହୋଇଛି, ଯାହା ଐତିହ୍ୟକୁ ଗର୍ବ ଏବଂ ସମୃଦ୍ଧିର ଏକ ଉତ୍ସରେ ପରିଣତ କରିଛି।
ମହିଳାମାନଙ୍କ ନେତୃତ୍ୱାଧୀନ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସବୁଜ ଉଦ୍ୟୋଗୀ ଭାବରେ ଉଭା ହୋଇଛନ୍ତି, ସେମାନେ ପରିବେଶ ଅନୁକୂଳ ଝୋଟ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ଯାହା ବର୍ତ୍ତମାନ ସ୍ଥାନୀୟ ବଜାର ଏବଂ ସଂସ୍ଥାଗତ କ୍ରେତାମାନଙ୍କ ପାଖରେ ବିକ୍ରି ହେଉଛି। ଏହି ଉଦ୍ୟମଗୁଡ଼ିକ କିଭଳି ଦୀର୍ଘସ୍ଥାୟୀ ବ୍ୟବସାୟ ପଦ୍ଧତି, ଉଭୟ ଆର୍ôଥକ ଉନ୍ନତି ଏବଂ ପରିବେଶଗତ ଦାୟିତ୍ୱ ପାଇଁ ଏକ ଶକ୍ତିଶାଳୀ ଉପକରଣ ସେଥିପ୍ରତି ଥିବା ଡିସକମ୍ ଗୁଡିକର ବିଶ୍ୱାସକୁ ପ୍ରତିଫଳିତ କରୁଛି ।
ସାରା ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମିଟର ରିଡିଂ, ବିଲିଂ ଏବଂ ବିଲ ସଂଗ୍ରହ ଭୂମିକାରେ ୨୦୦୦ରୁ ଅଧିକ ମହିଳା ନିୟୋଜିତ ହୋଇ କେବଳ ଜୀବିକା ଅର୍ଜନ କରୁନାହାଁନ୍ତି, ବରଂ ଓଡ଼ିଶାର ଶକ୍ତି କ୍ଷେତ୍ରକୁ ସମାବେଶୀ ଏବଂ ସ୍ଥିର କରିବାରେ ନେତୃତ୍ୱ ନେଉଛନ୍ତି।
ଏହି ପରିବର୍ତ୍ତନ ଆଦିବାସୀ ଅଞ୍ଚଳରେ ମଧ୍ୟ ହୋଇପାରିଛି। ମୟୂରଭଞ୍ଜ, କନ୍ଧମାଳ ଏବଂ ରାୟଗଡ଼ା ଭଳି ଜିଲ୍ଲାଗୁଡ଼ିକରେ, ୨୦୦ଟି ଦୁର୍ଗମ ଗାଁରେ ଏବେ ଭରସାଯୋଗ୍ୟ ବିଦ୍ୟୁତ୍ ସଂଯୋଗ ଉପଲବ୍ଧ ହୋଇପାରିଛି। ଏହା ଦ୍ୱାରା ସ୍କୁଲ, ସ୍ୱାସ୍ଥ୍ୟ କେନ୍ଦ୍ର, ଛୋଟ ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ ହୋଇପାରିଛି।
ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ଗୁଡ଼ିକ କରି ଦେଖାଇଛନ୍ତି ଯେ ବିଦ୍ୟୁତ୍ କେବଳ ଘରକୁ ନୁହେଁ ବରଂ ଆଶା, ସମାନତା ଏବଂ ସ୍ଥାୟୀ ପରିବର୍ତ୍ତନର ଝଲକ ଦେଖାଇପାରେ।

Related Post